କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ କଥା ହେବା ବାହାନାରେ ହୋଟେଲ ନେଇ ସେଠାରେ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ୨ ନାବାଳକ ଗିରଫ ହୋଇଥିବା ଜଣାପଡିଛି। ଉଭୟ ଅଭିଯୁକ୍ତ ନାବାଳିକାର ସହପାଠୀ ହୋଇଥିବା ସୂଚନା ମିଳିଛି।

