କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦାବି

କଟକ,୨୩ା୩ (କାର୍ତ୍ତିକ ସାହୁ): ଐତିହାସିକ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି ପରେ ଏବେ ଉଠିଛି ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦାବି। ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଶୁକ୍ରବାର ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ କୁମାର ରାଉତରାୟଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି। କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ପ୍ରଦାନ ପାଇଁ ଅଧିକ ତଥ୍ୟ ସଂଗ୍ରହ କରି କେନ୍ଦ୍ର ସଂସ୍କୃତି ବିଭାଗ ଜରିଆରେ ଜାତିସଂଘକୁ ପ୍ରଦାନ କରିବା ନିମନ୍ତେ ମେୟର ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ନିବେଦନ କରିଛନ୍ତି। ଉଭୟଙ୍କ ସାକ୍ଷାତ୍‌ ଆଲୋଚନାବେଳେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମେୟର ଅନୁରୋଧ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖି ଅନୁରୋଧ କରିଥିଲେ। ବର୍ତ୍ତମାନର ମେୟର ତଥା ତତ୍କାଳୀନ ରାଜ୍ୟ ସଭା ସଦସ୍ୟ ସୁବାସ ସିଂ ୨୦୨୨ ମସିହାରେ ୯ ଜଣ ଏମ୍‌ପିଙ୍କୁ ନେଇ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମୀନାକ୍ଷୀ ଲେଖିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ୨୦୨୨ ମସିହା ବାଲିଯାତ୍ରା ଚାଲିଥିବା ସମୟରେ ସୁଦୂର ଇଣ୍ଡୋନେସିଆର ବାଲି ସହରରୁ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବାଲିଯାତ୍ରାର ପ୍ରଶଂସା କରିଥିଲେ। ୨୦୨୪ରେ ଏହି ଜାତୀୟ ମାନ୍ୟତା ପାଇଁ ମେୟର ସିଂ ପୁନର୍ବାର ଅନୁରୋଧ କରିଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ବିଭାଗ ଚିଠି ଦ୍ୱାରା କେନ୍ଦ୍ର ଗୃହ ବିଭାଗକୁ ଅନୁରୋଧ କରିବାକୁ ମେୟର ସିଂ ଚିଠି ଲେଖି ଜଣାଇଥିଲେ। ଏଥିସହ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ମଧ୍ୟ ପୁନର୍ବାର ସଂସଦରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରସଙ୍ଗ ଉଠାଇଥିଲେ। ଜାତୀୟ ମାନ୍ୟତା ମିଳି ନ ଥିବାବେଳେ ଏବେ ଜାତିସଂଘ କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଚିଠି ଲେଖିଛନ୍ତି ମେୟର। ଏ ସମ୍ପର୍କରେ କଟକ ଜିଲାପାଳ ବିନୀତ୍‌ ଭରଦ୍ୱାଜଙ୍କ ସହ ଆଲୋଚନା କରି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ଏହି ସାକ୍ଷାତ ସମୟରେ ମେୟର ସିଂଙ୍କ ସମେତ ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ହୋଟେଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୧୯।୯: କୋଲକାତାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri