Posted inଖେଳ

ଚିରମାକୋଙ୍କ ଡବଲ ଗୋଲ

ଡୁସେଲଡର୍ଫ (ଜର୍ମାନୀ), ୧୯।୮: ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ସୁଦୀପ ଚିରମାକୋଙ୍କ ଡବଲ ଗୋଲ ବଳରେ ଭାରତ ଏଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟର ଏକ ମ୍ୟାଚରେ ସ୍ପେନ୍‌କୁ ୬-୨ ଗୋଲରେ ପରାସ୍ତ କରିଛି। ଏକଦା ୦-୨ରେ ପଛୁଆ ରହିଥିବା ଭାରତ ଚିରମାକୋ ଓ ରୋହିତଙ୍କ ଡବଲ ଗୋଲ ଫଳରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। କେବଳ ସେତିକି ନୁହେଁ ବଡ଼ ବ୍ୟବଧାନରେ ବିଜୟୀ ହେବା ସହ ଦଳ ଅଭିଯାନ ଆରମ୍ଭ କରିଛି।
ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ସ୍ପେନ୍‌ ୧ମ ମିନିଟରେ ନିକୋଲାସ ଆଲଭାରେଜଙ୍କ ଫିଲ୍ଡ ଗୋଲ ବଳରେ ଅଗ୍ରଣୀ ନେବାସହ ଭାରତ ଉପରେ ଚାପ ପକାଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଗୋଲ ପରିଶୋଧ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲା। ୨୩ତମ ମିନିଟରେ ଗୁଇଉ କୋରୋମିନାସଙ୍କ ଆଉ ଏକ ଫିଲ୍ଡ ଗୋଲ ପରେ ସ୍ପେନ୍‌ର ଅଗ୍ରଣୀ ବ୍ୟବଧାନ ୨-୦ରେ ପହଞ୍ଚତ୍ ଯାଇଥିଲା। ୨୫ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଅନ୍ୟତମ ଓଡ଼ିଶା ଖେଳାଳି ଅମନଦୀପ ଲାକ୍ରା ବ୍ୟବଧାନକୁ ହ୍ରାସ କରିଥିଲେ। ଏହାପରେ ଭାରତ ଆଉ ପଛକୁ ଫେରି ଚାହିଁ ନ ଥିଲା। ଏହାର ୩ ମିନିଟ ପରେ ଆଉ ଏକ ପେନାଲ୍ଟି କର୍ନରରୁ ଗୋଲଦେଇ ରୋହିତ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ୩୫ତମ ମିନିଟରେ ଚିରମାକୋଙ୍କ ଫିଲ୍ଡ ଗୋଲ ବଳରେ ଭାରତ ପ୍ରଥମଥର ପାଇଁ ମ୍ୟାଚରେ ଅଗ୍ରଣୀଲାଭ କରିଥିଲା। ୪୫ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇଥିଲେ ରୋହିତ। ଶେଷ କ୍ୱାର୍ଟରରେ ମଧ୍ୟ ଭାରତର ଆଧିପତ୍ୟ ରହିଥିଲା। ୫୩ତମ ମିନିଟରେ ବବି ସିଂ ଧାମି ଗୋଲ ଦେଇଥିବାବେଳେ ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଅର୍ଥାତ୍‌ ୫୮ତମ ମିନିଟରେ ଚିରମାକୋ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଭାରତର ଅଗ୍ରଣୀକୁ ୬-୨ରେ ପହଞ୍ଚାଇ ଦେଇଥିଲେ। ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସ୍ପେନ୍‌ ପାଖରେ ଆଉ ସମୟ ନ ଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଆୟୋଜକ ଜର୍ମାନୀ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri