ବିଦ୍ୟୁତ୍‌ ସଂଯୋଗ କଟିବାରୁ ପାଠପଢ଼ା ବ୍ୟାହତ

ନାଉଗାଁ,୧୭ା୧୧(ସ୍ବ.ପ୍ର): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତକରଣ କରୁଛନ୍ତି। ଏହି ଯୋଜନାରେ ବିଦ୍ୟାଳୟର ଖେଳପଡ଼ିଆଠାରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯନ୍ତ ସବୁ ପରିବର୍ତ୍ତନ କରାଯାଉଛି। ଶ୍ରେଣୀ ଗୃହଗୁଡ଼ିକୁ ସ୍ମାର୍ଟ କ୍ଲାସରେ ପରିବତ୍ତର୍ର୍ନ କରିବା ପାଇଁ ଇ-ଲାଇବ୍ରେରୀ ଓ ବିଜ୍ଞାନାଗାର ଆଦିର ବ୍ୟବସ୍ଥା କରାଯାଉଛି। ଏସବୁ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କେଉଁଠି ବିଦ୍ୟୁତ୍‌ ସଂଯୋଗ ନ ଥିବାବେଳେ ଆଉ କେଉଁଠି କଟିଯାଇଛି। ଫଳରେ ପିଲାମାନେ ଏହାର ଲାଭ ଉଠାଇ ପାରୁନାହାନ୍ତି। ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ୫-ଟି ଯୋଜନାର ପ୍ରଥମ ପର୍ଯ୍ୟାୟରେ ରୂପାନ୍ତକରଣ କରାଯାଇଥିଲା। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ପ୍ୟନ୍ତ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସେଥିରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନବମ ଓ ଦଶମ ଶ୍ରେଣୀରେ ପଢ଼ନ୍ତି । ଏହି ଦୁଇ ଶ୍ରେଣୀକୁ ସ୍ମାର୍ଟ କ୍ଲାସରେ ଅନ୍ତର୍ଭୁକ୍ତ କରାଯାଇଛି। ଏଠାରେ ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘ ଦିନ ହେବ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଗତ ୨୧ ଅକ୍ଟୋବର ୨୦୨୨ରେ ଟାଟା ପାଓ୍ବାର ପକ୍ଷରୁ ପୁରୁଣା ମିଟର୍‌କୁ ପରିବର୍ତ୍ତନ କରାଯାଇ ପ୍ରିପେଡ ମିଟର ଲଗାଯାଇଛି। ପ୍ରଧାନ ଶିକ୍ଷକଙ୍କ କହିବା ମୁତାବକ, ମିଟର ପରିବର୍ତ୍ତନ କରିବା ସମୟରେ ଉକ୍ତ ମିଟର ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା। କିନ୍ତୁ ମିଟର ଲଗାଇବାର ୧୫ ଦିନ ପରେ ଏଠାରୁ ବିଦୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଫଳରେ ଛାତ୍ରୀଛାତ୍ରମାନେ ସ୍ମାର୍ଟ କ୍ଳାସରେ ପାଠ ପଢି ପାରୁ ନ ଥିବା ବେଳେ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର ବ୍ୟବହାର କରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଥିବାରୁ ପାନୀୟ ଜଳର ସମସ୍ୟା ସୃଷ୍ଟି ହୋଇଛି। ପିଇବା ପାଣି ନ ଥିବାରୁ ମଧ୍ୟାହ୍ନ ଭୋଜନରେ ବି ସମସ୍ୟା ଦେଖାଦେଇଛି। ଆଗକୁ ନବମ ଓ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଥିବାବେଳେ ଠିକ୍‌ ଭାବେ ପାଠପଢ଼ା ହେଉ ନଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟୁତ୍‌ ବିଚ୍ଛିନ୍ନ ସମ୍ପର୍କରେ ଟାଟା ପାଓ୍ବାର ଲିଡ ମ୍ୟାନେଜର ଦୀପକ ଭୂୟଁା କହିଛନ୍ତି, ବିଦ୍ୟାଳୟରେ ପୂର୍ବରୁ ବକେୟା ବିଲ ରହିଛି। ଯେଉଁମାନଙ୍କର ୫ ହଜାରରୁ ଊର୍ଦ୍ଧ୍ୱ ବିଲ ବକେୟା ରହିଛି, ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ଏ ବିଷୟରେ କୌଣସି ନୋଟିସ ଦିଆଯିବ ନାହିଁ ବୋଲି ପୂର୍ବରୁ ବିଲରେ ବିଭାଗ ପକ୍ଷରୁ ଦର୍ଶାଯାଇଛି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ବେହେରା କୁହନ୍ତି, ପ୍ରିପେଡ ମିଟର ଲାଗିବା ସମୟରେ ୩ ମାସ ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ୧୫ ଦିନ ପରେ ଅର୍ଥାତ୍‌ ୧୨ ନଭେମ୍ବର ଶନିବାରଠାରୁ ବିନା ନୋଟିସରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏଥିଯୋଗୁ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ଏ ସମ୍ପର୍କରେ ଆମେ ବିଦ୍ୟୁତ ବିଭାଗକୁ ଜଣାଇଛୁ। ବିଦ୍ୟାଳୟରେ ଶିକ୍ଷାପରିଚାଳନା କମିଟି ଏପର୍ଯ୍ୟନ୍ତ ଗଠନ ହୋଇ ନଥିବାରୁ ବକେୟା ବିଲ ଦିଆଯାଇ ନାହିଁ। ଏ ବିଷୟରେ ଜିଲା ଶିକ୍ଷାଧିକାରୀଙ୍କୁ ଆବଶ୍ୟ କାଗଜପତ୍ର ପ୍ରଦାନ କରାଯିବା ସହ ବିଦ୍ୟୁତ ବିଚ୍ଛିନ୍ନ ସମ୍ପର୍କରେ ଅବଗତ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri