ଭାଜପା କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡ ଟଙ୍କା ଫେରାଯିବ

ବଇଣ୍ଡା,୨୩ା୫(ପରିକ୍ଷିତ ସାହୁ): ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡର ଶିକାର ହୋଇଥିବା ସମସ୍ତ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀର କିଶୋରନଗର ବ୍ଲକ ବରପଡ଼ିଆଠାରେ ବୁଧବାର ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସେ କହିଛନ୍ତି, ଭତ୍ତା ଟଙ୍କା ୩ ହଜାରକୁ ବୃଦ୍ଧି ସହ କେନ୍ଦୁପତ୍ର ବିଡ଼ା ୨ ଟଙ୍କା କରାଯିବ। ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ପ୍ରଦାନ କରାଯିବ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ। ସମସ୍ତ ପରିବାରକୁ ମାଗଣା ବିଜୁଳି, ଶୌଚାଳୟ, ପକ୍କା ଘର ମିଳିବ। ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ସମ୍ପତ୍ତି ତାଲିକା ପ୍ରକାଶ କରାଯିବ ବୋଲି ପ୍ରଧାନ କହିଛନ୍ତି।
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ସଂଯୋଜକ ଡ. ଅଲେଖ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ, ଓଡ଼ିଆ ଲୋକଙ୍କ ମନରେ ସରକାର ପରିବର୍ତ୍ତନ ଚିନ୍ତା ଆସିଛି। ତେଣୁ ଓଡ଼ିଶାରେ ଏଥର ଭାଜପା ସରକାର ଗଠନ ହେବ। ଲୋକେ ଆଶୀର୍ବାଦ କଲେ ସେ ଦିଲ୍ଲୀ ଯାଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବେ। କୃଷି ବହୁଳ ଅଞ୍ଚଳ ଆଠମଲ୍ଲିକରେ ଜଳସେଚନ ବ୍ୟବସ୍ଥା ନାହିଁ। ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଲେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ। ଓଡ଼ିଶାର ସବୁ ଗାଁକୁ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ହେଲେ ଓଡ଼ିଶା ସରକାର ଏକ ତାମିଲ ଠିକାସଂସ୍ଥାକୁ ଏହି ଦାୟିତ୍ୱ ଦେଇଥିବା ଯୋଗୁ ଲୋକେ ପିଇବା ପାଣି ପାଇପାରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ଏଥିରେ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ଯୋଗଦେଇ ଆଠମଲ୍ଲିକର ବିକାଶ ସର୍ବଦା କରି ଆସିଥିବାରୁ ତାଙ୍କୁ ଆଶୀର୍ବାଦ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାନସଭା ପ୍ରଭାରୀ ସୀମାଞ୍ଚଳ ଖଟେଇ, ଜିଲା ଉପ ସଭାପତି ଅର୍ଜୁନ ସାହୁ, ପୂର୍ବତନ ଜିଲା ପରିଷଦ ସଭାପତି ଅଞ୍ଜଳି ପ୍ରଧାନ, ପରେଶ ଦେଓ, ଅର୍ଜୁନ ପାଣ୍ଡେ, ଶିବାନୀ ମାଝି, ପ୍ରବୋଧ ବେହେରା, ସରୋଜ କୁମାର ସାହୁ, ତିମିର ନାୟକ, ଅନିତା ଦାସ, ହୃଦାନଦ ପ୍ରଧାନଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଶ୍ରେଣୀଗୃହରେ ଛତା ଧରି ବସିଲେ ଛାତ୍ରୀଛାତ୍ର

ଖମାର,୨୪।୭ (ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଶଙ୍ଖମୁରସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ବିଦ୍ୟାଳୟ ଶ୍ରେଣୀଗୃହରେ ମଙ୍ଗଳବାର ଛତା ଧରି ବସିଛନ୍ତି ଛାତ୍ରୀଛାତ୍ର। ଗତବର୍ଷ...

ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ

କଣିହାଁ,୨୩ା୭(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଇଏସ୍‌ପି ସାଇଟରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ସାନତ୍ରୀବିଡା ଗ୍ରାମର ଲିପୁନ...

ବଳାତ୍କାର କରି ଭିଡିଓ ଭାଇରାଲ କରିଦେଲେ, ପରେ…

ଛେଣ୍ଡିପଦା,୨୪।୭ (ଅଜିତ ଧଳ): ଅନୁଗୋଳ ଜିଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର ସହ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକ...

ଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ, ତାଙ୍କ ସ୍ବାମୀ

କଣିହାଁ, ୨୪ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ବାମୀ ଶିଶିର ସାମଲ ମଙ୍ଗଳବାର...

ଯିଏ ଅଣଓଡ଼ିଆଙ୍କ କଣ୍ଟ୍ରୋଲରେ ଥିଲେ ସିଏ ଆମକୁ ଓଡ଼ିଆ ‘ଅସ୍ମିତା’ ଶିଖାଉଛନ୍ତି: ଭାଜପା

ଭୁବନେଶ୍ୱର, ୨୩।୭: ଦୀର୍ଘ ୨୫ ବର୍ଷ ପରେ ବିରୋଧୀ ଆସନକୁ ଆସିଥିବା ବିଜେଡି ବିଧାନସଭାରେ ହଙ୍ଗାମା କରୁଥିବା ଦେଖାଯାଇଛି। ମଙ୍ଗଳବାର ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼...

ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ

ପୁରୀ,୧୯ା୭: ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ...

ନିର୍ମାଣର ୧୦ ଦିନ ପରେ ଫାଟି ଆଁ

ବଇଣ୍ଡା,୧୭।୭(ପରିକ୍ଷିତ ସାହୁ): ଦୀର୍ଘ ୬ବର୍ଷ ହେବ କାମ ଚାଲୁଛି, ହେଲେ ଏହା ସମାପ୍ତ ହୋଇପାରୁନାହଁି। ଗୋଟିଏ ଠିକାସଂସ୍ଥାରୁ ଆଉ ଗୋଟିଏ ଠିଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri