ନୂଆ ଫ୍ଲାଟ୍‌ କିଣିଲେ ସୋନାକ୍ଷୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚର୍ଚ୍ଚାରେ ରହୁଛନ୍ତି। ସୋନାକ୍ଷୀ ବେଳେବେଳେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ବେଳେବେଳେ ରିଲେସନଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି। ଏଥର ସୋନାକ୍ଷୀ ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ନୂଆ ଖବର ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ଏହି ଅଭିନେତ୍ରୀ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି, ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଘର ଭିତରୁ ବହୁତ ସୁନ୍ଦର। ଘର ଭିତର ଅପେକ୍ଷା ବାହାରର ଦୃଶ୍ୟ ବେଶ୍‌ ମନଲୋଭା। ସେ ସି’ ଫେସିଂ ଫ୍ଲାଟ୍‌ କିଣିଛନ୍ତି। ଘର ଭିତରେ ଥାଇ ସମୁଦ୍ରର ସୁନ୍ଦର ଦୃଶ୍ୟ ଉପଯୋଗ କରିପାରିବେ। ପ୍ରଶଂସକମାନେ ତାଙ୍କ ନୂଆ ଘରକୁ ଖୁବ୍‌ ପସନ୍ଦ କରିଛନ୍ତି।

ସୋନାକ୍ଷୀ ଏହା ପୂର୍ବରୁ ୨୦୨୧ରେ ବାନ୍ଦ୍ରାଠାରେ ୪ ବିଏଚ୍‌କେ ଘର କିଣିଥିଲେ। ଏବେ ସେ ଆଉ ଏକ ଫ୍ଲାଟ୍‌ କିଣିଛନ୍ତି। ସୋନାକ୍ଷୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋ ସହିତ ସୋନାକ୍ଷୀ ନୂଆ ଘର ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ବି ଦେଇଛନ୍ତି।

ଫଟୋରେ ଦେଖିପାରିବେ ସୋନାକ୍ଷୀ ତାଙ୍କ ଘରେ ନୂଆ ଆସବାବପତ୍ର ସେଟ୍‌ କରୁଛନ୍ତି। ଫଟୋ ଶେୟାର କରି ସୋନାକ୍ଷୀ ଲେଖିଛନ୍ତି, ବହୁତ କଷ୍ଟ: ଚାରା, ବାସନ, ଆଲୋକ, ପ୍ଲେଟ୍‌, କୁଶନ, ଚେୟାର ଏବଂ ଟେବୁଲ, ଫୋକ୍‌, ସିଙ୍କ୍‌, ଡବା ଆଦି କରିବା ସହଜ ନୁହେଁ’। ସୋନାକ୍ଷୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହା ଉପରେ ମନ୍ତବ୍ୟ ଦେଇ ୟୁଜରମାନେ ସୋନାକ୍ଷୀଙ୍କୁ ନୂଆଘର ପାଇଁ ଅଭିନନ୍ଦନ ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri