ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା କରି ସେଠାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କ୍ୟାଡେଟ୍‌ଙ୍କ ସହିତ ଅଭ୍ୟାସ କରିବେ। ଟିମ୍‌ରେ ଓଡ଼ିଶାର ୧୧୬ ଜଣ ଯାଉଥିବା ବେଳେ କେନ୍ଦୁଝରରୁ ସେ ଏକ ମାତ୍ର କ୍ୟାଡେଟ ଭାବରେ ସାମିଲ ହୋଇଛନ୍ତି।

ସେ କେରୀ ଗ୍ରାମ ହାଇସ୍କୁଲରୁ ପାଠ ପଢ଼ିବା ପରେ ସ୍ବାମ ପାଟଣା କଲେଜର +୨ ପରେ + ୩ କଳା (ଓଡ଼ିଆ ସମ୍ମାନ) ରେ ଦ୍ୱିତୀୟ ବର୍ଷରେ ପଢୁଛନ୍ତି। ବାପା ହରିଷଚନ୍ଦ୍ର ପାତ୍ର ଜଣେ ଚାଷୀ ଓ ମା’ ପ୍ରମିଳା ପାତ୍ର ଗୃହିଣୀ। ବଡ଼ ଭାଇ ମିଲନ ପାତ୍ର ପ୍ଲାଣ୍ଟ୍‌ କାମ କରନ୍ତି। ବଡ଼ ଭଉଣୀ ବିବାହିତା। ସାନ ଭଉଣୀ ଘରେ ଅଛନ୍ତି। ଗରୀବ ପରିବାରରୁ ଜନ୍ମିତ ଚୌଧୁରୀ ଭବିଷ୍ୟତରେ ସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ଆଗ୍ରହୀ ଅଛନ୍ତି। ଏଣୁ ପାଠ ସହିତ ଏନ୍‌ସିସିକୁ ଭଲ ଭାବରେ ଅଭ୍ୟାସ କରୁଥିବା କହିଛନ୍ତି।
ସେଠାରେ ଚୟନ ହେଲେ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବା ସହ ୨୮ ତାରିଖରେ ପ୍ରତ୍ୟାବର୍ତ୍ତନ ସମାରୋହରେ ପରେଡ୍‌ରେ ଭାଗ ନେବେ। ସେ ରାଜ୍ୟରୁ ଚୟନ ହୋଇଥିବାରୁ ବହୁତ ଖୁସି ଅନୁଭବ କରୁଥିବା ବେଳେ କଲେଜ ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ପ୍ରୋତ୍ସାହନରେ ଏନସିସିରେ ଯୋଗଦେଇ କିଛି ଭଲ କରିବାର ଆଶା ରଖିଛନ୍ତି। ସେହିପରି ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାରଙ୍କ ତତ୍ୱାବଧାନରେ ଯୋଗ୍ୟତା ହାସଲ କରିଥିବା ସେ କହିଛନ୍ତି। ନିଜ ଗ୍ରାମ, କଲେଜ ତଥା କେନ୍ଦୁଝରର ବିଭିନ୍ନ ସ୍ତରରେ ତାଙ୍କୁ ଶୁଭେଛାର ବାର୍ତ୍ତା ଦେଇଛନ୍ତି। ସେ ଗରୀବ ପରିବାରୁ ଆସି ଏଭଳି ଯୋଗ୍ୟତା ପାଇଥିବାରୁ ଆମେ ବହୁତ ଖୁସି ବୋଲି ତାଙ୍କ ଗ୍ରାମର ଶୁଭେଛୁ ବେଣୁଧର ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri