୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର ପୋଲିସ ଗୁରୁବାର ଗିରଫ କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ହେଲେ କୁଲଦୀପ ହାସଦା(୨୩)। ଏନେଇ ପୋଲିସ ଏକ ମାମଲା ନଂ.୬୧୬/୨୫ ରୁଜୁ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ୧୦ମ ଶ୍ରେଣୀର ଛାତ୍ରୀ। ଗତ ଜୁନରେ ନାବାଳିକାଙ୍କୁ କୁଲଦୀପ ବଳାତ୍କାର କରିବା ସହ ଏ ବିଷୟରେ କାହାରିକୁ ନ ଜଣାଇବା ପାଇଁ ଧମକ ଚମକ ଦେଇ ତାଙ୍କୁ ଚୁପ କରାଇ ଦେଇଥିଲେ। ହେଲେ ଗତ ୨ ଦିନ ତଳେ ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରୀ ପରୀକ୍ଷାରୁ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ପରିବାର ଲୋକେ ଗୁରୁବାର ବୀରମିତ୍ରପୁର ଥାନାରେ ଏତଲା ଦେଇଥିଲେ। ପୋଲିସ କୁଲଦୀପଙ୍କ ଡାକ୍ତରୀ ମାଇନା କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ଭଞ୍ଜନଗର ବିଇଓଙ୍କ ତ୍ୱରିତ ପଦକ୍ଷେପ: ଅବସର ଦିନ ହିଁ ମିଳିଲା ୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫାଇନାଲ ପେନସନ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମଙ୍ଗଳବାର ଚାକିରିରୁ ଅବସର ନେଇଥିବା ୬ ଜଣ ଶିକ୍ଷୟିତ୍ରୀ,…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri