Posted inUncategorized

ସିଟି ଅଫ୍‌ ହିଲ୍ସ

ଗୁଜରାଟ ଏହାର ଐତିହ୍ୟ ସହର ପାଇଁ ସୁପରିଚିତ। ଏହାର କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ପ୍ରତିଟି ମନ୍ଦିର କାରୁକାର୍ଯ୍ୟରେ ଝଲସି ଉଠେ। ତେବେ ଏହାର ଏକ ଜିଲା ଜୁନାଗଡ଼, ସିଟି ଅଫ୍‌ ହିଲ୍ସ ନାମରେ ପରିଚିତ। ଏହାର ପର୍ବତମାଳାରେ ଖୋଦେଇ ହୋଇଛି ଅନେକ ମନ୍ଦିର। ଆସନ୍ତୁ ଜାଣିବା ଏ ବିଷୟରେ…
ଜୁନାଗଡ଼ ଜିଲାରେ ଥିବା ପର୍ବତମାଳା ମଧ୍ୟରୁ ଗିରିନାର ହେଉଛି ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ। ଏହି ଶୃଙ୍ଗର ଉଚ୍ଚତା ୩୬୦୦ ଫୁଟ୍‌। ଏହାର ଅନ୍ୟ ନାମ ଗିରି ନଗର ବା ସିଟି ଅଫ୍‌ ହିଲ୍ସ।
ଏହି ପର୍ବତମାଳା ମଧ୍ୟରୁ ୫ଟି ଶିଖରରେ ପଥର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିବା ୮୬୬ଟି ମନ୍ଦିର ଅଛି। ଏହି ମନ୍ଦିରର ଦେବଦେବୀଙ୍କୁ ହିନ୍ଦୁ ଓ ଜୈନ ଭକ୍ତମାନେ ପୂଜା କରିଥା’ନ୍ତି।
ପର୍ବତ ଶିଖରରେ ସେଠାକାର ଲୋକପ୍ରିୟ ଗୁରୁ ଦତ୍ତାତ୍ରେୟଙ୍କର ମନ୍ଦିର ରହିଛି। ଦତ୍ତାତ୍ରେୟଙ୍କ ପାଦ ଚିହ୍ନ ଏଠାରେ ଏବେବି ରହିଥିବା କୁହାଯାଏ।
ପାହାଡ଼ ପାଦଦେଶରୁ ପାହାଡ଼ ଶୀର୍ଷରେ ଥିବା ଶେଷ ମନ୍ଦିରଯାଏ ୧୦,୦୦୦ ଶିଡ଼ି ରହିଥିବା କୁହାଯାଏ। ତେବେ ୭୦୦୦ ଶିଡ଼ି ଚଢ଼ିବା ପରେ ପ୍ରଥମ ମନ୍ଦିର ଆସିଥାଏ। ସେହି ସ୍ଥାନରେ ୫ଟି ମନ୍ଦିର ରହିଛି, ଯେଉଁଠାରେ ଜୈନ ଭକ୍ତମାନେ ପୂଜା କରିଥା’ନ୍ତି।
ପ୍ରତିବର୍ଷ ଏଠାରେ ଏକ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଏ, ଯାହା ପର୍ବତର ପାଦଦେଶରୁ ଆରମ୍ଭ କରାଯାଇ ପର୍ବତ ଶିଖର ପର୍ଯ୍ୟନ୍ତ କରାଯାଇଥାଏ। ସ୍ଥାନୀୟ ଲୋକମାନଙ୍କ ମତାନୁଯାୟୀ, ପର୍ବତ ଶିଖରରେ ପହଞ୍ଚତ୍ବାକୁ ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସର୍ବନିମ୍ନ ସମୟ ହେଉଛି ୪୩ ମିନିଟ୍‌। ଏହା ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ। କାରଣ ଯେଉଁମାନେ ଟ୍ରେକିଂ ପାଇଁ ଯାଇଥା’ନ୍ତି ସେମାନଙ୍କୁ ଶୃଙ୍ଗ ପର୍ଯ୍ୟନ୍ତ ପହଞ୍ଚତ୍ବାକୁ ୫ରୁ ୮ ଘଣ୍ଟା ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri