ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଜନସାଧାରଣ ଓ ବ୍ୟବସାୟୀ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତି। କରୋନାକୁ ନଜରରେ ରଖି ବର୍ତ୍ତମାନ କାମ ବନ୍ଦ କରାଯାଉ। କରୋନା ପ୍ରକୋପ କମିବା ପରେ ଆର୍‌ଓବି କ୍ଷତିଗ୍ରସ୍ତ କମିଟି ସହ ଆଲୋଚନା କରି କାମ ଆରମ୍ଭ କରାଯିବା ସହ କ୍ଷତିଗ୍ରସ୍ତଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଦିଆଯିବାକୁ କମିଟି ଦାବି ରଖିଛି।
ଗତ ଜାନୁୟାରୀ ମାସରେ ଜମି ଅଧିଗ୍ରହଣ ପାଇଁ ମାପଚୁପ ଓ ସର୍ଭେ ଆରମ୍ଭ ହୋଇଥିଲା। ମାତ୍ର ଅଳ୍ପ କିଛିଦିନ ପରେ କାମ ବନ୍ଦ ରହିଥିଲା। ଏବେ ପୁଣି ଜମି ଅଧିଗ୍ରହଣ ପାଇଁ ମାପଚୁପ କରାଯାଉଛି। ସମ୍ପ୍ରତି କରୋନା ଭୟାବହତାକୁ ଦେଖି ଆର୍‌ଓବି କ୍ଷତିଗ୍ରସ୍ତ କମିଟି ଶୁକ୍ରବାର ଅତିରିକ୍ତ ଜିଲାପାଳ ବିନୟ ଦାସଙ୍କୁ ଭେଟି ଆଲୋଚନା କରିଛି। କମିଟି ସମ୍ପାଦକ ଶତ୍ର୍ରୁଘନ ବଳିୟାରସିଂ କହିଛନ୍ତି, ପ୍ରଶାସନକୁ ଆମେ କେତେକ ଦାବି ଜଣାଇଛୁ। ବର୍ତ୍ତମାନ କରୋନା ପାଇଁ ଆର୍‌ଓବି କାମ ବନ୍ଦ ରଖାଯାଉ। କରୋନା ପ୍ରକୋପ କମିଯିବା ପରେ ପୁନଶ୍ଚ ଆଲୋଚନା କରାଯାଇ କାମ ଆରମ୍ଭ ହେଉ। ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତମାନଙ୍କୁ ଯେଉଁଭଳି ସ୍ବତନ୍ତ୍ର ପ୍ୟାକେଜ ଦିଆଯାଇଛି ଏହି ପ୍ରକଳ୍ପ ନିମନ୍ତେ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ସେଭଳି ପ୍ୟାକେଜ୍‌ ଦେବା ପାଇଁ ଘୋଷଣା କରାଯାଉ। ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଦିଆଯାଉ। ଉକ୍ତ ପ୍ରକଳ୍ପ ଲାଗି ବାଲୁଖଣ୍ଡ, କୁମୁଟିପାଟଣା, ମାଟିଆପଡ଼ା ଏବଂ ସିଦ୍ଧମହାବୀର ମୌଜାର ଲୋକେ କ୍ଷତିଗ୍ରସ୍ତ ହେବେ ବୋଲି ବଳିୟାରସିଂ କହିଛନ୍ତି। ଏହି ଆଲୋଚନାରେ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ବିବେକାନନ୍ଦ ପଣ୍ଡା, ବିରଞ୍ଚତ୍ନାରାୟଣ ରାଉତ, ବିଭୂତି ଭୂଷଣ ସେଠୀ ପ୍ରମୁଖ ସାମିଲ ଥିଲେ।
ଆର୍‌ଓବି ପାଇଁ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ଏଥିନିମନ୍ତେ ଘର ସହ ରାସ୍ତା ଉଭୟ ପାର୍ଶ୍ୱରେ ୨୫୦ରୁ ଅଧିକ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri