Posted inଫୁରସତ

କ୍ଷୁଦ୍ରଗ୍ରହ ଆବିଷ୍କାରକଲେ ୯ମ ଶ୍ରେଣୀ ଛାତ୍ର

ନଏଡା: ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍‌ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି। ଏହାସହ ଦକ୍ଷ ଏହି କ୍ଷୁଦ୍ରଗ୍ରହର ନାମ ଦେବାକୁ ମଧ୍ୟ ସୁଯୋଗ ପାଇବେ। ସମ୍ପ୍ରତି ନାସା ଅସ୍ଥାୟୀ ଭାବରେ ଏହି କ୍ଷୁଦ୍ରଗ୍ରହର ନାମ ‘୨୦୨୩ଓଜି୪୦’ ରଖିଛି।
ଏହି ଆଷ୍ଟେରଏଡ ଆବିଷ୍କାରର ଯାତ୍ରା ଏକ ଇମେଲରୁ ଆରମ୍ଭ ହୋଇଥିଲା। ଦକ୍ଷ ଓ ତାଙ୍କର ୨ ସହପାଠୀଙ୍କୁ ସେମାନଙ୍କ ବିଦ୍ୟାଳୟର ଆଷ୍ଟ୍ରୋନୋମି କ୍ଲବ୍‌ରୁ ଏକ ଇମେଲ୍‌ ଆସିଥିଲା, ଯେଉଁଥିରେ ସେମାନେ ଅନ୍ତର୍ଜାତୀୟ କ୍ଷୁଦ୍ରଗ୍ରହ ଆବିଷ୍କାର ପ୍ରକଳ୍ପ (ଆଇଏଡିପି) ବିଷୟରେ ସୂଚନା ପାଇଥିଲେ। ଆଇଏଡିପି ହେଉଛି ନାସା ସହ ଜଡିତ ଏକ ବିଜ୍ଞାନ ଏବଂ ମହାକାଶ ସମ୍ବନ୍ଧୀୟ ପଦକ୍ଷେପ, ଯାହା ପୃଥିବୀର ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରଙ୍କୁ କ୍ଷୁଦ୍ରଗ୍ରହ ଆବିଷ୍କାର କରିବାର ସୁଯୋଗ ଦେଇଥାଏ। ଦକ୍ଷ ଏବଂ ତାଙ୍କ ଟିମ୍‌ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସନ୍ଧାନ ସହଯୋଗ (ଆଇଏଏସ୍‌ସି)ରୁ ଡାଟାସେଟ୍‌ ଡାଉନଲୋଡ୍‌ କରିଥିଲେ। ଏହାପରେ ସେମାନେ ଆଷ୍ଟ୍ରୋନୋମି ସଫ୍ଟୱେର୍‌ର ସାହାଯ୍ୟ ନେଇ ଲାଇଟ୍‌ ଏମିଶନ ଓ ଅବ୍‌ଜେକ୍ଟ ମୁଭ୍‌ମେଣ୍ଟ ଉପରେ ଅଧ୍ୟୟନ କରିଥିଲେ। ଦକ୍ଷ ନିଜର ଏହି ଅଭିଜ୍ଞତାକୁ ମଜାଳିଆ ହୋଇଥିବା ବର୍ଣ୍ଣନା କରି କହିଛନ୍ତି, ଏହି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନାସାରେ କାର୍ଯ୍ୟ କରୁଥିବା ପରି ଅନୁଭବ ହୋଇଥିଲା। ସେ ପିଲାବେଳୁ ସର୍ବଦା ମହାକାଶ ଏବଂ ବ୍ରହ୍ମାଣ୍ଡ ପ୍ରତି ଆଗ୍ରହୀ ଥିଲେ ବୋଲି ଦକ୍ଷଙ୍କ ପରିବାର ଲୋକେ କହିଛନ୍ତି। ନ୍ୟାଶନାଲ୍‌ ଜିଓଗ୍ରାଫିକ୍‌ରେ ବିଭିନ୍ନ ଡକ୍ୟୁମେଣ୍ଟାରି ଦେଖି ସେ ବଡ ବଡ଼ ଗ୍ରହ ଓ ଗାଲାକ୍ସି ବିଷୟରେ ଜାଣିବାକୁ ପାଇଥିଲେ।
ଆଇଏଡିପି ପ୍ରକଳ୍ପରେ ୬ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଛାତ୍ରୀଛାତ୍ର ଆଷ୍ଟେରଏଡ୍‌ର ଆବିଷ୍କାର କରିପାରନ୍ତି। ଦକ୍ଷଙ୍କ ପୂର୍ବରୁ କେବଳ ୫ ଜଣ ଭାରତୀୟ ଛାତ୍ରୀଛାତ୍ର ଏପରି କୀର୍ତ୍ତିମାନ ରଚିବାକୁ ସକ୍ଷମ ହୋଇଥିଲେ। ଆଷ୍ଟେରଏଡ୍‌ର ନାମକରଣକୁ ନେଇ ଏବେ ଦକ୍ଷ ଚିନ୍ତା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଉକ୍ତ ଆଷ୍ଟେରଏଡ୍‌ ପାଇଁ ୨ଟି ନାମ ‘ଡେଷ୍ଟ୍ରୟର ଅଫ୍‌ ଦି ୱାଲର୍‌ଡ’ ଓ ‘କାଉଣ୍ଟଡାଉନ୍‌’ ଭାବିଛନ୍ତି ବୋଲି ଦକ୍ଷ କହିଛନ୍ତି। ଆଗକୁ ନାସା ଦକ୍ଷଙ୍କ ଆବିଷ୍କାରର ଅନ୍ତିମ ଯାଞ୍ଚ କରିବ, ଯାହା ୪ରୁ ୫ ବର୍ଷ ସମୟ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?