Posted inଜାତୀୟ

୭ଦିନ ସିବିଆଇ ହାଜତକୁ ଗଲେ ଚିତ୍ରା ରାମକ୍ରିଷ୍ଣା

ନୂଆଦିଲ୍ଲୀ,୮।୩ : କୋ-ଲୋକେଶନ ଦୁର୍ନୀତି ମାମଲାରେ ରବିବାର ରାତିରେ ଗିରଫ ହୋଇଥିବା ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ୭ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦେଇଛନ୍ତି। ସିସିଟିଭି ଆଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚିତ୍ରାଙ୍କୁ ଜେରା କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଓକିଲ ପ୍ରତିଦିନ ସନ୍ଧ୍ୟାରେ ତାଙ୍କୁ ଭେଟିବା ଲାଗି କୋର୍ଟ ଅନୁମତି ଦେଇଥିବାବେଳେ ସିବିଆଇକୁ ପ୍ରତି ୨୪ ଘଣ୍ଟାରେ ଚିତ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି।
ଏନ୍‌ଏସ୍‌ଇର ପୂର୍ବତନ ମୁଖ୍ୟ ତଦନ୍ତରେ ସହଯୋଗ କରୁ ନ ଥିବା ସରକାରୀ ଓକିଲ ସ୍ବତନ୍ତ୍ର ବିଚାରପତି ସଞ୍ଜୀବ ଅଗ୍ରଓ୍ବାଲଙ୍କ କୋର୍ଟଙ୍କୁ ଜଣାଇଥିଲେ। ୨,୫୦୦ରୁ ଊର୍ଦ୍ଧ୍ୱ ଅପରାଧମୂଳକ ଇ-ମେଲ୍‌ରେ ତାଙ୍କୁ ମୁହାଁମୁହିଁ କରାଯିବାର ଆବଶ୍ୟକ ଥିଲା। ଏପରିକି ସହଅଭିଯୁକ୍ତ ଆନନ୍ଦ ସୁବ୍ରମଣ୍ୟନଙ୍କ ସହ ଚିତ୍ରା ତାଙ୍କର ପୂର୍ବ ସମ୍ପର୍କ ବିଷୟରେ ଜଣାଇବାକୁ ଚାହୁଁନାହାନ୍ତି, ଏପରିକି ତାଙ୍କୁ ଚିହ୍ନିବା ପାଇଁ ମନା କରିଦେଇଛନ୍ତି ବୋଲି ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ। ସେ ତଥାକଥିତ ହିମାଳୟ ଯୋଗୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ, ଯେଉଁଥିପାଇଁ ଏନ୍‌ଏସ୍‌ଇର ବିପୁଳ କ୍ଷତି ଘଟିଛି। ରବିବାର ଚିତ୍ରାଙ୍କୁ ତାଙ୍କ ପୂର୍ବତନ ସହକର୍ମୀ ଆନନ୍ଦ ସୁବ୍ରମଣ୍ୟନ୍‌ଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଘୋଷିତ ହୋଇଥିବା ଯବାନ ଜୀବିତ ହେଲେ: ଫୋନ୍‌ କରି ସ୍ତ୍ରୀଙ୍କୁ କହିଲେ ଠିକ ଅଛି

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ହିଂସକ ସଂଘର୍ଷରେ ବିହାର ସାରଣ ଜିଲାର ଯବାନ ସୁନୀଲ...

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର...

୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

ମୁମ୍ବାଇ,୪ା୨(ଆଇଏଏନ୍‌ଏସ୍‌): ମୁମ୍ବାଇ ପୋଲିସ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ସେମାନେ ଶନିବାର ଏକ ର଼୍ୟାଲିରେ ଯୋଗଦେଇ ଦେଶଦ୍ରୋହ ଅଭିଯୁକ୍ତ ଜେଏନ୍‌ୟୁ ଛାତ୍ର...

ଛାତ୍ରୀଛାତ୍ରଙ୍କୁ ଗାଳି କଲେ ଉପମୁଖ୍ୟମନ୍ତ୍ରୀ

ପାଟଣା,୧୬।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦୁଇ ଡେପୁଟି ମଧ୍ୟରୁ ରେଣୁ ଦେବୀ ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କୁ ଆଶଳୀନ ଭାଷାରେ ଗାଳି ଦେଇଥିଲେ। ସମ୍ପୂର୍ଣ୍ଣର ଘଟଣା ଭିଡିଓ...

ନାରୀ ଶକ୍ତିକୁ ସଲାମ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହିଳାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି କହିଛନ୍ତି, ସମ୍ମାନ ଏବଂ...

ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ...

ସିବିଆଇକୁ ମିଳୁ ସ୍ବୟଂକ୍ରିୟ କ୍ଷମତା

ଚେନ୍ନାଇ, ୧୯।୮(ଆଇଏଏନ୍‌ଏସ୍‌): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପିଞ୍ଜରାବଦ୍ଧ ଶୁଆ ନ କରି ଏହାକୁ ମୁକ୍ତ କରିବା ବା ସ୍ବୟଂକ୍ରିୟ କ୍ଷମତା ଦେବା ପାଇଁ ମାଡ୍ରାସ...

ମଲ୍ଲିକାର୍ଜୁନଙ୍କ ପରେ କିଏ ରାଜ୍ୟ ସଭା ବିରୋଧୀ ଦଳ ନେତା? ଦୌଡ଼ରେ ଚିଦାମ୍ବରମ-ଦିଗବିଜୟ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଶନିବାର ରାଜ୍ୟ ସଭାର ବିରୋଧୀ ଦଳର...

Advertisement
Archives

Model This Week