ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି ଲିଗ୍ ମ୍ୟାଚ୍ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ବେଙ୍ଗଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଶୁକ୍ରବାର ଖେଳ ଶେଷ ସୁଦ୍ଧା୬ ଉଇକେଟ ବିନିମୟରେ ୩୦୧ ରନ ସଂଗ୍ରହ କରିଛି । ଦଳର ପ୍ରାରମ୍ଭିକ ବ୍ୟାଟ୍ସ୍‌ମ୍ୟାନ୍ ଆୟୁଷ କୁମାର ସିଂ ଓ ଅନସ ଅଲୀ ଖାଁ ଜୋରଦାର ଆରମ୍ଭ କରି ଦଳୀୟ ରନ ଆଗକୁ ବଢାଇ ଚାଲିଥିଲେ । ଦଳୀୟ ସ୍କୋର ୧୭୨ ରନ ହୋଇଥିବା ବେଳେ ଅଲୀ ଖାଁ ନିଜର ଅର୍ଦ୍ଧ ଶତକ ସହ ୬୮ ରନ କରି ଆଉଟ୍ ହୋଇଯାଇଥିଲେ । ପରେ ପରେ ତଳ ଭାଗ ବ୍ୟାଟ୍ସମ୍ୟାନ୍ ମାନଙ୍କ ସହ ଆୟୁଷ ନିଜର ଶତକ ପୁରା କରି ନିଜ ସ୍କୋର ୧୦୭ ରନ କରି ଆଉଟ ହୋଇଯାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ମୋର୍ଯ୍ୟ ୩୨ ରନ, ବିଶାଳ ଭଟି ୪୪ ରନ କରି ଆଉଟ୍ ହୋଇଥିଲେ । ଶୁକ୍ରବାର ଖେଳ ଶେଷ ବେଳକୁ ଶଶାଙ୍କ ସିଂ ୨୦ ରନ କରି ଓ ରବି କୁମାର ୧ ରନ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ବାଦଳ ବିଶ୍ଵାଳ ୨୮ରନ ବିନିମୟରେ ୩ ୱିକେଟ , ସାଇଦିପ ମହାପାତ୍ର ୪୨ ରନ ବିନିମୟରେ ୨ ୱିକେଟ, ସାଇ ସୁବ୍ରତ ଜେନା ୪୧ ରନ ବିନିମୟରେ ୧ ୱିକେଟ ନେଇଥିଲେ। ଖେଳକୁ ବିସିସିଆଇର ଅମ୍ପାୟାର ରଞ୍ଜୀବ ଶର୍ମା ଓ ଗଣେଶ ଚରହଟେ ପରିଚାଳନା କରିଥିବାବେଳେ ଗୌରବ ବଶିଷ୍ଟ
ମ୍ୟାଚ୍ ରେଫରି ଥିଲେ। ବିସିସିଆଇ ପକ୍ଷରୁ ସି.ଡି ସୁନିଲ ଓ ବୀରବର ନାୟକ ଅନ୍‌ଲାଇନ୍ ସ୍କୋରର୍ ଥିବାବେଳେ ସାରଦା ପ୍ରସନ୍ନ ବିଶ୍ଵାଳ ଓ ତାପସ କୁମାର ନାୟକ ଭିଡିଓ ଏନାଲିଷ୍ଟ ରହିଛନ୍ତି।

ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲା କ୍ରିକେଟ ଏସୋସିଏସନ ଓ କ୍ରିଷ୍ଣା ବିକାଶ ଗ୍ରୁପର କର୍ମକର୍ତ୍ତାମାନେ ଯୋଗଦେଇ ମ୍ୟାଚ୍‌କୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲା କ୍ରିକେଟ୍ ଏସୋସିଏସନ୍ ର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଅମିୟ ଭୂଷଣ ସାହୁ, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କିଶୋର ରଥ, ପ୍ରଦୀପ ନନ୍ଦ, ଚନ୍ଦ୍ରଶେଖର ପ୍ରଧାନ, ପ୍ରଦୀପ ସାହୁ, ଗୁରୁଦତ୍ତ ଦାସ, ରଜତ ଦାଶ , ଅଙ୍କିତ ମହାନ୍ତି, କ୍ରିଷ୍ଣା ବିକାଶ ଗ୍ରୁପର ସିନିଅର ସେକେଣ୍ଡାରୀ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରୀଡା ଅଧିକାରୀ ପିତାମ୍ବର ପ୍ରଧାନ, କ୍ରିକେଟ କୋଚ ଅଶୋକ ସିଂ, ଆସିଷ୍ଟାଣ୍ଟ କ୍ରିକେଟ କୋଚ ରୂପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଦଳର ମୁଖ୍ୟ କୋଚ୍ ପୂର୍ବତନ ରଣଜୀ ଖେଳାଳି ସୁବିତ ବିଶ୍ଵାଳ , ଆସିଷ୍ଟାଣ୍ଟ କୋଚ୍ ବିଭୁଦତ୍ତ ପଣ୍ଡା, ଫିଜିଓ ଦିନେଶ ସାହୁ, ଟ୍ରେନର୍ ମନୋଜ ବିଶ୍ୱାଳ, ଭିଡିଓ ଏନାଲିଷ୍ଟ୍ ନବୀନ ବେହେରା, ସାଇଡ ଆର୍ମ ଥ୍ରୋଅର ଭାବରେ ଦିଲୀପ କୁମାର ଚନ୍ଦନ, ଦେବାଶିଷ ପ୍ରଧାନ ମେଶ୍ୟୁର ଥିବା ବେଳେ ସୋର୍ଯ୍ୟ ରଞ୍ଜନ ରୟ ମ୍ୟାନେଜର , ଅନିଲ କୁମାର ବିଶ୍ବାଳ ଆଡମିନ ମ୍ୟାନେଜର , ପୂର୍ବତନ ରଣଜୀ ଖେଳାଳୀ ଅବକାଶ ଖଟୁଆ ଚୟନ କର୍ତ୍ତା ଓ ଅନ୍ୟତମ ପୂର୍ବତନ ରଣଜୀ ଖେଳାଳୀ ସୁଭ୍ରଜିତ ସାହୁ ପର୍ଯ୍ୟବେକ୍ଷକ ଭାବରେ ଓଡ଼ିଶା ଦକରେ ରହିଛନ୍ତି।

ସେହିପରି ବେଙ୍ଗଲ ଦଳର ମୁଖ୍ୟ କୋଚ୍ ରହିଛନ୍ତି ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ରିଦ୍ଧିମାନ ସାହା, ଆସିଷ୍ଟାଣ୍ଟ କୋଚ୍ ଅଛନ୍ତି ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ଉତ୍ପଳ ଚାଟାର୍ଜୀ ଓ ଦେବବ୍ରତ ଦାସ, ଫିଜିଓ ଦୀପ୍ତି ରଞ୍ଜନ ପରିଡ଼ା, ଟ୍ରେନର୍ କପୂର୍ ଚନ୍ଦ ଅଗ୍ରୱାଲ , ଭିଡିଓ ଏନାଲିଷ୍ଟ୍ ମୁକେଶ ସିହ୍ନା , ସାଇଡ ଆର୍ମ ଥ୍ରୋଅର ଭାବରେ ବିଶାଳ ଯାଦବ, ମୃଣାଳକାନ୍ତି ପଲ ମେଶ୍ୟୁର ରହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?