Posted inଜାତୀୟ

ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ

ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍‌ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଓ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ବୁଧବାର ହଙ୍ଗାମା ହୋଇଥିବା ଜଣାପଡ଼ିଛି। ଉଭୟ ପରସ୍ପରକୁ ଲାତ ବିଧା ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଭୟ ଗୋଷ୍ଠୀର ଲୋକ ଆହତ ହୋଇଥିବା ବେଳେ ଅନେକ ଗାଡ଼ି ଭଙ୍ଗାରୁଜା କରାଯାଇଛି। ସୂଚନାଯୋଗ୍ୟ, ଭାଜପାର ପ୍ରଦେଶ ମନ୍ତ୍ରୀ ଅମିତ ବାଲ୍ମିକୀ ପ୍ରଥମ ଥର ପାଇଁ ଗାଜିଆବାଦ ଆସିଥିଲେ। ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ତାଙ୍କୁ ସ୍ବାଗତ ଜଣାଇବା ପାଇଁ ବ୍ୟାଣ୍ଡ ବାଜା ସହ ଆନ୍ଦୋଳନ ସ୍ଥଳ ନିକଟରେ ଏକତ୍ରିତ ହୋଇଥିଲେ। ସେହି ସମୟରେ ବିକ୍ଷୋଭକାରୀ କୃଷକମାନେ କଳା ପତାକା ଦେଖାଇ ହଙ୍ଗାମା କରିଥିଲେ। ଏହାକୁ ନେଇ ଭାଜପା ନେତା ଓ କୃଷକଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା। ଏହାପରେ କୃଷକମାନେ ବାଡ଼ି ଓ ଢ଼େଲାରେ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। କୃଷକଙ୍କ ଆକ୍ରମଣ ଦେଖି ଅମିତ କୌଣସି ପ୍ରକାରେ ସେଠାରୁ ପଳାଇଯାଇଥିଲେ। କିନ୍ତୁ ପରେ କୃଷମମାନେ ଅନ୍ୟ ନେତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିବା ବେଳେ ୭୦ରୁ ୮୦ଗାଡ଼ି ଭଙ୍ଗାରୁଜା କରାଯାଇଛି। ଅନ୍ୟପଟେ ଭାଜପା କର୍ମକର୍ତ୍ତା କୃଷକଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?