ବଲିଉଡ୍‌ରେ ଫ୍ଲପ୍‌ ହେଲେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର

ବଲିଉଡ୍‌ର ଜଣାଶୁଣା ଅଭନେତା ଚଙ୍କି ପାଣ୍ଡେ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ମାତ୍ର ସେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର। ବାଂଲାଦେଶୀ ଫିଲ୍ମର ଜଣେ ମହାନା ହିରୋ ଭାବେ ତାଙ୍କୁ ଗଣନା କରାଯାଏ।
୨୬ ସେପ୍ଟେମ୍ବର ୧୯୬୨ରେ ମୁମ୍ବାଇରେ ଚଙ୍କି ଜନ୍ମଗ୍ରହଣ କରିଥିଲେ। ‘ଆଗ୍‌ ହି ଆଗ୍‌’ରୁ ସେ ବଲିଉଡ୍‌ରୁ ଡେବ୍ୟୁ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ସୁୟଶ ପାଣ୍ଡେ। ତେବେ ଗୋବିନ୍ଦାଙ୍କ ପାଇଁ ତାଙ୍କୁ ପ୍ରଥମ ଫିଲ୍ମ ମିଳିଥିଲା ବୋଲି କୁହାଯାଏ।
ପାପ୍‌ କି ଦୁନିୟା, ଖତରୋ କେ ଖିଲାଡି, ଜହରିଲେ ଏବଂ ଆଖେଁ ପରି ସୁପରହିଟ୍‌ ଫିଲ୍ମରେ ସେ କାମ କଲେ। ୧୯୮୮ରେ ଫିଲ୍ମ ‘ତେଜାବ’ ରେ ସେ ଅନିଲ କପୁରଙ୍କ ବନ୍ଧୁ ଚରିତ୍ରରେ ଅଭିନୟ କରି ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଥିଲେ। ୯୦ ଦଶକରେ ତାଙ୍କୁ ଅଧିକାଂଶ ଫିଲ୍ମରେ ସହାୟକ କଳାକାର ଚରିତ୍ରରେ କାମ କରିବାର ସୁଯୋଗ ମିଳୁଥିଲା। ଏହି ସମୟରେ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍‌ ହେବାରୁ ତାଙ୍କୁ କାମ ମିଳିବା କମିଗଲା। ଫଳରେ ସେ ବାଂଲାଦେଶୀ ଫିଲ୍ମରେ କାମ କରିବାକୁ ଲାଗିଲେ। ଚଙ୍କିଙ୍କ ଏହି ନିଷ୍ପତ୍ତି ଠିକ୍‌ ପ୍ରମାଣିତ ହେଲା। ୧୯୯୫ରେ ଚଙ୍କି ପ୍ରଥମ ଥର ପାଇଁ ବାଂଲାଦେଶୀ ଫିଲ୍ମରେ କାମ କଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମରେ ସେ କାମ କରିବାକୁ ଲାଗିଲେ। ବଲିଉଡ୍‌ରେ ଶାହାରୁଖ୍‌ ଖାନ୍‌ ଏବଂ ଅମିତାଭ ବଚ୍ଚନଙ୍କ ପରି ସେ ବାଂଲାଦେଶୀ ଫିଲ୍ମରେ ଖ୍ୟାତି ଅର୍ଜନ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କୁ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିଙ୍କା ଚୋପ୍ରାଙ୍କୁ ମିଳିଛି ଆଉ ଏକ...

ଏହି ଅଭିନେତ୍ରୀଙ୍କୁ ବଲିଉଡ୍‌ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ

ପାଟନା,୩୧।୭:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ...

ସୁପରଷ୍ଟାରଙ୍କ ଠାରୁ ଅଧିକ ଫିସ୍‌ ନେଇଥାନ୍ତି ଏହି ଅଭିନେତା

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ କଳାକାର ହେଉଛନ୍ତି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ। ସାଉଥ୍‌ର ପ୍ରାୟ ସମସ୍ତ ସିନେମାରେ ଦେଖିବାକୁ ମିଳୁଥିବା ଏହି କମେଡି କଳାକାର...

ମହଙ୍ଗା ପଡିଲା ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇବା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ଏବେ ଜାମ୍ବିୟାରେ ଛୁଟି କଟାଉଥିବା ଶୁଣିବାକୁ ମିଳିଛି। ଏଠାରେ  ବନ୍ୟଜନ୍ତୁଙ୍କ ସହ କିଛି ମୁହୂର୍ତ୍ତ କାଟିଥିବା ବେଳେ ଏହାର...

ସ୍ବାମୀଙ୍କ ସହ ଶିବରାତ୍ରି ପାଳିଲେ ପ୍ରିୟଙ୍କା

ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ମା’ବାପା ହେବା ପରେ ପରେ ମଙ୍ଗଳବାର ସେମାନଙ୍କର ପ୍ରଥମ ମହା ଶିବରାତ୍ରି ପାଳନ କରିଛନ୍ତି। ପ୍ରିୟଙ୍କା ଏହାର...

ଖୁସି ଅନ୍ତରାଳେ..

ବେଳେ ବେଳେ ମଣିଷ ଯାହା ଭାବୁଥାଏ ତାହା ସତରେ ପରିଣତ ହୁଏ। ସେଗୁଡ଼ିକ ମଧ୍ୟରୁ କେତେକରେ ସୁଖ ଅନୁଭୂତି ଥାଏ ତ କେତେକ ମନକୁ ଦୁଃଖରେ...

‘ବଲିଉଡ, ସାଉଥ୍‌ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍‌ ନୁହେଁ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ...

ଧଳା କପଡ଼ାରେ ଗୁଡ଼ାଇ ହୋଇଥିବା ଏହି ହିରୋଇନ୍‌ଙ୍କ ଗୋଟିଏ ପୋଷ୍ଟର ପକାଇଥିଲା ଚହଳ

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ଭାବେ ଉଦିତା ଗୋସ୍ବାାମୀ ଜଣାଶୁଣା। ୨୦୦୩ ମସିହାରେ ଉଦିତା ପୂଜା ଭଟ୍ଟଙ୍କ ଫିଲ୍ମ ‘ପାପ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଉଦିତାଙ୍କ...

Advertisement
Archives

Model This Week