ଗାଜାରେ ଥମୁନି ସଂଘର୍ଷ

ଜେରୁଜେଲମ୍‌/ଗାଜା ସିଟି,୧୯ା୫: ବିବାଦୀୟ କ୍ଷେତ୍ର ଜେରୁଜେଲମ୍‌କୁ ନେଇ ଗତ ସପ୍ତାହରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷ ଥମିବାର ନାଁ ନେଉନାହିଁ। ଗାଜା ଷ୍ଟ୍ରିପ୍‌ରେ ୬୧ ଶିଶୁଙ୍କ ସମେତ ୨୧୨ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ଇସ୍ରାଏଲ୍‌ରେ ୨ ଶିଶୁଙ୍କ ସମେତ ୧୦ ଜଣ ନିହତ ହେଲେଣି। ଗାଜାରେ ପ୍ରାଣ ହରାଇଥିବା ଅଧିକାଂଶ ହମାସ କଠୋରପନ୍ଥୀ ବୋଲି ଇସ୍ରାଏଲ୍‌ ଦାବି କରିଛି। ଏହି ସଂଘର୍ଷ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ଅନେକ ରାଷ୍ଟ୍ରର ମାନବୀୟ ସହାୟତା ଉପଲବ୍ଧ କରାଉଥିବା ସଂସ୍ଥାଗୁଡ଼ିକ ସଂଘର୍ଷ ରୋକିବାକୁ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ଘମାଘୋଟ ଲଢ଼େଇ ମଧ୍ୟରେ ଇସ୍ରାଏଲ୍‌ ସେନା କହିଛି ଯେ, ହମାସ ଓ ପାଲେଷ୍ଟାଇନ୍‌ର ଅନ୍ୟ ସଙ୍ଗଠନଗୁଡ଼ିକ ପକ୍ଷରୁ ପ୍ରାୟ ୪,୦୦୦ ରକେଟ ମାଡ଼ କରାଯାଇଛି। କିନ୍ତୁ ସେଥିରୁ ଅଧିକାଂଶ ରକେଟ ଇସ୍ରାଏଲ୍‌ର ସୁରକ୍ଷା କବଚ କାରଣରୁ ଭୂମି ସ୍ପର୍ଶ କରିବା ପୂର୍ବରୁ ନଷ୍ଟ ହୋଇଯାଇଛି। ଇସ୍ରାଏଲ୍‌ ପାଇଁ ଢାଲ ସାଜିଥିବା ଏହି ଆଣ୍ଟାଇ ମିସାଇଲ ଡିଫେନ୍ସ ସିଷ୍ଟମ୍‌କୁ ଆଇରନ୍‌ ଡୋମ୍‌ କୁହାଯାଏ। ଏହା ୯୦% ସଫଳ ହେଉଥିବା ଇସ୍ରାଏଲ୍‌ ଦାବି କରିଛି। ଏହା ରକେଟକୁ ଜନବସତି ଅଞ୍ଚଳରେ ଖସିବା ପୂର୍ବରୁ ଟାର୍ଗେଟ କରିଥାଏ। ଏହି ସିଷ୍ଟମ୍‌କୁ ୨୦୧୧ ମସିହାରୁ ବ୍ୟବହାର କରାଯାଉଛି। ପ୍ରତ୍ୟେକ ଇଣ୍ଟରସେପ୍ଟରର ମୂଲ୍ୟ ପ୍ରାୟ ୧.୫ ଲକ୍ଷ ଡଲାର। ୨୦୦୬ରେ ଇସ୍‌ଲାମିକ୍‌ ସମୂହ ହିଜ୍‌ବୁଲ୍ଲା ବିଦ୍ରୋହୀଙ୍କ ସହ ଲଢ଼େଇ ପରେ ଇସ୍ରାଏଲ୍‌ ଏହି କାରିଗରି ଉପରେ କାମ ଆରମ୍ଭ କରିଥିଲା। ହିଜ୍‌ବୁଲ୍ଲା ଇସ୍ରାଏଲ୍‌କୁ ଟାର୍ଗେଟ କରି ହଜାର ହଜାର ରକେଟ ଛାଡ଼ିଥିଲେ। ଏଥିରେ ବହୁସଂଖ୍ୟକ ଇସ୍ରାଏଲୀ ନିହତ ହୋଇଥିଲେ। ଏହି ଆକ୍ରମଣର ବର୍ଷେ ପରେ ଇସ୍ରାଏଲର ସରକାରୀ କମ୍ପାନୀ ରାଫାଲ୍‌ ଡିଫେନ୍ସ ସୁରକ୍ଷା ଦୃଷ୍ଟିରୁ ଦେଶ ପାଇଁ ଏକ ମିସାଇଲ ଢାଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲା। ଉକ୍ତ ପ୍ରୋଜେକ୍ଟ ପାଇଁ ଇସ୍ରାଏଲ୍‌କୁ ଆମେରିକା ପକ୍ଷରୁ ୨୦ କୋଟି ଡଲାର ସହାୟତା ମିଳିଥିଲା।

ଅସ୍ତ୍ରବିରତି ପାଇଁ ବାଇଡେନ୍‌ଙ୍କ ପରାମର୍ଶ

ଗାଜାରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ସଂଘର୍ଷର ୮ ଦିନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଅସ୍ତ୍ରବିରତି ଦାବିକୁ ସମର୍ଥନ ଦେଇଛନ୍ତି। ତେବେ ଆମେରିକା ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ହିଂସା ବନ୍ଦ କରିବା ପାଇଁ ବିବୃତି ଜାରି ପ୍ରୟାସରେ ବାଧା ଦେଇଛି। ଇତିମଧ୍ୟରେ ଅସ୍ତ୍ରବିରତି ପରାମର୍ଶ ସତ୍ତ୍ୱେ ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ଏକ ବିବୃତି ମୁତାବକ ବାଇଡେନ୍‌ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ କହିଛନ୍ତି ଯେ, ଆମେରିକା ଗାଜାରେ ହିଂସା ରୋକିବା ପାଇଁ ଇଜିପ୍ଟ ଓ ଅନ୍ୟ ଦେଶଗୁଡ଼ିକ ସହ ମିଶି କାମ କରୁଛି। ନିରୀହ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଇସ୍ରାଏଲ୍‌ ଯଥାସମ୍ଭବ ଉଦ୍ୟମ କରୁ ବୋଲି ବାଇଡେନ୍‌ କହିଛନ୍ତି। ସେହିପରି ଜାତିସଂଘ ସୁରକ୍ଷା ପରିଷଦରେ ବିତର୍କ ବେଳେ ସୋମବାର ଭାରତର ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି ଉଭୟ ପକ୍ଷଙ୍କୁ ସଂଯମ ରହିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri