ବାଲୋଚିସ୍ତାନ ପରି ବାଂଲାଦେଶରୁ ଅଲଗା ହୋଇଯିବ ଚିଟାଗଙ୍ଗ, ଭାରତକୁ ମାଗିଲା ସାହାଯ୍ୟ!

ନୂଆଦିଲ୍ଲୀ, ୧୬।୫: ପାକିସ୍ତାନ ପରି ପୁଣି ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ବଧୀନ ହୋଇଥିଲା। ବର୍ତ୍ତମାନ ପାକିସ୍ତାନର ବାଲୋଚିସ୍ତାନ ସ୍ବାଧୀନ ହେବା ନେଇ ଦାବି କରୁଥିବାବେଳେ ସାରା ଦେଶରେ ଘୋର ସଙ୍କଟ ଦେଖାଯାଇଛି। ଏତିକିବେଳେ ସବୁଠୁ ବଡ଼କଥା ହେଉଛି ବାଂଲାଦେଶରେ ମଧ୍ୟ ସମାନ ପରିସ୍ଥିତି ମୁଣ୍ଡ ଟେକିଛି। ବାଂଲାଦେଶର ଚିଟାଗଙ୍ଗ ହିଲ ଟ୍ରାକ୍ଟସ ଅଞ୍ଚଳରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜୋର ଧରିଛି, ଏବଂ ଏହି ପରିପ୍ରେକ୍ଷୀରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି।

ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସ୍ବାଧୀନତା ଆନ୍ଦୋଳନ ତୀବ୍ର ହୋଇଛି। ବାଲୋଚ ନେତା ମୀର ଯାର ବାଲୋଚ ପାକିସ୍ତାନରୁ ସ୍ବାଧୀନତା ଘୋଷଣା କରିଛନ୍ତି ଏବଂ ଭାରତ ସରକାରଙ୍କୁ ନୂଆଦିଲ୍ଲୀରେ ଏକ ବାଲୋଚ ଦୂତାବାସ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ସେ ଜାତିସଂଘକୁ ବାଲୋଚିସ୍ତାନରେ ଶାନ୍ତିରକ୍ଷୀ ବାହିନୀ ପଠାଇବା ଓ ପାକିସ୍ତାନୀ ସେନାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ବାଲୋଚ ନେତାମାନେ ଦୀର୍ଘ ଦିନ ଧରି ପାକିସ୍ତାନ ସେନା ଦ୍ୱାରା ଗୁଳିକାଣ୍ଡ, ଗଣହତ୍ୟା ଓ ଅନ୍ୟାନ୍ୟ ଅପରାଧର ଅଭିଯୋଗ ମଧ୍ୟ ରହିଛି। ବାଲୋଚିସ୍ତାନ ପାକିସ୍ତାନର ପ୍ରାୟ ୪୪ ପ୍ରତିଶତ ଭୂମି ଅଞ୍ଚଳ ଅଧିକାର କରୁଛି, ତେଣୁ ଏହାର ସ୍ବାଧୀନତା ପାକିସ୍ତାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ବିଶେଷଜ୍ଞମାନେ କହୁଛନ୍ତି ଯେ ବାଲୋଚିସ୍ତାନର ସ୍ବାଧୀନତା ମାମଲା କୋସୋଭୋ କିମ୍ବା ସୋମାଲିଲ୍ୟାଣ୍ଡ ଭଳି ଅନ୍ୟ ସ୍ବାଧୀନତା ଆନ୍ଦୋଳନ ଅପେକ୍ଷା ଅଧିକ ଜଟିଳ।

ଅନ୍ୟପକ୍ଷରେ, ବାଂଲାଦେଶର ଚିଟାଗଙ୍ଗ ହିଲ ଟ୍ରାକ୍ଟସ ଅଞ୍ଚଳରେ ମଧ୍ୟ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ସ୍ବର ଉଠୁଛି। ଏହି ଅଞ୍ଚଳରେ ଆଦିବାସୀ ଜନଜାତିମାନେ ସୱାୟତ୍ତଶାସନ ଓ ଅଧିକାର ପାଇଁ ଦାବି କରୁଛନ୍ତି, ଯାହା ଢାକାର ଅନ୍ତରୀଣ ସରକାର ପାଇଁ ଏକ ନୂତନ ସଙ୍କଟ ସୃଷ୍ଟି କରୁଛି। ବାଲୋଚିସ୍ତାନ ଭଳି ଚଟଗାଁରେ ମଧ୍ୟ ଅସନ୍ତୋଷ ଓ ଅସ୍ଥିରତା ବୃଦ୍ଧି ପାଉଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଲୋଚ ନେତାମାନେ ଭାରତର ସମର୍ଥନ ଆଶା କରୁଛନ୍ତି। ୧୯୭୧ରେ ଭାରତର ସହାୟତା ବାଂଲାଦେଶ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲା। ବର୍ତ୍ତମାନ ବାଲୋଚିସ୍ତାନ ପାଇଁ ସମାନ ସମର୍ଥନର ଆଶା କରାଯାଉଛି। ତେବେ, ନୂଆଦିଲ୍ଲୀ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହିଁ। ବିଶେଷଜ୍ଞମାନେ କହୁଛନ୍ତି ଯେ ଭାରତ ଯଦି ବାଲୋଚ ଆନ୍ଦୋଳନକୁ ସମର୍ଥନ କରେ, ତେବେ ଏହା ପାକିସ୍ତାନ ପାଇଁ ଏକ ବଡ଼ ଆଘାତ ହେବ, କିନ୍ତୁ ଏହା ଆଞ୍ଚଳିକ ସ୍ଥିରତା ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ବାଲୋଚିସ୍ତାନ ବ୍ୟତୀତ ପାକିସ୍ତାନର ଅନ୍ୟ ପ୍ରଦେଶ ଯଥା ସିନ୍ଧ, ପଞ୍ଜାବ ଓ ଖୈବର ପାଖ୍ତୁନଖୱାରେ ମଧ୍ୟ ଅସନ୍ତୋଷ ଦେଖାଦେଉଛି। ଅର୍ଥନୈତିକ ସଙ୍କଟ, ରାଜନୈତିକ ଅସ୍ଥିରତା ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସମସ୍ୟା ପାକିସ୍ତାନକୁ ଦୁର୍ବଳ କରୁଛି। ଏହି ପରିସ୍ଥିତିରେ ବାଲୋଚିସ୍ତାନରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ପାକିସ୍ତାନ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଘଟଣାକ୍ରମ ଦକ୍ଷିଣ ଏସିଆରେ ରାଜନୈତିକ ଓ ଆଞ୍ଚଳିକ ଗତିଶୀଳତା ଉପରେ ଗଭୀର ପ୍ରଭାବ ପକାଇପାରେ। ଭାରତ ଏହି ପରିସ୍ଥିତିରେ କିପରି ପଦକ୍ଷେପ ନେଉଛି, ତାହା ଆଗାମୀ ଦିନରେ ଏକ ର୍ନିଣ୍ଣାୟକ ବିଷୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri