Posted inଜାତୀୟ

ଡେମ୍‌ଚୁକ୍‌ରେ ଚାଇନା ସୈନ୍ୟ

ଶ୍ରୀନଗର, ୧୩।୭: ଲଦାଖର ଡେମଚୁକ୍‌ ଅଞ୍ଚଳ ଅନ୍ତର୍ଗତ ସିନ୍ଧୁନଦୀ ଅପରପାର୍ଶ୍ୱରେ ଅବସ୍ଥିତ କେତେକ ଭାରତୀୟ ଗ୍ରାମରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ ଚାଇନା ସୈନ୍ୟ ଓ ନାଗରିକମାନେ ୫ଟି ଗାଡ଼ିରେ ଆସି ଏହାକୁ ବିରୋଧ କରିଥିଲେ। ଉକ୍ତ ଗାଡ଼ିରେ ଚାଇନା ପତାକା ଓ ଦଲାଇଲାମା ବିରୋଧୀ ବ୍ୟାନର ଲାଗିଥିଲା। ଏହି ଘଟଣା ଜୁଲାଇ ୬ ତାରିଖରେ ଘଟିଛି।
ଦଲାଇଲାମାଙ୍କ ୮୬ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହାମାରୀ ସଙ୍କଟ ଟଳିବା ପରେ ଦଲାଇଲାମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଆଶା କରାଯାଉଛି ବୋଲି ତିବ୍ବତର ନିର୍ବାସିତ ସରକାରର ରାଷ୍ଟ୍ରପତି ପେନ୍‌ପା ସେରିଙ୍ଗ ସୂଚନା ଦେଇଥିଲେ। ତିବ୍ବତ ସମ୍ପର୍କରେ ମୋଦିଙ୍କ ଟୁଇଟ୍‌ ବେଜିଂ ପାଇଁ ଶକ୍ତ ବାର୍ତ୍ତା ଥିଲା। ସେହିପରି ନିକଟରେ ଚାଇନା କମ୍ୟୁନିଷ୍ଟ ପାର୍ଟି ଶତବାର୍ଷିକୀ ପାଳନ କରିଥିବାବେଳେ ଭାରତ ସରକାର ବେଜିଂକୁ ଶୁଭେଚ୍ଛା ଜଣାଇ ନ ଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌-ମେ’ରୁ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବହୁ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ପକ୍ଷ କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ତଥାପି ହଟ୍‌ ସ୍ପ୍ରିଙ୍ଗ୍‌ସ- ଗୋଗ୍ରା ହାଇଟ୍ସ ଆଦି ଫ୍ରିକ୍ସନ ପଏଣ୍ଟଗୁଡ଼ିକରେ ଉତ୍ତେଜନା ହ୍ରାସ ଲାଗି ଏପର୍ଯ୍ୟନ୍ତ ସମାଧାନ ସୂତ୍ର ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମହାରାଷ୍ଟ୍ରର ଛୋଟଭାଇ: ମୋଦି

ନାସିକ୍‌,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ନାସିକ୍‌ଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଗୁଜରାଟ ହେଉଛି ମହାରାଷ୍ଟ୍ରର ଛୋଟ...

କୋଭିଡ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ: ୧୩ ଜଣ କରୋନା ରୋଗୀଙ୍କ ଜୀବନ ଗଲା

ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।...

ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀ ଗିରଫ: ବିନା ଭିଜାରେ ବାସ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୧୦: କର୍ନାଟକ ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ବିନା ଭିଜାରେ ସହରରେ ବାସ କରୁଥିବା ଅଭିଯୋଗ ହୋଇଛି। ସହରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା...

ଶଗଡ଼ରେ ପିଲାଙ୍କୁ ସ୍କୁଲ ପଠାଇଲେ ଅଭିଭାବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀକାକୁଲମ୍‌,୧୭।୧୦: ଆନ୍ଧ୍ରପ୍ରଦେଶରେ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍‌ ସେବା ଶ୍ରୀକାକୁଲଏମ୍‌ ସ୍ଥିତ କୋମାରାଡ଼ା-କୁନେରା ରାଜ୍ୟ ରାଜପଥରେ ବନ୍ଦ କରିଦିଆଯାଇଛି। ଏହାକୁ ବିରୋଧ କରି...

ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ

ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା...

୧୦ ହଜାର ନୁହେଁ, ହଜାରେ ଏଏମ୍‌ୟୁ ଛାତ୍ରଙ୍କ ବିରୋଧରେ ହୋଇଛି ମାମଲା: ସ୍ପଷ୍ଟ କଲା ୟୁପି ପୋଲିସ

ଆଲିଗଡ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଛି। ଏଥିରେ ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଛାତ୍ରଙ୍କ...

ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ...

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା...

Advertisement


Archives

Model This Week