ବ୍ୟକ୍ତିବାଦ ସହ ଟେକ୍ନୋଲୋଜିର ଟକ୍କର

ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କ ସାଧାରଣ ଜ୍ଞାନ ଯେ ଲେଜିସ୍‌ଲେଚର (ବିଧାୟିକା), ଏକ୍‌ଜିକ୍ୟୁଟିଭ୍‌ (କାର୍ଯ୍ୟପାଳିକା) ଓ ଜୁଡିସିଆରି (ନ୍ୟାୟପାଳିକା) ନାମକ ସରକାରଙ୍କ ତିନୋଟି ଶାଖା ଭିତରେ ବାଲାନ୍ସ (ଛକାପଞ୍ଝା) ରହିଥାଏ, କେହି କାହାକୁ ସୀମାବାହାରକୁ ଯିବାକୁ ଛାଡ଼ିବେ ନାହିଁ, ତେଣୁ ଆଇନର ଶାସନ ଚାଲେ। ମାର୍କିନ ଗଣତନ୍ତ୍ରରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ ଥରର ରାଷ୍ଟ୍ରପତିତ୍ୱରେ (ମାର୍କିନ୍‌ ସମ୍ବିଧାନର ଧାରା ୨କୁ ଉଦ୍ଧାର କରି) କାର୍ଯ୍ୟପାଳିକା କ୍ଷମତାର ଏମିତି ବ୍ୟବହାର କରୁଛନ୍ତି ଯେ ନ୍ୟାୟପାଳିକା ଓ ବିଧାୟିକା ଉଭୟ ନୂ୍ୟନ ମନେହେଉଛନ୍ତି: ଆଇନ ଟ୍ରମ୍ପଙ୍କ ବାଟରେ ଚାଲୁଛି। କଂଗ୍ରେସ (ଆମର ସଂସଦର ପ୍ରତିରୂପ) ଚୁପ୍‌ ରହିଛି। ଇଂଲିଶରେ କଥା ଅଛି: ପିପୁଲ ଡିଜର୍ଭ ଦ ଗଭର୍ନମେଣ୍ଟ ଦେ ଗେଟ୍‌; ଲୋକଙ୍କୁ ସେମାନଙ୍କ ଇଚ୍ଛାର ସରକାର ମିଳେ। ସରକାର ବୋଇଲେ ସାଧାରଣ ଲୋକେ କାର୍ଯ୍ୟପାଳିକାକୁ ବୁଝନ୍ତି। ରାଷ୍ଟ୍ରପତି ତା’ର ମୁଖ୍ୟ। ୟୁଏସ୍‌ଏରେ ସରକାରଙ୍କ କାମ ମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ କାମ: ଆସନ୍ତୁ ଦେଖିବା ତାଙ୍କ କାମ କିପରି ଆଭ୍ୟନ୍ତରୀଣ ଶାସନକ୍ରିୟାକୁ ଆଉ ଅନ୍ତର୍ଜାତୀୟ ସ୍ତରର ରାଜନୀତିକୁ ପ୍ରଭାବିତ କରୁଛି।
ଟ୍ରମ୍ପଙ୍କ ପ୍ରଥମ କାମ ହେଲା ନିର୍ବାଚନୀ ଖର୍ଚ୍ଚରେ ସାହାଯ୍ୟ କରିଥିବା ଡିଜିଟାଲ୍‌ ଯୁଗର ଜଣେ କୁବେର ଏଲନ୍‌ ମସ୍କଙ୍କୁ ସେ ସମ୍ବିଧାନାତିରିକ୍ତ କ୍ଷମତା ଦେଇ ସରକାର-ବାହାରେ ସେକ୍ରେଟାରୀ (ଆମ ଦେଶର ମନ୍ତ୍ରୀ ଭଳି) ପାହ୍ୟା ଦେଇ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ)ର ମୁଖ୍ୟ କରିଦେଲେ। ସରକାରରେ ବଦ୍‌ଖର୍ଚ୍ଚ କମାଇବା ଲକ୍ଷ୍ୟରେ ମସ୍କ କାର୍ଯ୍ୟପାଳିକାର ବିଭିନ୍ନ ସ୍ତର ଓ ଶାଖାକୁ ଘାଣ୍ଟି ପକାଇଲେ, ଅଯଥା ଖର୍ଚ୍ଚ କହି ସେ ବିଦେଶୀ ସରକାର ଓ ସଂସ୍ଥାକୁ ତଥା ଦେଶ ଭିତରର ସଂସ୍ଥା ଓ ଅନୁଷ୍ଠାନଙ୍କୁ ଦିଆଯାଉଥିବା ଆର୍ଥକ ସହାୟତା ବନ୍ଦ କଲେ, ଦେଶ ଭିତରେ ବହୁତ ସରକାରୀ ସଂସ୍ଥାକୁ ଅଦରକାରୀ କହି ସେମାନଙ୍କ ସେବା ବନ୍ଦ କଲେ, ତାଙ୍କ ହିସାବରେ ବଳକା ମନେ ହେଉଥିବା କର୍ମଚାରୀମାନଙ୍କୁ ଛଟେଇ କଲେ, ସରଜମିନ୍‌ରୁ କର୍ମଚାରୀମାନଙ୍କୁ ମୁଖ୍ୟ ଅଫିସ୍‌କୁ ଫେରାଇ ଆଣିଲେ। ଅଫିସରେ ଜାଗା ନାହିଁ, ଚେୟାର୍‌ ଟେବୁଲ ନାହିଁ, ପାନୀୟ ଜଳ ଯୋଗାଣ ଯନ୍ତ୍ର ଅସଜଡା, ହାତଧୋଇବା ସାବୁନ ଓ ହାତପୋଛିବା କାଗଜ ନାହିଁ, ଅସୁତରା ପରିବେଶରେ ଦିନକୁ ପୂରା ୮ଘଣ୍ଟା କାମ, ଓଭର୍‌ଟାଇମ୍‌ ନାହିଁ। କୌଣସି ଫେଡେରାଲ୍‌ କର୍ମଚାରୀ କ୍ରେଡିଟ୍‌ କାର୍ଡ ଜରିଆରେ ଦିନକୁ ଏକ ଡଲାରରୁ ବେଶି ଖର୍ଚ୍ଚ କରିପାରିବେ ନାହିଁ। ଘରର ନିତିଦିନିଆ ଖର୍ଚ୍ଚ ତୁଲାଇବାରେ ଅସୁବିଧା ସାଙ୍ଗକୁ ବର୍ଜ୍ୟ ପରିବେଶରେ ଅଫିସ ଭିତରେ ଗେଞ୍ଜି ହୋଇ କାମ କରିବା କର୍ମଚାରୀଙ୍କ ଭିତରେ ଡିପ୍ରେଶନ୍‌ (ମାନସିକ ଅବସାଦ) ଆଣୁଛି।
ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଆଳରେ, ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ନାରା ଦେଇଥିବା ଟ୍ରମ୍ପ୍‌ ଧମକ ଦେଇଛନ୍ତି ଯେ ଦରିଆପାରି ମାର୍କିନ୍‌ କମ୍ପାନୀମାନେ ଦେଶକୁ ଫେରନ୍ତୁ, ନ ହେଲେ ସେମାନଙ୍କ ସାମଗ୍ରୀ ଉପରେ ଉଚ୍ଚହାରର ଶୁଳ୍କ ବସାଯିବ। ଯେଉଁ ଦେଶମାନେ ଆମେରିକାର ରପ୍ତାନି ଦ୍ରବ୍ୟ ଉପରେ ଶୁଳ୍କ ବସାଇଛନ୍ତି ସେମାନଙ୍କ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହାର ଖୁବ୍‌ ଉଚ୍ଚା କରୁଛନ୍ତି ବା କରିବାର ଧମକ ଦେଇଛନ୍ତି (ସମ୍ବିଧାନ କାର୍ଯ୍ୟପାଳିକାକୁ ଏପରି କ୍ଷମତା ଦେଇ ନାହିଁ ବୋଲି ଫେଡେରାଲ୍‌ କୋର୍ଟର ଏକ ବେଞ୍ଚ ଏବେ ରାୟ ଦେଇଛନ୍ତି)।
ଦେଶ ବିଦେଶର ଗ୍ରାହକମାନେ ଇ-ମେଲ୍‌ରୁ ୱେବ୍‌ ଯାଏ ଦଣ୍ଡାଳିଲା (ବ୍ରାଉଜିଂ) ବେଳେ ଆମେରିକାରେ ଥିବା ସମ୍ପୃକ୍ତ କମ୍ପାନୀମାନେ ସାଇତି ରଖି ପାରୁଛନ୍ତି ଏବଂ ଟ୍ରମ୍ପଙ୍କ ସରକାରଙ୍କୁ ଯାଞ୍ଚ ବେଳେ ସାହାଯ୍ୟ କରୁଛନ୍ତି ବୋଲି ଅନ୍ୟ ଦେଶମାନଙ୍କ ଧାରଣା, କାରଣ ଏହା ଚିହ୍ନିତ ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆଚରଣ ଓ ଉଚ୍ଚାରଣକୁ ପରୀକ୍ଷା କରି ଆମେରିକା ସରକାର ତାଙ୍କର ବୈଦେଶିକ ନୀତି ତିଆରି କରନ୍ତି ବୋଲି ଅନେକଙ୍କ ଧାରଣା। ୟୁକ୍ରେନକୁ ବା ଦକ୍ଷିଣ ଆଫ୍ରିକାକୁ ଗାଳିଦେବା, ଚାଇନା ଓ ରୁଷିଆକୁ ନାଲିଆଖି ଦେଖାଇବା, ଗୋରା ଦକ୍ଷିଣ ଆଫ୍ରିକୀୟଙ୍କୁ ମାଗଣା ନାଗରିକତ୍ୱ ପ୍ରଦାନ କରିବା, ଗାଜାରେ ଗୃହନିର୍ମାଣ ଯୋଜନା ପ୍ରସ୍ତାବ ଦେବା ଭଳି କାମ ହାତକୁ ନେବା ମୂଳରେ ଆମେରିକୀୟ ଟେକ୍‌ କମ୍ପାନୀମାନଙ୍କ ମେମୋରି ଭଣ୍ଡାର କାମ ଦେଉଛି, ସେମାନଙ୍କ କ୍ଲାଉଡ୍‌ ଷ୍ଟୋରେଜ୍‌ର କଣ୍ଟ୍ରୋଲ ଆମେରିକାରେ ଅଛି। ଟ୍ରମ୍ପଙ୍କ ଦାଦାଗିରି କେବଳ ଅନ୍‌-ଲାଇନ୍‌ ବ୍ୟବସ୍ଥାକୁ କଣ୍ଟ୍ରୋଲ କରୁନାହିଁ, ସେମାନଙ୍କର ସାର୍ବଭୌମତ୍ୱ କ୍ଷୁଣ୍ଣ କରୁଛି। ତେଣୁ ସେମାନେ ନିଜର କ୍ଲାଉଡ୍‌ ଷ୍ଟୋରେଜ୍‌ ତିଆରି କଲେଣି। ଫ୍ରାନ୍ସ ଓ ଜର୍ମାନୀ ସରକାର ଗୁଗଲ ଡକ୍‌ସ (ଡକ୍ୟୁମେଣ୍ଟସ୍‌)ସହ ପ୍ରତିଦ୍ୱନ୍ଦ୍ୱିତା କରି ନିଜର ଡକ୍‌ସ ଓ ୱାର୍ଡ ପ୍ରସେସର୍‌ ଆରମ୍ଭ କଲେଣି। (ଯେମିତି ଭାରତ ତା’ର ନ୍ୟାଶ୍‌ନାଲ୍‌ ଇନଫର୍‌ମେଟିକ୍ସ କର୍ପୋରେଶନ୍‌ – ଏନ୍‌ଆଇସି – ଜରିଆରେ ଡାଟା ଭଣ୍ଡାର ତିଆରି ଆରମ୍ଭ କରିଛି, ଏସିଆ ମହାଦେଶର ଯେ କୌଣସି ସ୍ଥାନକୁ ଠିକ୍‌ ଚିହ୍ନଟ କରିବାର ନିଜସ୍ବ ଜିପିଏସ୍‌ ତିଆରି କଲାଣି, ଆମେ ଅପରେଶନ୍‌ ସିନ୍ଦୂର ବେଳେ ଜାଣିଲୁ କିପରି ବାୟୁମଣ୍ଡଳରେ ଇଲେକ୍ଟ୍ରୋନିକ୍‌ ମାଧ୍ୟମ ସାମରିକ ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରେ।) ୟୁରୋପିଆନ୍‌ ୟୁନିୟନ୍‌ର ୯ଟି ଯାକ ଦେଶ ସନ୍ଦେହ କରୁଛନ୍ତି ରୁଷିଆ ଆକ୍ରମଣରେ ଟ୍ରମ୍ପଙ୍କ ଆମେରିକା ଯଥେଷ୍ଟ ସାହାଯ୍ୟ କରି ନ ପାରେ। ୟୁକ୍ରେନ-ରୁଷିଆ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ଏକ ସାମରିକ ମିଳାମିଶା ଭଳି ଦିଶୁଛି, ବିଶ୍ୱ ଏକ ତ୍ରିଶକ୍ତି (ଆମେରିକା, ରୁଷିଆ ଓ ଚାଇନା) ବଳୟ ଭିତରକୁ ଯାଉଥିବାର ସନ୍ଦେହ ହେଉଛି। ରୁଷିଆ ଦ୍ୱାରା ଆକ୍ରାନ୍ତ ୟୁକ୍ରେନ୍‌ ରାଷ୍ଟ୍ରପତି ଏବଂ ଦେଖାକରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ପ୍ରତି ଟ୍ରମ୍ପଙ୍କ ବ୍ୟବହାର ୟୁରୋପିଆନ୍‌ ୟୁନିୟନ୍‌ର ସଭ୍ୟ ରାଷ୍ଟ୍ରମାନଙ୍କୁ ଆମେରିକାଠାରୁ ରାଜନୈତିକ ଦୂରତା ପାଇଁ ପ୍ରସ୍ତୁତ କଲାଣି। ମାର୍ଚ୍ଚ (୨୦୨୫)ରେ କରାହୋଇଥିବା ଏକ ମତ ଗ୍ରହଣ (କଞ୍ଜୁମର୍‌ ପୋଲ୍‌)ରେ ୟୁରୋପୀୟ ସଂଘର ୬୨% ଲୋକ ଭାବୁଛନ୍ତି ଯେ ଆମେରିକାର ଟେକ୍‌ କମ୍ପାନୀମାନେ ୟୁରୋପୀୟ ମହାଦେଶର ସାର୍ବଭୌମତ୍ୱ ପ୍ରତି ବିପଦ। ତେଣୁ ସେ ଦେଶଗୁଡିକ ଡିଜିଟାଲ୍‌ ପ୍ରାଇଭେସି (ବ୍ୟକ୍ତି/କମ୍ପାନୀର ଗୋପନୀୟତା) ରକ୍ଷା ଲାଗି ନିଜର ୱେବ୍‌, ବ୍ରାଉଜର୍‌ ଓ ସର୍ଚ୍ଚ ଇଞ୍ଜିନ ତିଆରିରେ ଲାଗିଛନ୍ତି। ସୁଇଡେନର ମଲ୍ଲବାଡ୍‌, ନରୱେର ଭିବାଲ୍ଡି ଗୋଟିଏ ଗୋଟିଏ ଅନ୍‌ଲାଇନ୍‌ ସେବା। ଫ୍ରାନ୍ସର କ୍ୱାଣ୍ଟ୍‌, ବିଲାତର ମୋଜିକ୍‌, ନେଦରଲାଣ୍ଡର ଷ୍ଟାର୍ଟପେଜ୍‌ ଓ ଜର୍ମାନୀର ଇକୋଶିଆ ଗୋଟିଏ ଗୋଟିଏ ସର୍ଚ୍ଚ ଇଞ୍ଜିନ୍‌। ସୁଇଜରଲାଣ୍ଡର ପ୍ରୋଟନମେଲ୍‌ ଓ ଜର୍ମାନୀର ଟୁଟାନୋଟା ଗୋଟିଏ ଗୋଟିଏ ଇମେଲ୍‌ ସର୍ଭିସ୍‌। ଟ୍ରମ୍ପଙ୍କ କାଳରେ ସବୁ କର୍ମଚାରୀ ଅଫିସରେ ରହି କାମ କରିବେ ବୋଲି ସେ ଆଦେଶ ଦେଇଥିବାରୁ ୱାଇଫାଇ ବ୍ୟବସ୍ଥା ନିମ୍ନଗାମୀ ହୋଇଛି।
ଦିନ ଆସୁଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ, କୃତ୍ରିମ ବୁଦ୍ଧିମତ୍ତା) ଉନ୍ନତ ହୋଇ ସବୁ ସ୍ମାର୍ଟ ଫୋନକୁ କଣ୍ଟ୍ରୋଲ କରିବ, ସବୁ ସ୍ମାର୍ଟ ଫୋନ୍‌ର ଅପରେଟିଂ ସିଷ୍ଟମ୍‌ (ଓଏସ୍‌) ହୋଇଯିବ ତ ବ୍ୟବହାରକାରୀର ଡିଜିଟାଲ୍‌ ସ୍ବରୂପ ନେଇ କାମ କରିବ; ଚୋର ନେଲେ ଚୋରର ପୁରୁଣା ଫୋନରୁ ସବୁ ଉତାରି ଆଣିବ ନୂଆ ଫୋନକୁ, ଚୋର ପୁରୁଣା ଫୋନ ସଫା ସିଲଟ ଭଳି ରହିଯିବ ଯେ ପର୍ଯ୍ୟନ୍ତ ଆଉ ଜଣେ ଫୋନ୍‌ ରଖି ନ ଥିବା ଲୋକ ତାକୁ ନ ନେଇଛି। ସ୍ମାର୍ଟ ଫୋନ୍‌ ଚୋରି ବନ୍ଦ ହୋଇଯିବ। ପୃଥିବୀସାରା ଲୋକେ ଗୋଟିଏ ଆପ୍‌ ଥିବା ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିବାରୁ ଦାମ୍‌ କେବଳ ଶସ୍ତା ହେବ ନାହିଁ ଫୋନ୍‌ ସ୍ବୟଂ ବ୍ୟବହାରକାରୀର ଖର୍ଚ୍ଚକରିବାର ସାମର୍ଥ୍ୟ ନିର୍ଣ୍ଣୟ କରି ନିଜର ଦର କଷିବ, ତାହା ଉପତ୍ାଦନକାରୀ କମ୍ପାନୀର ଆକାଉଣ୍ଟକୁ ଆପେ ଆପେ ଚାଲିଯିବ। ଏ ଫୋନ୍‌ ବ୍ୟବହାରକାରୀର ହାଇପୋଥାଲାମସ୍‌ ଉପରେ ପ୍ରଭାବ ପକାଇ ତା’ର ଆଚରଣକୁ ଉଚିତ ମାର୍ଗରେ ନେବ, ଯେ ଯାଏ ଲୋକଟି ତାକୁ ଫୋପାଡି ନ ଦେଇଛି। କିନ୍ତୁ ନୂଆ ଫୋନ୍‌ ନେଲେ ତ ସେହି ଶିକ୍ଷା ଫୋନରୁ ମିଳିବ। ବିଲାତୀ ହାଇଫାଇ ବ୍ରାଣ୍ଡ୍‌ କେଇଏଫ୍‌ ସହିତ ସହବନ୍ଧ ହୋଇ ‘କିଛି ନୁହେଁ’, ନଥିଂ ଫୋନ୍‌ ନଁାରେ ପରୀକ୍ଷାମୂଳକ ଫୋନ୍‌ ବାହାରିଛି। ନୂଆ ଏଆଇ ଅପରେଟିଂ ସିଷ୍ଟମ୍‌ (ଓଏସ୍‌) ଥିବା ଫୋନ୍‌ ସବୁଠି କାମ କରିବ, ପୃଥିବୀ ବାହାରେ ଅନ୍ୟ ଗ୍ରହରେ ଓ ମହାକାଶରେ।
ଏ ସ୍ବୟଂକ୍ରିୟ ଫୋନ୍‌ ଆପେ ଆପେ ସୁଧାରିନେବ (agentic and automated and proactive ହେବ, ଆଜେଣ୍ଟିକ୍‌ ମାନେ ମାଲିକର ମନ ଅନୁଯାୟୀ କାମ କରୁଥିବା ଗୁମାସ୍ତା)ା ଆଉ ୧୦ବର୍ଷ ଅପେକ୍ଷା କରନ୍ତୁନା!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri