ଆଜି କ୍ରୋମାଇଟ୍‌ ନିଲାମ

ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ ପାଇଁ ରଖାଯାଇଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍‌ କ୍ରୋମାଇଟ ବିକ୍ରୀ ହୋଇ ନ ପାରି ପଡି ରହିଛି। ତା.୧୦ା୨ା୨୦୨୧ରେ ହୋଇଥିବା ନିଲାମରେ ୧୧.୪ ପ୍ରତିଶତ, ତା.୧୫ା୩ା୨୦୨୧ରେ ୭.୧ ପ୍ରତିଶତ, ତା୨୩ା୪ା୨୦୨୧ରେ ୪୨.୨ ପ୍ରତିଶତ, ତା.୧୭ା୫ା୨୦୨୧ରେ ଆଦୌ ବିକ୍ରୀ ହୋଇନାହିଁ, ତା.୨୬ା୫ା୨୦୨୧ରେ ୭.୪ ପ୍ରତିଶତ ଏବଂ ତା.୪ା୬ା୨୦୨୧ରେ ୧୫.୨ ପ୍ରତିଶତ କ୍ରୋମାଇଟ ବିକ୍ରୀ ହୋଇଛି। ଓଏମ୍‌ସିର ବେପରୁଆ ଓ ଭୂଲ ମୂଲ୍ୟ ନିର୍ଦ୍ଧାରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଫେରୋ ଆଲୟଜ ସଂସ୍ଥାଗୁଡ଼ିକ ଫେରୋକ୍ରୋମ ଉପତ୍ାଦନ କରିବାଠାରୁ ମୁହଁ ଫେରାଇ ମାଙ୍ଗାନିଜ ଆଲୟଜ ଉପତ୍ାଦନ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ଶୁକ୍ରବାର (୨୫ତାରିଖ) ଓଏମ୍‌ସିର କ୍ରୋମାଇଟ ନିଲାମ ପ୍ରକ୍ରିୟାରେ ପ୍ରାରମ୍ଭିକ ମୂଲ୍ୟ ଉପରେ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକର ନଜର ରହିବ ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗରସ୍ଥିତ ଜିନ୍ଦଲ, ଭିସା, ରୋହିତ ଫେରୋଟେକ୍‌ ଓ ଶ୍ୟାମ୍‌ ମେଟାଲିକ୍‌ କାରଖାନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଓଏମ୍‌ସି କ୍ରୋମାଇଟର ପ୍ରାରମ୍ଭିକ ମୂଲ୍ୟ ଉପରେ ଅନାବଶ୍ୟକ ଭାବେ ରୟାଲ୍‌ଟି ଯୋଡି ଦର ବୃଦ୍ଧି କରିବାରେ ଲାଗିଛି। ନିଲାମର ସ୍ଥିରୀକୃତ ଦରରେ କ୍ରୋମାଇଟ୍‌ କିଣି କାରଖାନା ଚଳାଇବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଶିଳ୍ପ ସଂସ୍ଥାଗୁଡ଼ିକ କ୍ରୋମାଇଟ କ୍ରୟ ନ କରି ହାତବାନ୍ଧି ବସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଓଏମ୍‌ସି ନିଲାମ କ୍ରୋମାଇଟ ନେବାକୁ ଏବେ କ୍ରେତା ଅମଙ୍ଗ ହେଉଛନ୍ତି। ବାରମ୍ବାର ବିଫଳ ନିଲାମ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ଶିଳ୍ପସଂସ୍ଥାଗୁଡିକ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ା ଓଏମ୍‌ସିର ମୂଲ୍ୟ ନିର୍ଦ୍ଧାରଣ ସୂତ୍ରକୁ ପରିବର୍ତ୍ତନ କରିବା ପାଇଁ ସେମାନେ ଚାପ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ଓଏମ୍‌ସି କ୍ରୋମାଇଟ୍‌ ଯୋଗାଇ ଦେବା ପାଇଁ ଶିଳ୍ପସଂସ୍ଥା ସହ ଦୀର୍ଘମିଆଦି ଚୁକ୍ତିର ଖୋଲା ଉଲ୍ଲଂଘନ କରୁଛି। ଶିଳ୍ପସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏ ନେଇ ଓଏମ୍‌ସିର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏହି ଶିଳ୍ପସଂସ୍ଥାଗୁଡିକ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି ନିଲାମ ପାଇଁ ରଖାଯାଇଥିବା ସମସ୍ତ ପରିମାଣ କ୍ରୋମାଇଟ ବିକ୍ରୀ ହୋଇପାରୁନାହିଁ ତେବେ ଦର ହ୍ରାସ କରାଯାଉ। ଯାହାଦ୍ୱାରା ନିଲାମ ସଫଳ ହୋଇ ପାରିବ ଓ କ୍ରୋମାଇଟର ଟନ୍‌ ପିଛା ହାରାହାରି ମୂଲ୍ୟ ଉପତ୍ାଦନ ସାପେକ୍ଷ ହୋଇ ପାରିବ। ଓଏମ୍‌ସି ଶିଳ୍ପସଂସ୍ଥାଗୁଡିକର ପ୍ରସ୍ତାବକୁ କର୍ଣ୍ଣପାତ ନ କରି ମୂଲ୍ୟବୃଦ୍ଧି କରି ଚାଲିଥିବାରୁ କାରଖାନା ବନ୍ଦ ହେବା ସହ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri