ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ

ନୂଆଗାଁ,୪।୧୦(ଧନେଶ୍ୱର ସାହୁ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି ସରକାର । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହ କର୍ମଚାରୀ ନିୟୋଜିତ କରି ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି ।
ଏତେସବୁ ପରେ ବି କେତେଜଣ ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସୁଫଳ ମିଳୁନାହିଁ।
ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏପରି ଅଭିଯୋଗ ସାମ୍‌ନାକୁ ଆସିଛି । ଗାଆଁଠୁ ସହର ଯାଏ ସବୁ ସ୍ଥାନକୁ ସଫା ରଖି ସ୍ବଚ୍ଛ ଭାରତ ଗଠନ କରିବା ସରକାରଙ୍କ ସଂକଳ୍ପ । ଏହି ଦାୟିତ୍ୱ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଗ୍ରାମ୍ୟ ପରିମଳ ବିଭାଗ ଓ ପଞ୍ଚାୟତିରାଜ ବିଭାଗକୁ ଦିଆଯାଇଛି । ସ୍ବଚ୍ଛତା ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମ ପରିମଳ ବିଭାଗର ମିଳିତ ଉଦ୍ୟମରେ ବହୁ ଅର୍ଥ ବ୍ୟୟ କରି ପ୍ରତି ଘରେ ପାଇଖାନା ନିର୍ମାଣ କରିବା ବ୍ୟବସ୍ଥା କରାଗଲା। ହେଲେ ସେଥିରେ ସ୍ବଚ୍ଛତା ଆସିବା ବଦଳରେ ଅଧିକାରୀ ଓ କର୍ମଚାରୀ ଲାଭବାନ ହେଲେ । ଅନେକେ ପାଇଖାନା ନିର୍ମାଣ ନ କରି କାଗଜପତ୍ରରେ ପାଇଖାନା ଦେଖାଇ ଅନୁଦାନକୁ ଲୁଟିନେଲେ । ବର୍ତ୍ତମାନ ସ୍ବଚ୍ଛତା ଦିବସ ନାଁରେ ହରିଲୁଟ୍‌ ଚାଲିଛି । ବହୁ ଆଦିବାସୀ ଗ୍ରାମରେ ପଙ୍କକାଦୁଅ, ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧ ଯାଏ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଓ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀକୁ ସ୍ବଚ୍ଛ ଭାରତ ଦିବସ ରୂପେ ପାଳନ କରାଯାଉଛି ।
ଏହି ଅବସରରେ ବିଭିନ୍ନ ସ୍ଥାନ ସଫେଇ କରିବାର ନିର୍ଦ୍ଦେଶ ରହିଥିବା ବେଳେ ପଞ୍ଚାୟତସ୍ତରରେ କେବଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ ନାମକୁମାତ୍ର ସଫା କରି ଫଟୋ ଉଠାଯାଉଛି । ପ୍ରତି ପଞ୍ଚାୟତକୁ ଅଳିଆବୁହା ରିକ୍ସା, ଅଳିଆ ପକାଇବା ନିମନ୍ତେ ଦେଢ ଲକ୍ଷ ଟଙ୍କା ବ୍ୟୟରେ କଠିନ ବର୍ଜ୍ୟବସ୍ତୁ ଗୃହ ନିର୍ମାଣ ସହ ସଫେଇ ପାଇଁ ଅନୁଦାନ ଦିଆଯାଇଥିଲେ ମଧ୍ୟ ସେସବୁ କାମରେ ଲାଗୁନି । ବ୍ଲକ କାର୍ଯ୍ୟାଳୟକୁ ମୂଲିଆ ଦ୍ୱାରା ସଫେଇ କରି ନିଜର ଦାୟିତ୍ୱ ସାରି ଦେଉଛନ୍ତି ଅଧିକାରୀ । ଗାଁ ସଫେଇ ପାଇଁ ଆସୁଥିବା ଗାଁ କଲ୍ୟାଣ ସମିତି ଅନୁଦାନକୁ କାମରେ ନ ଲଗାଇ ହଡପ କରାଯାଉଥିବା ଅଭିଯୋଗ ହେଉଛି ।
ସ୍ବଚ୍ଛ ଭାରତ ଗଠନ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ନଗ୍ନଚିତ୍ର ଦେଖିବାକୁ ମିଳିଛି ଜାକେଡା ପଞ୍ଚାୟତ କେନ୍ଦୁବଣିଆ ଗ୍ରାମରେ ।
ସ୍ବାସ୍ଥ୍ୟ କାନ୍ଥ ନିକଟରେ ଅସ୍ବାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି ।
ସ୍ବଚ୍ଛତା ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ମୁଁ ଏଠାରେ ଅଳ୍ପଦିନ ହେଲା ଯୋଗ ଦେଇଛି ।
କେଉଁଠି କ’ଣ ସମସ୍ୟା ଅଛି ମୋତେ ଜଣାଇଲେ ସମାଧାନ କରିବାକୁ ଚେଷ୍ଟା କରିବି। ସ୍ବଚ୍ଛତା ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?