୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବା ନେଇ ଦାବି…

ମସ୍କୋ,୧୪।୧ : ସମ୍ପ୍ରତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ତିନୋଟି ଭିନ୍ନ ଦାବି କରାଯାଉଛି। ପୁଟିନଙ୍କ ମୃତ୍ୟୁ ବିଷୟରେ ସମସ୍ତେ କେତେକ ଉଲ୍ଲେଖ କରିଛନ୍ତି। ଅକ୍ଟୋବର ୭ ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବ ବୋଲି ଏହି ଦାବିରେ କୁହାଯାଇଛି। ପୁଟିନଙ୍କ ଜନ୍ମଦିନ ଅକ୍ଟୋବର ୭ ରେ ପଡିଥାଏ। ଅତୀତରେ ମଧ୍ୟ ଏହିପରି ଅନେକ ଦାବି ହୋଇଆସୁଛି । ପ୍ରଶ୍ନ ଉଠୁଛି ଯେ ଏହା ପଛରେ ସତ୍ୟ କ’ଣ? ପୁଟିନଙ୍କୁ ହତ୍ୟା କରିବା ପାଇଁ କିଏ ଦାବି କରିଛି ଏବଂ କାହିଁକି? ପୁଟିନଙ୍କୁ ହତ୍ୟା କରିବାକୁ କିଏ ଚାହୁଁଛି? ରୁଷ ସରକାର ଏନେଇ କ’ଣ କହୁଛନ୍ତି? ଏଭଳି ବହୁ ପ୍ରଶ୍ନ ନେଇ ଆଲୋଚନା ହେଉଛି।

ପୁଟିନ ଗୁରୁତର ଅସୁସ୍ଥ ଥିବା ଖବର ପ୍ରଥମେ ଆସିଥିଲା। ଆମେରିକାର ରିପୋର୍ଟ ଅନୁଯାୟୀ ପୁଟିନଙ୍କର କର୍କଟ ଏବଂ ପାର୍କିନ୍ସନ ଭଳି ଗୁରୁତର ରୋଗ ରହିଛି। ଏହି କାରଣରୁ ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ବର୍ତ୍ତମାନ ସେ ଅନେକ ଜିନିଷ ଭୁଲିଯାଉଛନ୍ତି ।

ଏହା ମଧ୍ୟ ଦାବି କରାଯାଇଥିଲା ଯେ କର୍କଟ କାରଣରୁ ପୁଟିନଙ୍କ ପେଟରେ ସମସ୍ୟା ଦେଖାଦେଇଛି। କୋଷ୍ଠକାଠିନ୍ୟ ଏବଂ ଗ୍ୟାସ ଭଳି ସମସ୍ୟା ସହ ସେ ସଂଘର୍ଷ କରୁଛନ୍ତି। ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଭ୍ଲାଦିମିର ପୁଟିନ ଘରେ ସିଡ଼ି ତଳେ ପଡ଼ିଯାଇଥିଲେ। ଏହି କାରଣରୁ ତାଙ୍କ ଅଣ୍ଟାର ତଳ ଭାଗରେ ଆଘାତ ସେ ପାଇଛନ୍ତି।

ତୃତୀୟ ଦାବି ରୁଷିଆର ମୁଖ୍ୟ ବିରୋଧୀ ଦଳର ନେତା ଲିଆ ପୋନୋମାରେଭଙ୍କ ଦ୍ୱାରା କରାଯାଇଛି। ପୋନୋମାରେଭ ବର୍ତ୍ତମାନ ୟୁକ୍ରେନରେ ରହୁଛନ୍ତି। ଚଳିତ ବର୍ଷ ଅକ୍ଟୋବର ୭ ପୂର୍ବରୁ ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରାଯିବ ବୋଲି ପୋନୋରେଭ ଦାବି କରିଛନ୍ତି। ପୋନୋମେରେଭ ଏକ ଖବରକାଗଜକୁ ସାକ୍ଷାତକାର ଦେବାବେଳେ କହିଛନ୍ତି ଯେ ପୁଟିନ ତାଙ୍କର ୭୧ ତମ ଜନ୍ମଦିନ ପାଳନ କରି ପାରିବେ ନାହିଁ। ପୋନୋମାରେଭ କହିଛନ୍ତି, ମୁଁ ନେଦରଲାଣ୍ଡର ହେଗ ସହରରେ ପୁଟିନଙ୍କୁ ଭେଟିବାକୁ ଚାହୁଁଥିଲି। କିନ୍ତୁ ଲାଗୁଛି ଯେ ଏହା ବର୍ତ୍ତମାନ ସମ୍ଭବ ନୁହେଁ। ଏହି ବୈଠକ ଆଉ ହେବ ନାହିଁ। ତାଙ୍କ ନିକଟବର୍ତ୍ତୀ ଲୋକମାନେ ପୁଟିନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ହତ୍ୟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri