ବଟି ଆଦାୟ ଭିଡିଓ ଭାଇରାଲ, ବଦଳିଲେ ଥାନାଧିକାରୀ

କଟକ ଅଫିସ,୨୨ା୧୧: କଟକ ବାଲିଯାତ୍ରାରେ ପାର୍କିଂ ଟେଣ୍ଡର ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ବଟି ଦାବି କରିବା ଏବଂ ନ ଦେଲେ ମିଥ୍ୟା କେସ୍‌ରେ ଫସାଇ ଦେବାକୁ ମଧ୍ୟ ଧମକ ଦେଉଥିଲେ ଥାନାଧିକାରୀ। ଏହାର ଭିଡିଓ ଭାଇରାଲ ହେବା ପରେ କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏଥିସହ ଦରଘାବଜାର ଥାନାଧିକାରୀ ପ୍ରଦୀପ ପ୍ରଧାନଙ୍କୁ ଅତିରିକ୍ତ ଭାବେ କ୍ୟାଣ୍ଟନମେଣ୍ଟ ଥାନାର ଆଇଆଇସି ଦାୟିତ୍ୱରେ ରଖାଯାଇଥିବା ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଭାଜପା ପକ୍ଷରୁ ଡିଜିପିଙ୍କ ନିକଟରେ ଅଭିଯୋଗ କରାଯିବା ସହ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉକ୍ତ ଭାଇରାଲ ଭିଡିଓ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଦଳର ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ବାଲିଯାତ୍ରାରେ ସାଇକେଲ ଷ୍ଟାଣ୍ଡ ନିଲାମ ନେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡାକି ଆଇଆଇସି ମିଶ୍ର ବଟି ଅର୍ଥ ଦେବା ନିମନ୍ତେ ତାଗିଦା କରିବା ସହ ଗାଳିଗୁଲଜ କରିଥିଲେ। ବଟି ନ ଦେଲେ ମିଥ୍ୟା କେସ୍‌ରେ ଫସାଇଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ ଉକ୍ତ ଥାନାର ଏସ୍‌ଆଇ ମୋତିଲାଲ ମାରାଣ୍ଡି ମଧ୍ୟ ସାମିଲ ଅଛନ୍ତି।
ଚଳିତବର୍ଷ ବାଲିଯାତ୍ରାରେ କଟକ ମହାନଗର ନିଗମ ପକ୍ଷରୁ ସରକାରୀ ଭାବେ ୨୧ଟି ପାର୍କିଂ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେଥିମଧ୍ୟରୁ କାର୍ତ୍ତିକେଶ୍ୱର ଗଡ଼ା (ପୂର୍ବ) ଷ୍ଟାଣ୍ଡର ଟେଣ୍ଡର ହାସଲ କରିଥିଲେ ଭବାନୀ ଶଙ୍କର ବେଉରା। ଏହି ପାର୍କିଂରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ସଂଯୋଜକ ସ୍ମୃତିରଞ୍ଜନ ମିଶ୍ର ସହଯୋଗୀ ଭାବେ ଜଡ଼ିତ ଥିଲେ। ସ୍ମୃତିରଞ୍ଜନଙ୍କ ଅଭିଯୋଗ ଅନୁସାରେ ଥାନାଧିକାରୀ ମିଶ୍ର, ଏସ୍‌ଆଇ ମାରାଣ୍ଡି ସେମାନଙ୍କୁ ଥାନାକୁ ଡାକି ପାର୍କିଂ ବାବଦକୁ ୫୦ ହଜାର ଟଙ୍କାର ଚାନ୍ଦା ଦାବି କରିଥିଲେ। ବିଭିନ୍ନ ସମୟରେ ମାନସିକ ଚାପ ପକାଇ ତାଙ୍କଠାରୁ ୪୦ ହଜାର ଟଙ୍କା ଚାନ୍ଦା ଭାବେ ଆଦାୟ ମଧ୍ୟ କରିଥିଲେ। ପରେ ପୁଣି ଅଧିକ ଚାନ୍ଦା ଦେବା ପାଇଁ ଆଇଆଇସି ବାଧ୍ୟ କରିଥିଲେ। ବାଲିଯାତ୍ରାରେ ପାର୍କିଂ ବ୍ୟବସାୟରେ କ୍ଷତି ହୋଇଛି। ଏଥିପାଇଁ ଚାନ୍ଦା କମ୍‌ କରିବାକୁ ଆଇଆଇସିଙ୍କୁ ଅନୁରୋଧ କରିଥିଲେ। ହେଲେ ସେ ଶୁଣି ନ ଥିଲେ। ଏତେ ପରିମାଣର ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ସେମାନଙ୍କୁ ଥାନାରେ ଗାଳିଗୁଲଜ କରିବା ସହ ମିଥ୍ୟା ମୋକଦ୍ଦମାରେ ଫସାଇଦେବାର ଧମକ ଦେଇଥିଲେ। ବାଲିଯାତ୍ରା ପଡ଼ିଆ କ୍ୟାଣ୍ଟନମେଣ୍ଟ ଥାନା ଅଧୀନରେ ରହିଛି। ବାଲିଯାତ୍ରାରେ ଥିବା ପାର୍କିଂ ଷ୍ଟାଣ୍ଡ୍‌ ନିଲାମଧାରୀ, ଦୋଳିମାଲିକ, ସାଧାରଣ ବ୍ୟବସାୟୀମାନଙ୍କଠାରୁ ବେଆଇନ ଭାବେ ଚାନ୍ଦା ଆଦାୟ କରାଯାଇଛି। ଏହାର ଦାୟିତ୍ୱ ଏସ୍‌ଆଇ ମାରାଣ୍ଡି ନେଇଥିଲେ। ଏହାର ସମ୍ପୂର୍ଣ୍ଣ ବିବରଣୀ ସେ ଏକ ନୀଳ ଡାଏରୀରେ ଲେଖି ରଖୁଥିଲେ। ଖୋଦ୍‌ ଆଇଆଇସି ମିଶ୍ର ଓ ଏସ୍‌ଆଇ ମାରାଣ୍ଡି ଟଙ୍କା ମାଗୁଥିବା ଓ ଗାଳିଗୁଲଜ କରୁଥିବା ଭିଡ଼ିଓକୁ ଖବରଦାତା ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ ପ୍ରଦର୍ଶନ କରିଥିଲେ। କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ଆଦାୟର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଆଇଆଇସି ଓ ଏସ୍‌ଆଇଙ୍କୁ ତୁରନ୍ତ ନିଲମ୍ବନ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବାଲିଯାତ୍ରାରେ ବିଭିନ୍ନ ବ୍ୟବସାୟୀଙ୍କଠାରୁ ଆଦାୟ ହୋଇଥିବା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଚାନ୍ଦାର ହିସାବ ଥିବା ନୀଳ ଡାଏରୀକୁ ଜବତ କରିବାକୁ ଡିଜିପିଙ୍କ ନିକଟରେ ଦାବି ହୋଇଥିଲା। ପରେ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇଆଇସି ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଭାଜପା ନେତା ସାକ୍ୟ ସିଂ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କାଳୀ ପ୍ରସନ୍ନ ମହାନ୍ତି, କାଠଯୋଡ଼ି ମଣ୍ଡଳ ସଭାପତି ନନ୍ଦ କିଶୋର ଜେନା, ଅନ୍ନଦା ପ୍ରସାଦ ଦାସ, ଧିରେନ ସେଠୀ ଓ ସୁନୀଲ ଦ୍ୱିବେଦୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?