ଶୀତ ମହୋତ୍ସବ ପୂର୍ବରୁ ସ୍ବଚ୍ଛତାକୁ ଗୁରୁତ୍ୱ, ଏକାଠି ଝାଡୁ-ଝୁଡି ଧରିଲେ ଅଞ୍ଚଳବାସୀଙ୍କ ସହ ପ୍ରଶାସନ

ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ ):ଆସନ୍ତା ଗୁରୁବାର ସଂଧ୍ୟାରେ ଦାରିଙ୍ଗବାଡି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ଆଉ ୨ ଦିନ ବାକି ଥିବା ବେଳେ ଏବେଠାରୁ ଦାରିଙ୍ଗବାଡି ଚଳଚଞ୍ଚଳ ହୋଇପଡିଛ। ଏହି ମହୋତ୍ସବରେ ଦୈନିକ ହଜାର ହଜାର ସଂଖ୍ୟାରେ ଦର୍ଶକ, ପର୍ଯ୍ୟଟକଙ୍କ ଭିଡ଼ ଜମିବାକୁ ରହିଥିବାରୁ ପ୍ରଶାସନ ପକ୍ଷରୁ ପରିବେଶକୁ ଅଧିକା ଗୁରୁତ୍ୱ ଦିଆଯାଇଛି କୌଣସି ସ୍ଥାନରେ ଅଇଁଠା ଖଲିପତ୍ର ସମେତ ପ୍ଲାଷ୍ଟିକ, ଖାଲି ବୋତଲ ଆଦିକୁ ପଡ଼ିବାକୁ ଦିଆଯିବ ନାହିଁ। ଏଥି ପାଇଁ ବିଡ଼ିଓ ତଥା ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ଏଥିରେ ଯୋଗ ଦେବାକୁ କହିଥିଲେ। ଏହି ସଫେଇ ଅଭିଯାନ ମଙ୍ଗଳବାର ଭୋର ସାଢେ ୬ ରୁ ଆରମ୍ଭ କରାଯାଇଛି। ବିଡ଼ିଓ ରଥ ଏବଂ ତହସିଲଦାର ଧୀରଜ ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ନିଜେ ହାତରେ ଝାଡୁ, ଝୁଡି ଧରି ଏହି ସଫେଇ କାର୍ଯ୍ୟ କରିଥିଲେ। ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ରୋଡ଼ ସମେତ ଚାରିଛକ, ତିନିଛକ, ବଜାର, ମହୋତ୍ସବ ପଡ଼ିଆ ଆଦି ସଫେଇ ଚାଲିଛି ବିଡ଼ିଓ ରଥଙ୍କ ଡାକରାରେ ସମସ୍ତ ଅଧିକାରୀଙ୍କ ସମେତ ସରକାରୀ ଓ ବେସରକାରୀ ସଂସ୍ଥା, ହୋଟେଲ ସଙ୍ଘ, ବଣିକ ସଙ୍ଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅନ୍ତରଙ୍ଗ ଯୁବ ମହାସଂଘ, ଜାଗୃତି କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଅଞ୍ଚଳବାସୀ ସମସ୍ତେ ଏହି ସଫେଇରେ ସାମିଲ ହୋଇଥିଲେ ଏଥିଲାଗି ଶୀତ ମହୋତ୍ସବର ଲୋଗୋ ଥାଇ ଧଳା ରଙ୍ଗର ଟି ସାର୍ଟ ପରିଧାନ କରି ଏହି ସଫେଇ କରିଥିଲେ। ଲୋକଙ୍କୁ ଅଳିଆ ଆବର୍ଜନା ଏଣେତେଣେ ନପକାଇ ଗୋଟିଏ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯିବା ସହ ପରିବେଶକୁ ସ୍ବଚ୍ଛା ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି ବିଡ଼ିଓ ରଥ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri