ବଟି ଆଦାୟ ଭିଡିଓ ଭାଇରାଲ, ବଦଳିଲେ ଥାନାଧିକାରୀ

କଟକ ଅଫିସ,୨୨ା୧୧: କଟକ ବାଲିଯାତ୍ରାରେ ପାର୍କିଂ ଟେଣ୍ଡର ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ବଟି ଦାବି କରିବା ଏବଂ ନ ଦେଲେ ମିଥ୍ୟା କେସ୍‌ରେ ଫସାଇ ଦେବାକୁ ମଧ୍ୟ ଧମକ ଦେଉଥିଲେ ଥାନାଧିକାରୀ। ଏହାର ଭିଡିଓ ଭାଇରାଲ ହେବା ପରେ କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏଥିସହ ଦରଘାବଜାର ଥାନାଧିକାରୀ ପ୍ରଦୀପ ପ୍ରଧାନଙ୍କୁ ଅତିରିକ୍ତ ଭାବେ କ୍ୟାଣ୍ଟନମେଣ୍ଟ ଥାନାର ଆଇଆଇସି ଦାୟିତ୍ୱରେ ରଖାଯାଇଥିବା ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଭାଜପା ପକ୍ଷରୁ ଡିଜିପିଙ୍କ ନିକଟରେ ଅଭିଯୋଗ କରାଯିବା ସହ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉକ୍ତ ଭାଇରାଲ ଭିଡିଓ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଦଳର ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ବାଲିଯାତ୍ରାରେ ସାଇକେଲ ଷ୍ଟାଣ୍ଡ ନିଲାମ ନେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡାକି ଆଇଆଇସି ମିଶ୍ର ବଟି ଅର୍ଥ ଦେବା ନିମନ୍ତେ ତାଗିଦା କରିବା ସହ ଗାଳିଗୁଲଜ କରିଥିଲେ। ବଟି ନ ଦେଲେ ମିଥ୍ୟା କେସ୍‌ରେ ଫସାଇଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ ଉକ୍ତ ଥାନାର ଏସ୍‌ଆଇ ମୋତିଲାଲ ମାରାଣ୍ଡି ମଧ୍ୟ ସାମିଲ ଅଛନ୍ତି।
ଚଳିତବର୍ଷ ବାଲିଯାତ୍ରାରେ କଟକ ମହାନଗର ନିଗମ ପକ୍ଷରୁ ସରକାରୀ ଭାବେ ୨୧ଟି ପାର୍କିଂ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେଥିମଧ୍ୟରୁ କାର୍ତ୍ତିକେଶ୍ୱର ଗଡ଼ା (ପୂର୍ବ) ଷ୍ଟାଣ୍ଡର ଟେଣ୍ଡର ହାସଲ କରିଥିଲେ ଭବାନୀ ଶଙ୍କର ବେଉରା। ଏହି ପାର୍କିଂରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ସଂଯୋଜକ ସ୍ମୃତିରଞ୍ଜନ ମିଶ୍ର ସହଯୋଗୀ ଭାବେ ଜଡ଼ିତ ଥିଲେ। ସ୍ମୃତିରଞ୍ଜନଙ୍କ ଅଭିଯୋଗ ଅନୁସାରେ ଥାନାଧିକାରୀ ମିଶ୍ର, ଏସ୍‌ଆଇ ମାରାଣ୍ଡି ସେମାନଙ୍କୁ ଥାନାକୁ ଡାକି ପାର୍କିଂ ବାବଦକୁ ୫୦ ହଜାର ଟଙ୍କାର ଚାନ୍ଦା ଦାବି କରିଥିଲେ। ବିଭିନ୍ନ ସମୟରେ ମାନସିକ ଚାପ ପକାଇ ତାଙ୍କଠାରୁ ୪୦ ହଜାର ଟଙ୍କା ଚାନ୍ଦା ଭାବେ ଆଦାୟ ମଧ୍ୟ କରିଥିଲେ। ପରେ ପୁଣି ଅଧିକ ଚାନ୍ଦା ଦେବା ପାଇଁ ଆଇଆଇସି ବାଧ୍ୟ କରିଥିଲେ। ବାଲିଯାତ୍ରାରେ ପାର୍କିଂ ବ୍ୟବସାୟରେ କ୍ଷତି ହୋଇଛି। ଏଥିପାଇଁ ଚାନ୍ଦା କମ୍‌ କରିବାକୁ ଆଇଆଇସିଙ୍କୁ ଅନୁରୋଧ କରିଥିଲେ। ହେଲେ ସେ ଶୁଣି ନ ଥିଲେ। ଏତେ ପରିମାଣର ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ସେମାନଙ୍କୁ ଥାନାରେ ଗାଳିଗୁଲଜ କରିବା ସହ ମିଥ୍ୟା ମୋକଦ୍ଦମାରେ ଫସାଇଦେବାର ଧମକ ଦେଇଥିଲେ। ବାଲିଯାତ୍ରା ପଡ଼ିଆ କ୍ୟାଣ୍ଟନମେଣ୍ଟ ଥାନା ଅଧୀନରେ ରହିଛି। ବାଲିଯାତ୍ରାରେ ଥିବା ପାର୍କିଂ ଷ୍ଟାଣ୍ଡ୍‌ ନିଲାମଧାରୀ, ଦୋଳିମାଲିକ, ସାଧାରଣ ବ୍ୟବସାୟୀମାନଙ୍କଠାରୁ ବେଆଇନ ଭାବେ ଚାନ୍ଦା ଆଦାୟ କରାଯାଇଛି। ଏହାର ଦାୟିତ୍ୱ ଏସ୍‌ଆଇ ମାରାଣ୍ଡି ନେଇଥିଲେ। ଏହାର ସମ୍ପୂର୍ଣ୍ଣ ବିବରଣୀ ସେ ଏକ ନୀଳ ଡାଏରୀରେ ଲେଖି ରଖୁଥିଲେ। ଖୋଦ୍‌ ଆଇଆଇସି ମିଶ୍ର ଓ ଏସ୍‌ଆଇ ମାରାଣ୍ଡି ଟଙ୍କା ମାଗୁଥିବା ଓ ଗାଳିଗୁଲଜ କରୁଥିବା ଭିଡ଼ିଓକୁ ଖବରଦାତା ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ ପ୍ରଦର୍ଶନ କରିଥିଲେ। କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ଆଦାୟର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଆଇଆଇସି ଓ ଏସ୍‌ଆଇଙ୍କୁ ତୁରନ୍ତ ନିଲମ୍ବନ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବାଲିଯାତ୍ରାରେ ବିଭିନ୍ନ ବ୍ୟବସାୟୀଙ୍କଠାରୁ ଆଦାୟ ହୋଇଥିବା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଚାନ୍ଦାର ହିସାବ ଥିବା ନୀଳ ଡାଏରୀକୁ ଜବତ କରିବାକୁ ଡିଜିପିଙ୍କ ନିକଟରେ ଦାବି ହୋଇଥିଲା। ପରେ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇଆଇସି ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଭାଜପା ନେତା ସାକ୍ୟ ସିଂ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କାଳୀ ପ୍ରସନ୍ନ ମହାନ୍ତି, କାଠଯୋଡ଼ି ମଣ୍ଡଳ ସଭାପତି ନନ୍ଦ କିଶୋର ଜେନା, ଅନ୍ନଦା ପ୍ରସାଦ ଦାସ, ଧିରେନ ସେଠୀ ଓ ସୁନୀଲ ଦ୍ୱିବେଦୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri