ପୁରୁଣା ମାଷ୍ଟର ପ୍ଲାନ୍‌ରେ ସହରର ବିକାଶ

ଭଞ୍ଜନଗର,୮।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ୧୯୫୭ ନଭେମ୍ବର ୧୫ ତାରିଖରେ ରାଜ୍ୟ ସରକାରଙ୍କ ଚିଠି (ନଂ.୪୦୨୫) ପ୍ରକାରେ ଭେଜିପୁଟ ଏବଂ ଗାମୁଣ୍ଡି ଗ୍ରାମର କେତୋଟି ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହାପରେ ସହରର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଲା। ପ୍ରାୟ ୫୦ ପୂର୍ବେ ପ୍ଲାନ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ତେବେ ଏ ପର୍ଯ୍ୟନ୍ତ ସେହି ପୁରୁଣା ପ୍ଲାନରେ ସହରର ବିକାଶ ଚାଲିଥିବା ଦେଖାଯାଉଛି। ଏନ୍‌ଏସି ଗଠନ ସମୟରେ ସହରର ଜନସଂଖ୍ୟା କମ୍‌ ଥିଲା। ୨୦୧୧ ଜନଗଣନା ଅନୁସାରେ ବର୍ତ୍ତମାନ ସହରର ୧୫ଟି ୱାର୍ଡ଼ରେ ୨୦,୪୮୨ଜଣ ଲୋକ ବସବାସ କରୁଛନ୍ତି। ବେସରକାରୀ ଭାବେ ଏହା ୨୫ ହଜାରରୁ ଉର୍ଦ୍ଧ୍ୱ ହେବ। ଜନଗଣନା ଅନୁସାରେ ମୋଟ ଜନସଂଖ୍ୟା ମଧ୍ୟରେ ୧୦,୩୦୮ ପୁରୁଷ ଏବଂ ୧୦୧୭୪ ମହିଳା ଅଛନ୍ତି। ୯୬.୨୬ ପ୍ରତିଶତ ହିନ୍ଦୁ, ମୁସଲିମ୍‌ ୨.୩୬ ପ୍ରତିଶତ ଏବଂ ୧.୧୦ ପ୍ରତିଶତ ଖ୍ରୀଷ୍ଟିଆନ ଅଛନ୍ତି । ୨୦୨୨ ଫେବୃୟାରୀ ଭୋଟର ତାଲିକା ଅନୁସାରେ ଏନ୍‌ଏସିରେ ୧୮,୪୧୦ ଭୋଟର ଥିବାବେଳେ ସେଥିମଧ୍ୟରେ ୯,୧୬୭ ପୁରୁଷ ଏବଂ ୯,୨୪୩ ମହିଳା। ତୃତୀୟ ଲିଙ୍ଗ ଭୋଟର ନାହାନ୍ତି। ଭଞ୍ଜନଗର ସହରରେ ପୁରୁଷ ଶିକ୍ଷିତ ହାର ୯୩.୮୮ ପ୍ରତିଶତ ଥିବାବେଳେ ମହିଳା ଶିକ୍ଷିତ ହାର ୮୪.୬୧ ପ୍ରତିଶତ। ସହରରେ ୪,୫୪୬ ଘର ଥିବାବେଳେ ସରକାର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଇବା ବ୍ୟବସ୍ଥା କରିଛନ୍ତି । ଶତ ପ୍ରତିଶତ ଘରକୁ ପାଣି ଯୋଗାଣ ହେଉଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲାଭଳି ଲାଗୁନାହିଁ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ୩୦ଲକ୍ଷ ୫୦ ହଜାର ଲିଟର ପାଣି ସହରକୁ ଛଡ଼ାଯାଉଛି। ବର୍ଷା ଦିନେ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଲୋକେ ଏନଏସିର ବିନା ଅନୁମତିରେ ମନଇଛା ଘର ତିଆରି କରୁଛନ୍ତି। ଡ଼୍ରେନ ଏବଂ ରାସ୍ତା ଠିକ୍‌ ନଥିବା ଯୋଗୁ ପରିମଳ ବିପର୍ଯ୍ୟସ୍ତ ହେଉଛି । ଏନଏସି ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନେଉନାହିଁ । ନୂଆ ଘର ନିର୍ମାଣ ହେଉଥିବା ବାଗ୍‌ଦେବୀ ରୋଡ଼, ବେଲଗୁଣ୍ଠା ରୋଡ଼୍‌, ମାଲସାହି, ମନଇଚ୍ଛାସାହି ଅଞ୍ଚଳରେ ଡ଼୍ରେନେଜ୍‌ ଠିକ୍‌ ନାହିଁ। ସ୍ଥାନ ଅଭାବରୁ ଅଧିକାଂଶ ସାହିେରେ ସ୍ଥାୟୀ ଡ଼୍ରେନ ହୋଇନାହିଁ । ଘର ମାଲିକମାନେ ଖର୍ଚ୍ଚକୁ ଡରି ଏନ୍‌ଏସିରୁ ନକ୍ସା