୫୬ ବର୍ଷରେ ଚୋରଦା ସାର୍ବଜନୀନ ଦୁର୍ଗାପୂଜା

ଯାଜପୁରରୋଡ୍‌,୧୯ା୧୦(ପବିତ୍ର ରଞ୍ଜନ ମହାନ୍ତି):ଆଜିର ବ୍ୟାସନଗର ପୌର ପରିଷଦ ସେ ସମୟର ଯାଜପୁରରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦ ନାମରେ ପରିଚିତ ଥିଲା। ବଜାର କହିଲେ ଷ୍ଟେଶନ ବଜାର, ସାହୁ ମାର୍କେଟ ଓ ଚୋରଦା ମୁଖ୍ୟ ରାସ୍ତାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିଲା। ପୂର୍ବରୁ କେବଳ ସହରର ପି.କେ. ମଲିକ ରାଇସମିଲଠାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଏହାର ୨୭ ବର୍ଷ ପରେ ଅର୍ଥାତ ୧୯୬୭ରେ ସହରର ଚୋରଦାସ୍ଥିତ କଣ୍ଟିଗାଡ଼ିଆଠାରେ ଦ୍ୱିତୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହି ପୂଜା ୫୬ ବର୍ଷରେ ପଦାର୍ପଣ କରିଛି। ପୂଜା ପାଇଁ ଗତବର୍ଷ ୩ ଲକ୍ଷ ୫୦ ହଜାର ଟଙ୍କାବ୍ୟୟ ଅଟକଳ ଥିବାବେଳେ ଚଳିତ ବର୍ଷ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।
ଏକଦା ସୁକିନ୍ଦାର ଟମକାସ୍ଥିତ ଖଣ୍ଡୁରୀ ମନ୍ଦିରରେ ନନ୍ଦରାମ ଅନ୍ତରାମ ପରିବହନ କମ୍ପାନୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ଶେଖବୀର ସିଂ ନାମକ ଜଣେ କମ୍ପାନୀ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ଚୋରାଦାର ଗିରିଧାରୀ ବାରିକଙ୍କୁ ଯାଜପୁରରୋଡ୍‌ରେ ଦୁର୍ଗାପୂଜା କରିବାକୁ ପରାମର୍ଶ ଦେବାସହ ୭ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏକଥା ସେ ଚୋରଦାର ସ୍ବର୍ଗତ ଗଙ୍ଗାଧର ବଳ, ବାସୁଦେବ ମହାନ୍ତି, ସହଦେବ ବଳ, କାଳନ୍ଦୀ ସ୍ବାଇଁ, ଯୋଗୀ ମଳିକ ଓ ସୁନାକାର ବାରିକ ପ୍ରମୁଖଙ୍କ ସହ ପରାମର୍ଶ କରିବା ସହ ପୂଜା ଆରମ୍ଭ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ସମୁଦାୟ ୨୩ ହଜାର ଟଙ୍କା ଆର୍ଥିକ ସହଯୋଗରେ ପ୍ରଥମ କରି ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ମା’ଙ୍କ ପୂଜାବିଧି ବିଷୟରେ ସ୍ବର୍ଗତ ଅନାମ ପଣ୍ଡା ଓ ଗଣେଶ ମିଶ୍ର ବୈଦିକ ରୀତିନୀତି ଅନୁଯାୟୀ ପରାମର୍ଶ ଦେବାସହ ପୂଜାକାର୍ଯ୍ୟ ବହୁ ବର୍ଷ ପର୍ଯ୍ୟନ୍ତ ତୁଲାଇଥିଲେ। ବାଉଁଶ, ପାଲ ସାହାଯ୍ୟରେ ଠାକୁରଙ୍କ ଘର ନିର୍ମାଣ କରାଯାଇ ପେଟ୍ରୋମାକ୍ସ ଆଲୋକ ସାହାଯ୍ୟରେ ପୂଜା ଆରମ୍ଭ କରାଯାଇଥିଲା। ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇ ଏକାଦଶୀରେ ମା’ଙ୍କ ଭସାଣି ଅନୁଷ୍ଠିତ ହୋଇଥାଏ।
ବହୁବର୍ଷ ଧରି ରୂଢ଼ିଆସ୍ଥିତ ବୈତରଣୀ ଘାଟରେ ମୂର୍ତ୍ତି ବିସର୍ଜନ ହୋଇ ଆସୁଥିବାବେଳେ ବର୍ତ୍ତମାନ ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ହେଉଛି। କମିଟିରେ ସଭାପତିଭାବେ ସତ୍ୟଜିତ ପରିଡ଼ା ଓ ସମ୍ପାଦକ ଭାବେ ଜୀବନ ବାରିକ କାର୍ଯ୍ୟ ତୁଲାଉଛନ୍ତି। ମୂର୍ତ୍ତି, ତୋରଣ, ଆଲୋକ ସଜ୍ଜା ସହ ସମସ୍ତ ନୀତିକାନ୍ତି ଓ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥାଏ। ଅର୍ଥ ଅଭାବରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରୁନାହିଁ। କର୍ତ୍ତାଭାବେ ପ୍ରଭାତ କୁମାର ସିଂ ଶସ୍ତ୍ରିକ କାର୍ଯ୍ୟ ତୁଲାଇ ଆସୁଛନ୍ତି। ପୂର୍ବତନ ଏମ୍‌ପି ମୋହନ ଜେନା ଏମ୍‌ପି ପାଣ୍ଠିରୁ ମା’ଙ୍କ ମଣ୍ଡପ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। କମିଟିର ସଦସ୍ୟ ମନୋଜ ବାରିକ ମା’ଙ୍କ ରୂପାର ଏକ ମୁକୁଟ ପ୍ରଦାନ କରିଥିବାବେଳେ ଜଣେ ଭକ୍ତ ସୁନାର ପତାକା କମିଟିକୁ ଦାନ କରିଥିବା କମିଟିର ପୂର୍ବତନ ସଭାପତି ଅମିୟ ବାରିକ କହିଛନ୍ତି। ପ୍ରଥମ ଉଦ୍ୟୋକ୍ତା ଶତାୟୁ ଗିରିଧାରୀ ବାରିକ ଥିବାବେଳେ ତାଙ୍କ ନାତି ଜୀବନ ସମ୍ପାଦକ ଭାବେ ଦାୟିତ୍ୱରେ ଅଛନ୍ତି। ଉକ୍ତ ପରିବାରର ତିନି ପିଢ଼ି ମା’ଙ୍କ ସେବାରେ ବର୍ତ୍ତମାନ ସୁଧା ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?