ହୁମାରେ ଟ୍ରେନ୍‌ ରହଣି ନେଇ ଦାବିପତ୍ର

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ହୁମା ରେଳ ଷ୍ଟେଶନଠାରେ ଭୁବନେଶ୍ୱର ବିଶାଖାପାଟନମ୍‌ ଇଣ୍ଟରସିଟି ଏକ୍ସପ୍ରେସ୍‌ ରହଣି ନିମନ୍ତେ ହୁମା ପଞ୍ଚାୟତ ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏଠାରେ ଉକ୍ତ ଟ୍ରେନ୍‌ ରହିବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ର, ଚାଷୀ, ମୂଲିଆ, ବେପାରୀ ଆଦି ଉପକୃତ ହୋଇପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ପଦାଧିକାରୀଙ୍କୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ଦାବି କରି ଆସୁଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନି ବୋଲି ପ୍ରତିନିଧି ଦଳ କହିଛନ୍ତି l ଶହ ଶହ ଲୋକ ରାତି ପାହିଲେ ନିଜ ନିଜ କର୍ମ ପାଇଁ ବାହାରକୁ ଯିବାକୁ ପଡୁଛି। ହୁମା ନିକଟସ୍ଥ ଗୋଖରକୁଦା, କଣ୍ଟିଆଗଡ଼ ଓ ପୋଡ଼ମପେଟା ଆଦି ଅଞ୍ଚଳର ମତ୍ସ୍ୟଜୀବୀ ବାଲୁଗାଁ,ଟାଙ୍ଗୀ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଆଦି ସହରକୁ ବିଭିନ୍ନ ରକମର ଶୁଖୁଆ ବିକ୍ରି କରିବାକୁ ଯାଇଥାନ୍ତି l ଏଥିସହ ଚାଷ ସମୟରେ ଆଖ ପାଖ ଅଞ୍ଚଳର ବହୁ ମହିଳା ପୁରୁଷ ଟ୍ରେନ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିବାକୁ ବାହାରକୁ ଯିବା ପାଇଁ ପଡ଼ିଥାଏ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି। ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି। ଦାବିପତ୍ର ଦେବା ବେଳେ ସମିତି ସଭ୍ୟ ପଲାଇଙ୍କ ସମେତ ସନ୍ତୋଷ ମହାପାତ୍ର, ଶାନ୍ତନୁ ବାରିକ, ପ୍ରଶାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri