ଚାପୁଡା ଖାଇବା ପରେ ପ୍ରଥମଥର ଏମିତି କହିଲେ କ୍ରିସ୍‌ ରକ୍‌

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ସ୍ତ୍ରୀଙ୍କ କେଶକୁ ନେଇ ରକ୍‌ ପରହାସ କରିଥିବାରୁ ଓ୍ବିଲ୍‌ ଚାପୁଡା ମାରିଥିଲେ। ଅବଶ୍ୟ ପରେ ଓ୍ବିଲ୍‌ ଏହି ଘଟଣା ପାଇଁ କ୍ଷମା ମାରିଥିଲେ। ଏହି ବିବାଦ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ପରେ କ୍ରିସ ରକ ପ୍ରଥମଥର ମୁହଁ ଖୋଲିଛନ୍ତି। ଏକ ଷ୍ଟାଣ୍ଡ-ଅପ କମେଡି ଶୋ ସମୟରେ ସେ କହିଥିଲେ, ମୁଁ ଏବେ ବି ସେହି ଘଟଣାକୁ ବିଶ୍ୱାସ କରିବାକୁ ଚେଷ୍ଟା କରୁଛି, ତେବେ କିଛି ଦିନ ପରେ ମୁଁ ଏହି ଘୃଣ୍ୟ ଘଟଣା ବିଷୟରେ କହିବି । ଏହା ଗମ୍ଭୀର ହେବ, ଏହା ମଜାଳିଆ ହେବ କିନ୍ତୁ ଏବେ ପାଇଁ ମୁଁ କିଛି ମଜା କରିବାକୁ ଯାଉଛି।
ଏହି ଘଟଣା ପରେ କ୍ରିସ୍‌ ରକ୍‌ଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଗୋଟିଏ ପଟେ ଗୁଗଲରେ ସମସ୍ତେ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରୁଥିବାବେଳେ ଷ୍ଟାଣ୍ଡ ଅପ ଶୋ’ରେ ମଧ୍ୟ ତାଙ୍କ ପାରିଶ୍ରମିକ ବଢିଯାଇଛି। ୱିଲ ସ୍ମିଥଙ୍କଠାରୁ ଚାପୁଡ଼ା ଖାଇବା ପରେ କ୍ରିସ ରକ ଏବେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସମୟରେ ତାଙ୍କର କମେଡି ଯାତ୍ରା ମଧ୍ୟ ଲାଭବାନ ହେଉଛି। ରକଙ୍କ ଆଗାମୀ ଷ୍ଟାଣ୍ଡ ଅପ ଶୋ’ ପାଇଁ ଚାହିଦା ବଢିଛି । କେବଳ ଏତିକି ନୁହେଁ, ଶୋ’ର ଟିକେଟ ମୂଲ୍ୟରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ରେ କ୍ରିସ ରକ ଏକ ଶୋ’ କରିଥିଲେ, ଯାହାର ଟିକେଟ ମୂଲ୍ୟ ୪୬ ଡଲାର (୩୫୦୦ ଟଙ୍କା) ଥିଲା। କିନ୍ତୁ ଏବେ କ୍ରିସଙ୍କ ଏକ ଶୋ’ ପାଇଁ ଟିକେଟ ମୂଲ୍ୟ ୪୧୧ ଡଲାର (୩୧, ୨୭୪ଟଙ୍କା) କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri