ବହି ଲେଖି ପରିବେଶକୁ ଦାନ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ତାରିଖରେ ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’-୨୦୨୨ ଆୟୋଜନ ହେବାକୁ ଯାଉଛି। ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଦୀୟମାନ ଯୁବ ଲେଖକ ତଥା ଗବେଷକ ସାଗର ପ୍ରଧାନ। ସାଗର ପୁସ୍ତକ ରଚନା କରି ସଂଗୃହୀତ ଅର୍ଥକୁ ପରିବେଶ ସୁରକ୍ଷା ଦିଗରେ ଲଗାଉଛନ୍ତି, ଯାହାକି ବହୁ ଯୁବପିଢ଼ିଙ୍କ ପାଇଁ ସେ ଆଦର୍ଶ ହୋଇପାରିଛନ୍ତି। ପେସାରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। କିନ୍ତୁ ନିଶା ହେଉଛି ପୁସ୍ତକ ରଚନା ଏବଂ ପରିବେଶ ସୁରକ୍ଷା କରିବା। ୩୧ବର୍ଷୀୟ କେନ୍ଦ୍ରାପଡ଼ାର ସାଗର ପ୍ରଧାନଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୨୧ରେ ‘ବିଶ୍ୱ ପରିବେଶ ଦିବସ ହିରୋ-୨୦୨୦’ ଭାବେ ସମ୍ମାନିତ କରାଯାଇଛି। ଏହାପୂର୍ବରୁ ୨୦୧୯ରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ସମ୍ମାନିତ କରିଥିଲେ। ଏଥିସହ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ୨୦୨୨ରେ ବି ସ୍ଥାନ ପାଇଛନ୍ତି।
ସାଗର ବାଙ୍ଗାଲୋରର ଏକ କମ୍ପାନୀରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଛୋଟ ବେଳରୁ ପୁସ୍ତକ ରଚନା କରିବାର ସ୍ବପ୍ନ ଥିବାରୁ ଧୀରେ ଧୀରେ ଲେଖିବା ଆରମ୍ଭ କରିଥିଲେ। ବିଶେଷକରି ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ପୁସ୍ତକ ରଚନା କରୁଛନ୍ତି। ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ଜାଭା ପ୍ରୋଗ୍ରାମିଂ, ବେସିକ ଜାଭା ବୁକ୍‌, ଇ-କର୍ମସ ଭଳି ପୁସ୍ତକ ରଚନା କରିଛନ୍ତି। ସାଗର ଏହାରି ଭିତରେ ୭ଟି ପୁସ୍ତକ, ୨୮ଟି ଅନୁସନ୍ଧାନ ଆଲେଖ୍ୟ ସହ ଅନେକ କ୍ଷୁଦ୍ର ଗଳ୍ପ ସଙ୍କଳ୍ପ ମଧ୍ୟ ରଚନା କରିଛନ୍ତି। ତାଙ୍କ ରଚିତ ପୁସ୍ତକ କେବଳ ଭାରତ ନୁହେଁ, ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ାଯାଉଛି। ବିଶ୍ୱବଜାରରେ ଏହି ପୁସ୍ତକ ଉପଲବ୍ଧ ହେଉଛି। ଏଥିରୁ ଯେଉଁ ରୟାଲ୍‌ଟି ପାଉଛନ୍ତି, ତାକୁ ନିଜେ ନ ରଖି ଏକ ମହତ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଚିନ୍ତା କରିଥିଲେ। ସାଗରଙ୍କ ମତରେ ବହି ରଚନା କଲେ ଆମେ ଯେଉଁ କାଗଜ ବ୍ୟବହାର କରୁଛେ, ତା’ ପ୍ରତି ବଦଳରେ ଆମେ ପରିବେଶକୁ ଯଦି କିଛି ଦେବା ନାହିଁ, ତା’ହେଲେ ଆମ କାର୍ଯ୍ୟଧାରା ନିରର୍ଥକ ହୋଇଯିବ। ଗୋଟେ ପୁସ୍ତକ ରଚନାରେ ଯେମିତି ଜଣେ ଲେଖକ, ପ୍ରକାଶକଙ୍କ ଅବଦାନ ରହିଛି, ସେମିତି ଗୋଟେ ବୃକ୍ଷର ସବୁଠାରୁ ବଡ଼ ଅବଦାନ ରହୁଛି। କାରଣ ପୁସ୍ତକଟି କାଗଜରେ ଲେଖାଯାଉଛି ଏବଂ ସେହି କାଗଜ ପାଇଁ ଗୋଟେ ଗଛର ଜୀବନ ଯାଉଛି। ତେଣୁ ସେ ପୁସ୍ତକରୁ ଯେଉଁ ରୟାଲ୍‌ଟି ଆସୁଛି ତାକୁ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ମିଳିତ ଜାତିସଂଘ ସହ ଯୋଡ଼ିହେଲେ। ତାଙ୍କ ପୁସ୍ତକ ଆଲେଖ୍ୟରୁ ଆସୁଥିବା ସମସ୍ତ ଅର୍ଥକୁ ସେ ମିଳିତ ଜାତିସଂଘ ଦ୍ୱାରା ପରିଚାଳିତ ପରିବେଶ ସୁରକ୍ଷା ସଂସ୍ଥାକୁ ଦାନ କରୁଛନ୍ତି। ଗତ ୧୦ବର୍ଷ ହେଲାଣି ସେ ଏଭଳି ଦାନ କରି ଆସୁଛନ୍ତି। ତାଙ୍କ ଅର୍ଥରେ ୧୦ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିବାବେଳେ ୧୨ଟି ଛୋଟ ହ୍ରଦର ପୁନରୁଦ୍ଧାର କରାଯାଇପାରିଛି। ଏ ନେଇ ସାଗର କୁହନ୍ତି, ପୁସ୍ତକ ରଚନା କିମ୍ବା କୌଣସି ଶିକ୍ଷାକୁ ନେଇ ମୋର ବ୍ୟବସାୟ କରିବାର ଉଦ୍ଦେଶ୍ୟ ନ ଥିଲା। ଏବେ ମଧ୍ୟ ନାହିଁ। ନିଜେ ପଢ଼ିବା ସମୟରେ ଭଲ ପ୍ରକାଶକଙ୍କ ପୁସ୍ତକ କିଣିବା ପାଇଁ ସାମର୍ଥ୍ୟ ନ ଥିବାରୁ ଜେରକ୍ସ କରି ଆଣି ପଢ଼ୁଥିଲି। ଯେହେତୁ ମୁଁ ଭଲ ନୋଟ୍‌ କରେ, ତେଣୁ ଭାବେ, ଯଦି ମୁଁ କେବେ ବହି ଲେଖିପାରନ୍ତି ତେବେ ଏହିଭଳି ପୁସ୍ତକକୁ କମ୍‌ ଟଙ୍କାରେ ବିକ୍ରି କରିପାରନ୍ତି। ଫଳରେ ବହୁ ପିଲା ଉପକୃତ ହୋଇପାରିବେ। ଯେତେବେଳେ ପୁସ୍ତକ ପ୍ରକାଶ ପାଇଲା ଏବଂ କିଛି ଅର୍ଥ ପାଇଲି, ସେତେବେଳେ ସେହି ଅର୍ଥକୁ କିପରି ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବି ତାହା ଚିନ୍ତା କଲି। ତେଣୁ ମିଳିତ ଜାତିସଂଘ ସହ ଯୋଡ଼ିହୋଇ ସେହି ଟଙ୍କାକୁ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଲି। ତେବେ ୨୦୧୪ରେ ପ୍ରଥମ ପୁସ୍ତକ ‘ଜାଭା’ ପ୍ରକାଶ ପାଇଥିଲା। ତାହା ଅଳ୍ପ ଲୋକପ୍ରିୟ ହୋଇଥିଲା। କିନ୍ତୁ ୨୦୧୮ରେ ଦ୍ୱିତୀୟ ପୁସ୍ତକ ‘ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ’ ମୋତେ ପରିଚୟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri