‘ଗୋବିନ୍ଦଙ୍କ ପକେଟରୁ ମିଳିଛି ମାଟିଆ ରଙ୍ଗର ଲଫାପା’

ବଲାଙ୍ଗୀର ଅଫିସ, ୨୨ା୧୨: କଣ୍ଟାବାଞ୍ଜି ସବ୍‌ଜେଲରେ ମଙ୍ଗଳବାର ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି। ସେଥିରେ ଦୁଇପୃଷ୍ଟାର ଲେଖା ରହିଛି। ଏକଥା ପୋଲିସ କହିଥିବା ଗୋବିନ୍ଦଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁ କହିଛନ୍ତି। ଏପରି କି ସେହି ଦୁଇପୃଷ୍ଟାର ଲେଖା ପଢ଼ିବାକୁ ଚାହିଁଥିବାରୁ ତାଙ୍କୁ ପୋଲିସ ସୁଯୋଗ ଦେଇ ନ ଥିଲା ବୋଲି ମହେନ୍ଦ୍ର କହିଛନ୍ତି।

ଗୋବିନ୍ଦ ସାହୁଙ୍କ ମୃତଦେହକୁ ମଙ୍ଗଳବାର ରାତିରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣାଯାଇ ଶବାଗାରରେ ରଖାଯାଇଥିଲା। ବୁଧବାର ପୂର୍ବାହ୍ନରେ ବୁର୍ଲା ଭିମ୍‌ସାର ମେଡିକାଲ କଲେଜ ଏଫ୍‌ଏମ୍‌ଟି ପ୍ରଫେସର ସତ୍ୟସାଇ ପଣ୍ଡା, ଆସିଣ୍ଟାଣ୍ଟ ପ୍ରଫେସର ବୀରେନ୍‌ ଖାଲ୍‌କୋ ଏବଂ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଏଫ୍‌ଏମ୍‌ଟି ବିଭାଗ ଡାକ୍ତର ସୁବଳ ନାଏକ ବ୍ୟବଚ୍ଛେଦ କରିଥିଲେ। ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ ଏବଂ ଗାଇଡଲାଇନ୍‌ ମୁତାବକ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଛି। ସମଗ୍ର ପ୍ରକ୍ରିୟାକୁ ଭିଡିଓ ରେକର୍ଡିଂ କରାଯାଇଛି। ଗୋବିନ୍ଦଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁ ଏବଂ ତାଙ୍କ ଶଳା ଟୁନା ସାହୁ ବ୍ୟବଚ୍ଛେଦ ଗୃହ ବାହାରେ ଉପସ୍ଥିତ ଥିଲେ। ମହେନ୍ଦ୍ର କହିଛନ୍ତି, ଗୋବିନ୍ଦଙ୍କ ଆତ୍ମହତ୍ୟା ବିଶ୍ୱାସଯୋଗ୍ୟ ନୁହେଁ। ସେ ଜଣେ ଷ୍ଟ୍ରଙ୍ଗ୍‌ ଲୋକ। ମମିତା ମେହେର ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତାଙ୍କୁ ମାରି ଦିଆଯାଇଥିବା ସନ୍ଦେହ ହେଉଛି ବୋଲି ସେ କହିଛନ୍ତି। ୪ ଘଣ୍ଟା ଧରି ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିବା ପରେ ମୃତଦେହକୁ ଗୋବିନ୍ଦଙ୍କ ସମ୍ପର୍କୀୟଙ୍କୁ ଦେବାକୁ ପୋଲିସ ଚାହିଁଥିଲା। ମାତ୍ର ଏହାକୁ ଗ୍ରହଣ କରିବାକୁ ମହେନ୍ଦ୍ର ଏବଂ ଶଳା ଟୁନା ମନା କରିଦେଇଥିଲେ। ଏହାପରେ ଗୋବିନ୍ଦଙ୍କ ଝିଅ ଲିପିକା ସାହୁ ଭୀମ ଭୋଇ ମେଡିକାଲ ଆସି ମୃତଦେହ ଗ୍ରହଣ କରି ମହାଲିଙ୍ଗ ଗଁାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ

କୋଣାର୍କ, ୫ା୧(ଡି.ଏନ୍‌.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା...

ସରଗରମ ହେଲାଣି ପ୍ରଚାର

ବାରିପଦା ଅଫିସ,୧୧ା୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ସରଗରମ ହେବାରେ ଲାଗିଲାଣି। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୧୭ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ନିମନ୍ତେ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୧ କରୋନା ପଜିଟିଭ: ୩୩୫୨୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୩।୨(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଜି ୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ...

ଉତ୍ତରଓଡ଼ିଶା ଛାତ୍ର ବିଜେଡିର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୨୮।୪- ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ବିଜୁ ଛାତ୍ର ଜନତା ଦଳ ଉତ୍ତରଓଡ଼ିଶା ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି।...

ନାତୁଣୀ ନାତିଙ୍କ ପାଇଁ ମୂଲ ଲାଗୁଛନ୍ତି ଶାନ୍ତିଲତା

ସିମୁଳିଆ, ୧୯।୫(ଡି.ଏନ.ଏ.): ସରକାରୀ ଯୋଜନାଠାରୁ ଦୂରରେ ରହୁଛନ୍ତି ପ୍ରକୃତ ହିତାଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତ ୧୩ନଂ. ୱାର୍ଡ଼...

ଭସାଣି ବେଳେ ଅଘଟଣ: ବାଣ ଫୁଟି ୨୦ରୁ ଅଧିକ ଆହତ

କେନ୍ଦ୍ରାପଡା ଅଫିସ୍‌,୨୩।୧୧: କେନ୍ଦ୍ରାପଡାରେ ଏକ ବଡ଼ ଅଘଟଣ ଘଟିଛି। କେନ୍ଦ୍ରାପଡା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣବେଳେ ବାଣ ଫୁଟି ୬୦ରୁ ଅଧିକ ଆହତ...

ସଜେଇ ହେଉଛି ମହିମାପୀଠ

ଢେଙ୍କାନାଳ ଅଫିସ,୨ା୨: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୪ ତାରିଖରୁ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ...

ଭଡ଼ା ବୃଦ୍ଧି ନିଷ୍ପତ୍ତି ପୁନର୍ବିଚାର ଦାବିରେ ଧାରଣା

ତାଳଚେର,୩୦ା୧୦(ନି.ପ୍ର.)-ତାଳଚେର ପୌର ପରିଷଦ ପକ୍ଷରୁ ଆବଣ୍ଟିତ ହୋଇଥିବା ଦୋକାନ ଘର ଗୁଡ଼ିକରେ ବ୍ୟବସାୟ କରୁଥିବା ଦୋକାନୀଙ୍କ ଭଡ଼ା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଦାବିରେ ମଙ୍ଗଳବାର...

Advertisement
Archives

Model This Week