ବିଦ୍ୟୁତ୍‌ ସଂଯୋଗ କଟିବାରୁ ପାଠପଢ଼ା ବ୍ୟାହତ

ନାଉଗାଁ,୧୭ା୧୧(ସ୍ବ.ପ୍ର): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତକରଣ କରୁଛନ୍ତି। ଏହି ଯୋଜନାରେ ବିଦ୍ୟାଳୟର ଖେଳପଡ଼ିଆଠାରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯନ୍ତ ସବୁ ପରିବର୍ତ୍ତନ କରାଯାଉଛି। ଶ୍ରେଣୀ ଗୃହଗୁଡ଼ିକୁ ସ୍ମାର୍ଟ କ୍ଲାସରେ ପରିବତ୍ତର୍ର୍ନ କରିବା ପାଇଁ ଇ-ଲାଇବ୍ରେରୀ ଓ ବିଜ୍ଞାନାଗାର ଆଦିର ବ୍ୟବସ୍ଥା କରାଯାଉଛି। ଏସବୁ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କେଉଁଠି ବିଦ୍ୟୁତ୍‌ ସଂଯୋଗ ନ ଥିବାବେଳେ ଆଉ କେଉଁଠି କଟିଯାଇଛି। ଫଳରେ ପିଲାମାନେ ଏହାର ଲାଭ ଉଠାଇ ପାରୁନାହାନ୍ତି। ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ୫-ଟି ଯୋଜନାର ପ୍ରଥମ ପର୍ଯ୍ୟାୟରେ ରୂପାନ୍ତକରଣ କରାଯାଇଥିଲା। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ପ୍ୟନ୍ତ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସେଥିରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନବମ ଓ ଦଶମ ଶ୍ରେଣୀରେ ପଢ଼ନ୍ତି । ଏହି ଦୁଇ ଶ୍ରେଣୀକୁ ସ୍ମାର୍ଟ କ୍ଲାସରେ ଅନ୍ତର୍ଭୁକ୍ତ କରାଯାଇଛି। ଏଠାରେ ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘ ଦିନ ହେବ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଗତ ୨୧ ଅକ୍ଟୋବର ୨୦୨୨ରେ ଟାଟା ପାଓ୍ବାର ପକ୍ଷରୁ ପୁରୁଣା ମିଟର୍‌କୁ ପରିବର୍ତ୍ତନ କରାଯାଇ ପ୍ରିପେଡ ମିଟର ଲଗାଯାଇଛି। ପ୍ରଧାନ ଶିକ୍ଷକଙ୍କ କହିବା ମୁତାବକ, ମିଟର ପରିବର୍ତ୍ତନ କରିବା ସମୟରେ ଉକ୍ତ ମିଟର ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା। କିନ୍ତୁ ମିଟର ଲଗାଇବାର ୧୫ ଦିନ ପରେ ଏଠାରୁ ବିଦୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଫଳରେ ଛାତ୍ରୀଛାତ୍ରମାନେ ସ୍ମାର୍ଟ କ୍ଳାସରେ ପାଠ ପଢି ପାରୁ ନ ଥିବା ବେଳେ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର ବ୍ୟବହାର କରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଥିବାରୁ ପାନୀୟ ଜଳର ସମସ୍ୟା ସୃଷ୍ଟି ହୋଇଛି। ପିଇବା ପାଣି ନ ଥିବାରୁ ମଧ୍ୟାହ୍ନ ଭୋଜନରେ ବି ସମସ୍ୟା ଦେଖାଦେଇଛି। ଆଗକୁ ନବମ ଓ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଥିବାବେଳେ ଠିକ୍‌ ଭାବେ ପାଠପଢ଼ା ହେଉ ନଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟୁତ୍‌ ବିଚ୍ଛିନ୍ନ ସମ୍ପର୍କରେ ଟାଟା ପାଓ୍ବାର ଲିଡ ମ୍ୟାନେଜର ଦୀପକ ଭୂୟଁା କହିଛନ୍ତି, ବିଦ୍ୟାଳୟରେ ପୂର୍ବରୁ ବକେୟା ବିଲ ରହିଛି। ଯେଉଁମାନଙ୍କର ୫ ହଜାରରୁ ଊର୍ଦ୍ଧ୍ୱ ବିଲ ବକେୟା ରହିଛି, ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ଏ ବିଷୟରେ କୌଣସି ନୋଟିସ ଦିଆଯିବ ନାହିଁ ବୋଲି ପୂର୍ବରୁ ବିଲରେ ବିଭାଗ ପକ୍ଷରୁ ଦର୍ଶାଯାଇଛି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ବେହେରା କୁହନ୍ତି, ପ୍ରିପେଡ ମିଟର ଲାଗିବା ସମୟରେ ୩ ମାସ ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ୧୫ ଦିନ ପରେ ଅର୍ଥାତ୍‌ ୧୨ ନଭେମ୍ବର ଶନିବାରଠାରୁ ବିନା ନୋଟିସରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏଥିଯୋଗୁ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ଏ ସମ୍ପର୍କରେ ଆମେ ବିଦ୍ୟୁତ ବିଭାଗକୁ ଜଣାଇଛୁ। ବିଦ୍ୟାଳୟରେ ଶିକ୍ଷାପରିଚାଳନା କମିଟି ଏପର୍ଯ୍ୟନ୍ତ ଗଠନ ହୋଇ ନଥିବାରୁ ବକେୟା ବିଲ ଦିଆଯାଇ ନାହିଁ। ଏ ବିଷୟରେ ଜିଲା ଶିକ୍ଷାଧିକାରୀଙ୍କୁ ଆବଶ୍ୟ କାଗଜପତ୍ର ପ୍ରଦାନ କରାଯିବା ସହ ବିଦ୍ୟୁତ ବିଚ୍ଛିନ୍ନ ସମ୍ପର୍କରେ ଅବଗତ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?