ଫେରିଯିବା ବାଲ୍ୟକାଳକୁ

ଗତ କିଛି ବର୍ଷ ହେଲା ଲୋକଙ୍କ ମଧ୍ୟରେ ଏପରି ଏକ ଧାରଣା ସୃଷ୍ଟିହୋଇଛି ଯେ ବାଲ୍ୟକାଳରେ ନିଜକୁ ଖୁସି ଦେଇଥିବା ପରିବେଶକୁ ପୁନର୍ନିର୍ମାଣ କରି ଜଣେ ବ୍ୟକ୍ତି ମାନସିକ ଚାପ ହ୍ରାସ କରିପାରିବ। ବିନା ସଙ୍କୋଚରେ ପିଲାଙ୍କ ଭଳି ଯେକୌଣସି କାର୍ଯ୍ୟ କରି ଆନନ୍ଦ ନେବା ପ୍ରକ୍ରିୟାକୁ ଏହା ବୁଝାଇଥାଏ, ଯାହାକୁ ଇଂରାଜୀରେ କିଡିଂ କହନ୍ତି। ଓଡ଼ିଆରେ ଏହା ପିଲାଳିଆମୀ ବା ଶିଶୁସୁଲଭ ଆଚରଣ ନାମରେ ପରିଚିତ। କିନ୍ତୁ ପ୍ରଶ୍ନ ହେଉଛି କୃତ୍ରିମ ଉପାୟରେ ଅତୀତର ସ୍ମୃତିକୁ ପୁନର୍ନିର୍ମାଣକରି ପୂର୍ବର ସେହି ଖୁସି, ଆନନ୍ଦ ଅନୁଭବ କରିବା ପ୍ରକୃତପକ୍ଷେ ସମ୍ଭବ କି ? ସେ ଯେକୌଣସି କାର୍ଯ୍ୟ ହେଉନା କାହିଁକି ସେଥିପ୍ରତି ପିଲାମାନେ ଯଦି ଆଗ୍ରହୀ ତେବେ ତାହା ସେମାନଙ୍କ ପାଇଁ ସର୍ବଦା ଆନନ୍ଦଦାୟକ ହୋଇଥାଏ। କାରଣ ପିଲାମାନେ ସେହି ଜିନିଷ କିମ୍ବା ନିଜ ବିଷୟରେ ସଚେତନ ନ ଥାନ୍ତି। ଏହା ସମ୍ପାଦନ ବେଳେ ପିଲାମାନେ ପ୍ରତ୍ୟେକ କାର୍ଯ୍ୟକଳାପରେ ପୂର୍ଣ୍ଣ ରୂପେ ସଂଶ୍ଳିଷ୍ଟ ହୋଇଯାନ୍ତି। ଏତିକିବେଳେ ସେମାନଙ୍କ ମନ ଓ ମସ୍ତିଷ୍କ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ ହୋଇ ନ ଥାଏ। କିନ୍ତୁ ଯୁବକ, ବୟସ୍କ ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ନିଜ ପିଲାଦିନକୁ ଫେରିପାଇବାରେ ଏକ ବଡ଼ ପ୍ରତିବନ୍ଧକ ରହିଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ‘କିଡିଂ’କୁ ଅବସାଦ ଦୂରକରିବା ଔଷଧ ରୂପେ ବିବେଚନା କରାଯାଉଥିଲା। ବର୍ତ୍ତମାନ ଏହା ଏକ ରୋଗରେ ପରିଣତ ହୋଇଛି। ଅନ୍ୟମାନଙ୍କ ଦ୍ୱାରା ଆବିଷ୍କୃତ କୌଶଳଗୁଡ଼ିକ ଫ୍ୟାଶନରେ ପରିଣତ ହେବା ଆଧୁନିକ ସଭ୍ୟତା ପାଇଁ ଏକ ବଡ଼ ଅଭିଶାପ। ଏହା ବ୍ୟକ୍ତିଙ୍କୁ ସାହାଯ୍ୟ କରେ ନାହିଁ। ଏଭଳି ପ୍ରୟାସ ମାଧ୍ୟମରେ ସ୍ମୃତିକୁ ପୁନର୍ଜୀବିତ କରିବାର ପ୍ରଚେଷ୍ଟା ତାହାକୁ ନିଷ୍କ୍ରିୟ କିମ୍ବା ମୃତ କରିଦିଏ। ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ପିତାମାତା, ପଡ଼ୋଶୀ ଏବଂ ବାଲ୍ୟକାଳର ବନ୍ଧୁଙ୍କ ନିକଟରେ ପହଞ୍ଚିବା ଏକ ଉପାୟ ହୋଇପାରେ। କିନ୍ତୁ ଏଭଳି ପରିବେଶ ପୁନର୍ନିର୍ମାଣ ପ୍ରଚେଷ୍ଟାରେ ସହାୟକ ହେବନାହିଁ। ଆଜିର ଯୁବଗୋଷ୍ଠୀ ଦାୟିତ୍ୱରୁ ବର୍ତ୍ତିବା ପାଇଁ ସମୟ ସମୟରେ ପ୍ରଚାରିତ ହେଉଥିବା ଏପରି ଖେଳ ଖେଳିବାରେ ଅଭ୍ୟସ୍ତ। କୋପେନ୍‌ହାଗେନ ବିଶ୍ୱବିଦ୍ୟାଳୟର ଅପରାଧ ବିଜ୍ଞାନର ପ୍ରଫେସର ତଥା ’ଇନ୍‌ଫେଣ୍ଟିଲାଇଜ୍‌ଡ’ ପୁସ୍ତକର ରଚୟିତା କିଥ୍‌ ହେୱାର୍ଡଙ୍କ ମତରେ ଯୁବକମାନେ ପିଲା ହୋଇ ରହିବାକୁ ଚାହୁଁଛନ୍ତି। ସେମାନଙ୍କ ବ୍ୟବହାର ଏବଂ ମାନସିକତା କିଶୋରମାନଙ୍କ ପରି ହୋଇଛି। ଏପରି ଛଳନାକରି ସର୍ବଶେଷରେ ସେମାନେ ସେଥିରେ ଫସିଯାନ୍ତି।
ଆମେ ସମ୍ପାଦନ କରୁଥିବା ପ୍ରତ୍ୟେକ କାର୍ଯ୍ୟ ଯେତେ ଛୋଟ ହେଲେ ମଧ୍ୟ ତାହା ଆମ ବ୍ୟକ୍ତିତ୍ୱର ଏକ ଅଂଶ ବିଶେଷ ହୋଇଥାଏ। ଜଣଙ୍କର କର୍ମ ଅବା କାର୍ଯ୍ୟ କରିବାର ଶୈଳୀ ହିଁ ତାହାର ମାନସିକତାକୁ ପରିପ୍ରକାଶ କରିଥାଏ। ଆଜିର ଯୁବ ସୁଲଭ ଗୁଣ ଖୁବ୍‌ ଶୀଘ୍ର ଏକ ନୂତନ ଧାରଣାକୁ ଆବୋରିନେଉଛି। ଏହା ଭିନ୍ନ ଜିନିଷ ପାଇଁ ଭିନ୍ନ ଭିନ୍ନ ନାମ ରଖିଥାଏ। ସେମାନେ ସାଧାରଣତଃ ଏହାକୁ ଏକ ସଉକ ଅବା ଅଭ୍ୟାସ ବୋଲି କହିବାକୁ ପସନ୍ଦ କରନ୍ତି। ଯେଉଁଥିରେ ସହନଶୀଳତା ଅନୁଭବ ହୋଇଥାଏ। କିନ୍ତୁ ସହନଶୀଳତାର ସନ୍ଧାନ ଏପରି ଦିଗକୁ ସ୍ବତଃ କାହିଁକି ଟାଣିନେଉଛି ? ଏହା ଏକ ବିରାଟ ପ୍ରଶ୍ନ ! ଅସହନଶୀଳତାର କାରଣ ନ ଜାଣି ମନୋବୈଜ୍ଞାନିକଙ୍କ ପରାମର୍ଶରେ ଅସ୍ଥାୟୀ ସମାଧାନ ଗ୍ରହଣ ବେଳେ ଏହା ଏକ ନୂତନ ଫ୍ୟାଶନର ଅଂଶ ବିଶେଷ ହେବା ବ୍ୟତୀତ ଏହାର ପରିଣାମ କ’ଣ ହେବ ସେ ବିଷୟରେ ଚିନ୍ତା ନ କରିବା ବୋଧହୁଏ ସହନଶୀଳତାର ଏକ ସୂତ୍ର। ଚାପ ଦୂରକରିବା ପ୍ରକ୍ରିୟାରେ ସର୍ବଦା ସମାଧାନର ନୂତନ ଚାପ ସୃଷ୍ଟିହେବା ସମ୍ଭାବନା ରହିଛି। ଚଳଚ୍ଚିତ୍ର ଏବଂ ସାମାଜିକ ଗଣମାଧ୍ୟମ ଏଭଳି ଧାରାକୁ ପ୍ରୋତ୍ସାହିତ କରୁଛି। ଏଠାରେ ୬୦ବର୍ଷର ନାୟକଙ୍କୁ ୨୦ ବର୍ଷର ବାଳକଙ୍କ ପରି ଧାଁଦୌଡ଼, ଡିଆଁଡେଇଁ କରୁଥିବା ଦେଖାଯାଉଛି।
ଏହା ସତ୍ୟ ଯେ ଆଜିର ବ୍ୟସ୍ତବହୁଳ, ଚାପଗ୍ରସ୍ତ ଏବଂ ପ୍ରତିଯୋଗିତାପୂର୍ଣ୍ଣ ଜୀବନରେ ‘କିଡିଂ’ କିଛି କ୍ଷଣ ପାଇଁ ଶାନ୍ତି, ମୁକ୍ତି ଏବଂ ଆନନ୍ଦ ପାଇଁ ସ୍ଥାନ ସୃଷ୍ଟି ଭଳି କାର୍ଯ୍ୟକରେ। ମନ୍ଥର ଗତିରେ ଆରୋଗ୍ୟ ପରି ଏକ ପ୍ରଭାବ ମଧ୍ୟ ଦେଖିବାକୁ ମିଳେ। ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଶିଶୁସୁଲଭ ଧାରା ବା ପିଲାଳିଆମୀ ପ୍ରବୃତ୍ତି ମାନସିକ ସ୍ବାସ୍ଥ୍ୟ ପାଇଁ ଏକ ପ୍ରଭାବଶାଳୀ ସମାଧାନ ରୂପେ ବିବେଚିତ ହେଉଥିଲା। ଏଠାରେ ଅଭିନବ ଉପାୟରେ କିଛି କରିବାକୁ କୌତୂହଳର ପ୍ରତୀକ ଭାବରେ ବିବେଚନା କରାଯାଏ। ବୟସ ଏବଂ ଶାରୀରିକ ଦୃଷ୍ଟିରୁ ଯେଉଁମାନେ ଯୁବକ ସେମାନେ ନିଜକୁ ପିଲା ଭାବନ୍ତି। ଦୈନନ୍ଦିନ ଜୀବନରେ ଏମାନେ ନିରନ୍ତର ନିର୍ଦ୍ଦେଶ ଏବଂ ସୁରକ୍ଷା ଆବଶ୍ୟକ କରନ୍ତି। ଏଭଳି ଆଚରଣ ‘ବିଳମ୍ବିତ ବୟସ୍କତା’ ଭାବରେ ବିବେଚିତ। ପ୍ରଶ୍ନ ହେଉଛି ଏସବୁ କେତେ ଦିନ ଚାଲିବ ? ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ଏହାକୁ ଅଭିନୟ ରୂପେ କରାଯିବା ଯଦିଓ ସମ୍ଭବପର କିନ୍ତୁ ଏହା ସହ ଆଗକୁ ବଢ଼ିପାରିବା ନାହିଁ।
କେତେକ ଅଧ୍ୟୟନରେ ଏହା ଦେଖାଯାଇଛି ଯେ ଆଜିର ଯୁବକ ଦାୟିତ୍ୱକୁ ଏଡ଼ାଇଯିବାକୁ ଚାହାନ୍ତି। ଏମାନେ ନିଜକୁ ପିଲା ବୋଲି ଭାବନ୍ତି। ଏହା ସତ୍ୟ ଯେ ପ୍ରତ୍ୟେକ କାର୍ଯ୍ୟ କିପରି ଆନନ୍ଦରେ ହୋଇପାରିବ ତାହା ଆମେ ପିଲାମାନଙ୍କଠାରୁ ଶିଖିପାରିବା। କିନ୍ତୁ ଏଥିପାଇଁ ଶିଶୁସୁଲଭ ମନୋଭାବ ସହ ପିଲାଳିଆମୀ ପ୍ରବୃତ୍ତି ଯେ ଆବଶ୍ୟକ ତାହା ଜରୁରୀ ନୁହେଁ। ପିଲାଦିନେ ଖୁସି ଦେଇଥିବା ଜିନିଷଗୁଡ଼ିକ ସମୟ ବଦଳିବା ସହିତ ସେପରି ହୋଇ ରହେନାହିଁ। ତାହା କେବଳ ସ୍ମୃତି ପାଲଟିଯାଏ। ଆଜିର ମଣିଷଙ୍କ ପାଇଁ ସ୍ମୃତି ମଧ୍ୟ ଏକ ଚାପ। ଏମାନେ ଏପରି ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ଯେଉଁଠାରେ ମନକୁ କୌଣସି ବିଷୟରେ ଚିନ୍ତା କରିବାକୁ ପଡ଼େନାହିଁ। କିନ୍ତୁ ଏହା ଆଉ ସମ୍ଭବ ନୁହେଁ। ପ୍ରତ୍ୟାବର୍ତ୍ତନର ପ୍ରୟାସ ଆମକୁ ଏକ ଭଲ ସ୍ମୃତିରୁ ମଧ୍ୟ ବଞ୍ଚିତ କରିପାରେ। କରୋନା ମହାମାରୀ ସମୟରେ ‘କିଡିଂ’ର ପ୍ରସାରିତ ହୋଇଥିଲା। ଏହା ସତ୍ୟ ଯେ ଜଡ଼ ସହ ଜଡ଼ିତ ରହି ଜଣେ ବ୍ୟକ୍ତି ଅଗ୍ରସର ହେବା ପାଇଁ ଉତ୍ତମ ଉପାୟ ଖୋଜିପାଇବ। କିନ୍ତୁ ଚାପରୁ ମୁକ୍ତି ପାଇଁ ନୂତନ ଚାପଯୁକ୍ତ ସମସ୍ୟା ଖୋଜିବା ଶୂନ୍ୟ କିମ୍ବା ପ୍ରତିକ୍ରିୟାଶୀଳ ଫଳାଫଳ ଦେଇପାରେ।
ବୈପାରିଗୁଡ଼ା, କୋରାପୁଟ
ମୋ:୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

Posted inHome Left View All

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri