Posted inଜାତୀୟ

ଥଣ୍ଡା ପଡିଲେ ଚିରାଗ

ପାଟନା,୧୨ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ପରେ ଲୋକଜନଶକ୍ତି ପାର୍ଟି(ଏଲ୍‌ଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଥଣ୍ଡା ପଡି ଯାଇଥିବା କୁହାଯାଉଛି । ଏବେ ଚିରାଗ କହୁଛନ୍ତି ଭାଜପା ଯାହା ନିଷ୍ପତ୍ତି ନେବ ସେଥିରେ ସେ ରାଜି । ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ଏଲ୍‌ଜେପି ଆଜି ମୋଦିଙ୍କ ଯୋଗୁ ଏନ୍‌ଡିଏରେ ରହିଛି । ତେବେ ନିକଟରେ ସେ ନୀତୀଶ କ୍‌ୁମାରଙ୍କ ସାମ୍ନାରେ ଯେଉଁସବୁ ସମସ୍ୟା ରଖିଥିଲେ ତାକୁ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଗେ ସମସ୍ୟା କହିବିନି ତ କାହାକୁ କହିବି । ମୁଁ କାହାକୁ ଭାରାକ୍ରାନ୍ତ କରିବାକୁ ଚାହୁଁନାହିଁ । କେବଳ ନିଜ କଥା ମୁଁ କହୁଛି । ନୀତୀଶ ଯେହେତୁ ଏନ୍‌ଡିଏର ନେତୃତ୍ୱ ନେଇଛନ୍ତି ମୁଁ ସମସ୍ୟା ସମ୍ପର୍କରେ ତାଙ୍କୁ ସୂଚାଇ ଦେଇଛି । ତେବେ ଆଗକୁ ଯାହା ବି ହେବ ବିହାରର ଭଲ ପାଇଁ ହେବ ବୋଲି ଚିରାଗ କହିଛନ୍ତି । ନିକଟରେ ଚିରାଗଙ୍କ ରାଗକୁ ଦେଖି ପିତା ରାମବିଳାସ ପାଶୱାନ କିହିଥିଲେ ପୁଅର ନିଜର ନିଷ୍ପତ୍ତି ନେବାର ବୟସ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବୁଲେଟ ଚଢିବାରୁ ପିତାଙ୍କୁ ଗୁଳିମାଡ

ନୋଏଡା, ୬।୯: ଉତ୍ତର ପ୍ରଦେଶର ନୋଏଡା ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବୁଲେଟ୍‌ ଚଢିବାରୁ କିଛି ଦୁର୍ବୃତ୍ତ ତାଙ୍କ ପିତାଙ୍କୁ ଗୁଳି ମାରିଛନ୍ତି। ପୋଲିସ...

ବିହାରରେ କ୍ଷମତାରୁ ହଟିବା ପରେ ଭାଜପା ହୋଇଛି ଅବସାଦଗ୍ରସ୍ତ, କହିଲେ ଉପେନ୍ଦ୍ର କୁଶଓ୍ବାହା…

ପାଟନା, ୩୦।୮ : ବିହାରରେ ଭାଜପା କ୍ଷମତାରୁ ହଟିବା ପରେ ଦଳ ଅବସାଦଗ୍ରସ୍ତ ହୋଇଛି। ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି। ମଙ୍ଗଳବାର...

ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି।...

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ।...

୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ

ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍‌ ହୁସେନ ଭଟୁକଙ୍କୁ ପୋଲିସ...

ଅଟୋ ସହ ଧକ୍କା ହେବା ପରେ କୂଅରେ ପଡ଼ିଲା ବସ୍‌: ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନାସିକ୍‌,୨୮।୧: ମହାରାଷ୍ଟ୍ରର ନାସିକ୍‌ ଅନ୍ତର୍ଗତ ଦେଓଲା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲାଗାଓଁରୁ କଲଓ୍ବାନ୍‌ ଯାଉଥିବା ଏକ ବସ୍‌ ଅଟୋ ସହ...

ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…

ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର...

ମୁଖ୍ୟମନ୍ତ୍ରୀଙ୍କ ସହ ନାଚିଲେ ରାହୁଲ ଗାନ୍ଧୀ

ଜୟପୁର,୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ମଧ୍ୟପ୍ରଦେଶରୁ ରାଜସ୍ଥାନର ଝାଲାୱାରରେ ପ୍ରବେଶ କରିଛି। ଏଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ବାଗତ...

Advertisement
Archives

Model This Week