Posted inଜାତୀୟ

ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସୂତ୍ର ବିଷୟରେ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୦/୧୦: ରାଜନୀତିକ ଦଳ ମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ଟଙ୍କା ସ୍ୱଚ୍ଛ ଅଟେ। ଧାରା ୧୯(୧)(ଏ) ସୂଚନା ଅଧିକାର ଆଇନ ବଳରେ ଏହାର ସୂତ୍ର ଗୁଡିକୁ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ।

କୋର୍ଟରେ କହିବା ପୂର୍ବରୁ ଭେଙ୍କଟରମଣୀ କହିଥିଲେ, ବିନା କୌଣସି ଯୁକ୍ତିଯୁକ୍ତ କାରଣରେ ‘କିଛି ବା ସବୁକିଛି’ ଜାଣିବା ଅଧିକାର ସାଧାରଣ ଲୋକଙ୍କର ନାହିଁ। ଭେଙ୍କଟରମଣୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, “ଏହି ଯୋଜନାରେ ଦାତାଙ୍କ ପାଇଁ ଗୋପନୀୟତା ସୁରକ୍ଷିତ ରହିଥାଏ। ଏହା ଅର୍ଥ ଯୋଗଦାନକୁ ସ୍ଵଛ ବୋଲି ସୁନିଶ୍ଚିତ କରେ ଏବଂ ପ୍ରୋତ୍ସାହିତ କରେ। ଏହା ଟିକସ ବାଧ୍ୟତାମୂଳକ ପାଳନ କରିବାକୁ ସୁନିଶ୍ଚିତ କରେ। ତେଣୁ ଏହା କୌଣସି ଅଧିକାର ଛଡାଯାଉ ନାହିଁ ବୋଲି ଭେଙ୍କଟରମଣୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ଏହା ସହିତ ସେ କହିଛନ୍ତି କୋର୍ଟଙ୍କୁ ମିଳିଥିବା କ୍ଷମତାରେ କୋର୍ଟ ସରକାରଙ୍କ ଯୋଜନା ଗୁଡିକର ତର୍ଜମା କରି ପାରିବେ ନାହିଁ କିମ୍ବା ଅନ୍ୟ କିଛି କରିବାକୁ ପରାମର୍ଶ ଦେଇ ପାରିବେ ନାହିଁ। ଅନ୍ୟପଟେ ରାଜନୈତିକ ଦଳ ଗୁଡ଼ିକୁ ମିଳୁଥିବା ପାଣ୍ଠି ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା ରାଜନୈତିକ ଆଲୋଚନା ପାଇଁ ଉଦ୍ଧିଷ୍ଟ।

କିନ୍ତୁ ମୁକ୍ତ ଅବାଧ ଶାସନର ଜବାବ ମାଗିବାର ଏହା ରଥ ନୁହେଁ ଯେ, କୋର୍ଟ ଏକ ସ୍ପଷ୍ଟ ସାମ୍ବିଧାନିକ ଆଇନର ଅନୁପସ୍ଥିତିରେ ଏହିଭଳି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ଏହିଉମାମଲାର ଶୁଣାଣି ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୩୧ ତାରିଖରେ କରିବେ। ଯେଉଁଥିରେ ରାଜନୈତିକ ଦଳ ଗୁଡିକର ଆର୍ଥିକ ନିର୍ବାଚନୀ ବଣ୍ଡ ଘୋଷଣା ଯୋଜନାର ବୈଧତା ଉପରେ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

କମ ହେବ ପେଟ୍ରୋଲ-ଡିଜେଲ ଦାମ? ଦୋହା ବୈଠକ ପୂର୍ବରୁ ଅଶୋଧିତ ତୈଳ ଦର ହ୍ରାସ ପାଇବ, ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ,୩୦।୬: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିପାରେ। ମଙ୍ଗଳବାର ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି, ଏବଂ ମାସ…

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

କ୍ରିକେଟରଙ୍କ ବିରୋଧରେ ଘରୋଇ ସହାୟକଙ୍କୁ ଆକ୍ରମଣ ଅଭିଯୋଗ, ତାଙ୍କ ବାପା-ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ

ନୂଆଦିଲ୍ଲୀ,୩୦।୬: ଆଇପିଏଲରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଶଶାଙ୍କ ସିଂହ ଏବେ ଏକ ଭିନ୍ନ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ଭୋପାଳରେ ତାଙ୍କ ବିରୋଧରେ ଏକ…

‘କକ୍ରୋଚ ଜନତା ପାର୍ଟି’କୁ ନେଇ ପ୍ରଥମ ବିବୃତ୍ତି ଜାରି କଲା ଭାଜପା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୬: ‘କକ୍ରୋଚ ଜନତା ପାର୍ଟି’ (CJP) ସମ୍ପ୍ରତି ଦେଶରେ ଆଲୋଚନାର ବିଷୟ ପାଲଟିଛି। ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଥିବାରୁ ଏହି ଦଳ ଚର୍ଚ୍ଚାରେ ରହିଛି।…

‘ଭାରତ ବିଶ୍ୱର ଏକ ସମସ୍ୟାବହୁଳ ଅଂଶରେ ଅଛି…’ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କାହିଁକି କହିଥିଲେ ଏମିତି? ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୬: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍‌ ଭାରତର ଭୌଗୋଳିକ ସ୍ଥିତି ଉପରେ ମତ ଦେଇଛନ୍ତି। ଆମେରିକାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୋର୍‌ ମନ୍ତବ୍ୟ…

‘ଶାନ୍ତିର ଦୂତ’ ଭାବରେ ନିଜକୁ ଉପସ୍ଥାପନ କରୁଥିବା ପାକିସ୍ତାନକୁ ଭାରତ ଦେଖାଇବ ତା’ର ଅସଲ ସ୍ଥାନ!

ନୂଆଦିଲ୍ଲୀ/ଇସଲାମାବାଦ,୩୦।୬: ‘ଶାନ୍ତି ସ୍ଥାପନକାରୀ’ ହେବାର ଆଳ ଦେଖାଇ ପାକିସ୍ତାନର ଆତଙ୍କବାଦ ସମ୍ପର୍କରେ ଦ୍ୱୈତ ମାନଦଣ୍ଡର ଖେଳ ଆଉ କାମ କରିବ ନାହିଁ। ଭାରତ ବିଶ୍ୱ ସ୍ତରରେ ପଡ଼ୋଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri