ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ ସେ ଜଗତ୍‌ସିଂହପୁର ଏମ୍‌ପି ସିଟ୍‌ ସମେତ ଜିଲାର ୪ ବିଧାନସଭା ଆସନର ବିଜେଡି ପ୍ରାର୍ଥୀମାନେ କିପରି ବହୁ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି। ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବା ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ବୁଧବାର ଫୁଲନଖରା ନିକଟ ତାଙ୍କ ଫାର୍ମ ହାଉସ୍‌ରେ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ସମର୍ଥକମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଚିରଞ୍ଜୀବ ଏହା କହିଛନ୍ତି। ଏହି ଅବସରରେ ସେ ପୂର୍ବତନ ବିଜେଡି ଯୁବନେତା ତଥା ବର୍ତ୍ତମାନର ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଚିରଞ୍ଜୀବ କହିଥିଲେ, ଅମରେନ୍ଦ୍ର ନାଉଗଁାରେ ତାଙ୍କ ବିରୋଧରେ ବିଷୋଦ୍‌କାର କରିଥିଲେ। କହିଥିଲେ ଚିରଞ୍ଜୀବ ଜଣେ ବିଦେଶୀ, ବିଜେଡିରେ ମିଶିବା ପାଇଁ ନୁଙ୍ଗୁ ନୁଙ୍ଗୁ ହେଉଛନ୍ତି। ଦଳରେ ପଶିଲେ ମାଡ଼ ହେବ ବୋଲି ଧମକ ଦେଇଥିଲେ। ଅମରେନ୍ଦ୍ରଙ୍କ ଏହି ମାଡ଼ ଧମକକୁ ସେ ଚ୍ୟାଲେଞ୍ଜ କରି ବିଜେଡିରେ ମିଶିଛନ୍ତି। କେବେ ମାଡ଼ ହେବ ଦେଖିବା ବୋଲି ସିଧାସଳଖ ଆହ୍ବାନ ଦେଇଛନ୍ତି। ଚିରଞ୍ଜୀବ ଏହି ଅବସରରେ ୨୦୧୯ ନିର୍ବାଚନ କଥା ଉଠାଇ ଥିଲେ। ସେତେବେଳେ ପ୍ରଶାନ୍ତ ମୁଦୁଲି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ। କିନ୍ତୁ କୌଣସି ସଭାରେ ପରସ୍ପରକୁ ଏଭଳି ଆକ୍ଷେପ କରି ନ ଥିଲେ, ଯାହା ଅମରେନ୍ଦ୍ର କରିଛନ୍ତି। ତେଣୁ ପ୍ରତ୍ୟେକ ଏକାଠି ହୋଇ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।
ଚିରଞ୍ଜୀବ ବାବୁ ଅନେକଙ୍କ ସହ କଥାବାର୍ତ୍ତା ନ ହୋଇ, ବିନା ପରାମର୍ଶରେ ବିଜେଡିରେ ମିଶିଯିବା ପ୍ରସଙ୍ଗକୁ ନେଇ ମାନ, ଅଭିମାନ ଓ କ୍ଷୋଭ ଥିଲା। ତେବେ କେଉଁ ପରିସ୍ଥିତିରେ ସେ ମିଶିଲେ ତାହା କହିବା ସମ୍ଭବ ନୁହେଁ ବୋଲି ଚିରଞ୍ଜୀବ ଉପସ୍ଥିତ ସମର୍ଥକମାନଙ୍କୁ କହି ବୁଝାଇବାକୁ ଚେଷ୍ଟା କରିଥିଲେ। ମୋଟାମୋଟି ଭାବେ ତାଙ୍କୁ କ୍ଷମା କରିଦେବାକୁ ଆହ୍ବାନ ଦେଇଥିଲେ। ଗତ ୧୯ ତାରିଖ ପରି ପୁଣି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ସେ କଂଗ୍ରେସରେ ଥିଲାବେଳେ କେବଳ ବସି କରି ୯ରୁ ୯୦ ଡାକରା ଦେଇ ଦେଲେ ହେବ ନାହିଁ ବୋଲି କହିଥିଲେ। ଯେଉଁ କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତାଙ୍କୁ ନିଲମ୍ବନ ଅର୍ଥ କଂଗ୍ରେସ ଦଳକୁ ଦୁର୍ବଳ କରିବା ସହ ସମାନ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ନିର୍ବାଚନ ପୂର୍ବରୁ ବିଭିନ୍ନ କମିଟି ଗଠନ କଲେ, କିନ୍ତୁ ସେଥିରେ ତାଙ୍କୁ ରଖିଲେ ନାହିଁ। ବିଭିନ୍ନ ମାଧ୍ୟମରେ ଅପମାନିତ କଲେ। ଯାହା ଲାଗୁଥଲା ପିସିସି ସଭାପତି ଚାହୁଁଥିଲେ ସେ ଦଳ ଛାଡି ଦିଅନ୍ତୁ। ଯେତେବେଳେ ନିଲମ୍ବନ ଉଠାଇଲେ, ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ଯେହେତୁ ସେତେବେଳେ ସେ କଂଗ୍ରେସ ଟିକେଟରେ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇ ସାରିଥିଲେ, ତେଣୁ ବିଜେଡିରେ ମିଶିଲେ। ଏହି ଦଳରେ ଯୋଗଦେବା ପୂର୍ବରୁ କୌଣସି ସର୍ତ୍ତ ରଖି ନ ଥିଲେ। ଯେଉଁମାନେ ତାଙ୍କ ଉପରେ ଭରସା କରି ବିଜେଡିରେ ମିଶିଛନ୍ତି ସେମାନଙ୍କ ସମସ୍ତ ଦାୟିତ୍ୱ ବହନ କରିବେ। ୨୦୦୮ରୁ ଏପର୍ଯ୍ୟନ୍ତ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ଲୋକଙ୍କ ସହ ରହି ଆସିଛନ୍ତି। ମଲାଯାଏ ରହିବେ ବୋଲି ଜଗନ୍ନାଥଙ୍କ ନଁା ନେଇ ବିଶ୍ୱାଳ ଶପଥ କରିଥିଲେ। ତେଣୁ ୨୦୨୪ ନିର୍ବାଚନରେ କିପରି ସମନ୍ବୟରେ ନିର୍ବାଚନ ପରିଚାଳନା ହେବ ତାହା ପ୍ରତ୍ୟେକଙ୍କ ଦାୟିତ୍ୱ ବୋଲି କହିଥିଲେ। ମୋଟାମୋଟି ଭାବେ ଜଗତ୍‌ସିଂହପୁର ବିଧାନସଭା ଆସନରେ ଲଢ଼େଇ ଭାଜପା ପ୍ରାର୍ଥୀ ଅମରେନ୍ଦ୍ରଙ୍କ ସହ ବୋଲି ଆହ୍ବାନ ଦେଇଥିଲେ। ବୈଠକରେ ଆଶାଜନକ କଂଗ୍ରେସ ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା। ସୂଚନାଯୋଗ୍ୟ, ଇତିମଧ୍ୟରେ ପାଖାପାଖି ୨୦ଦିନ ହେବ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଏହି ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲେ ସୁଦ୍ଧା ସେ ପ୍ରଚାର ଉପରେ ଗୁରୁତ୍ୱ ଦେଇନାହାନ୍ତି। ଦଳୀୟ ଅସନ୍ତୁଷ୍ଟ ନେତା ଓ ନୂଆକରି କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳଙ୍କୁ ମନାଇବା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଚିରଞ୍ଜୀବ ମଧ୍ୟ ଏହା ଭିତରେ ଜଗତ୍‌ସିଂହପୁର ଓ ନାଉଗଁା ବ୍ଲକ ଅଞ୍ଚଳର ତାଙ୍କ ସମର୍ଥକମାନଙ୍କୁ ଗତ ୧୯ ତାରିଖରେ ଫୁଲନଖରାସ୍ଥିତ ତାଙ୍କ ମଣ୍ଡପ ପରିସରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?