ଅନୁମୋଦନ କରି ନେଉନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଶୁକ୍ରବାରଠାରୁ ସହରର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଶୁକ୍ରବାର ଅପରାହ୍ନରେ ଟେଣ୍ଡର ଖୋଲାଯାଇଛି। ଯୋଗ୍ୟ ସଂସ୍ଥାକୁ ଦିନେ ଦୁଇଦିନ ମଧ୍ୟରେ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯିବା ସମ୍ଭାବନା ରହିଛି । ଏହାହେଲେ ସଂସ୍ଥା ଅଧୀନରେ ସଫେଇ କର୍ମଚାରୀ କାମ କରିବେ। ଏନଏସି ଏହାର ତଦାରଖ କରିବ। ଅନ୍ୟପକ୍ଷରେ ଭଞ୍ଜନଗର ଏନଏସିକୁ ଏକ ଆଧୁନିକ ସହର ଭାବେ ଗଢ଼ି ତୋଳିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୂତନ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଏବଂ କାଉନସିଲରମାନେ ଚେଷ୍ଟା ଚଳାଇଛନ୍ତି। ଅଧ୍ୟକ୍ଷ, କାଉନସିଲରମାନେ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝି ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ କର୍ମଚାରୀମାନେ ବର୍ଷ ବର୍ଷ ଧରି ଦରମା ପାଉ ନ ଥିଲେ। ତେଣୁ ସେମାନେ ମାସ ମାସ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ। ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଆରୁଖଙ୍କ ଉଦ୍ୟମ ଯୋଗୁ କର୍ମଚାରୀମାନେ ବକେୟା ଦରମା ସମ୍ପୂର୍ଣ୍ଣ ପାଇବା ସହ ଏବେ ନିୟମିତ ଦରମା ପାଉଛନ୍ତି। ସହରରେ ବର୍ତ୍ତମାନ ପ୍ରାୟ ୧୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଅନେକ ନୂଆ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଆଗକୁ ଆହୁରି ପ୍ରକଳ୍ପ ହେବ। ଏ ବାବଦରେ ପ୍ରାୟ ୨୦ରୁ ୩୦ କୋଟି ଖର୍ଚ୍ଚ ହେବା ଯୋଜନା ଅଛି। ସହରର ପ୍ରମୁଖ ରାସ୍ତାଗୁଡ଼ିକ ଭଲ ଥିବାବେଳେ ନୂତନ ସାହି ଗୁଡ଼ିକରେ ସମସ୍ୟା ରହିଛି। ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି। କେତେକ ସ୍ଥାନରେ ଜବରଦଖଲ ସମସ୍ୟା ରହିଥିବାରୁ ସହରର ସୌନ୍ଦର୍ଯ୍ୟକରଣ ହୋଇପାରନି। ବାଗଦେବୀ ରୋଡ଼ ବାସିନ୍ଦା ସଞ୍ଜୟ ପ୍ରଧାନ କହିଛନ୍ତି, ଡ଼୍ରେନ୍‌ ଠିକ୍‌ ନ ଥିବା ଯୋଗୁ ପାଣି ରାସ୍ତାରେ ଭାସୁଛି । ଅନ୍ୟପଟେ ରାସ୍ତା ମଧ୍ୟ ପକ୍କା ହୋଇନାହିଁ। ଏନେଇ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବକରଙ୍କ ସହ ଯୋଗାଯୋଗ କରିବାରୁ, ସହରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ସହରବାସୀଙ୍କୁ ଉନ୍ନତ ସେବା ଯୋଗାଇ ପାଇଁ ଲୋକ ପ୍ରତିନିଧି ଏବଂ କର୍ମଚାରୀମାନେ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri