Posted inଜାତୀୟ

ପିଓକେରେ ଚାଇନା ପ୍ରଯୁକ୍ତି, ପାକିସ୍ତାନୀ ଟାଓ୍ବାର

ନୂଆଦିଲ୍ଲୀ,୧୯ା୨(ପି.ଟି.):ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ କଶ୍ମୀର ଭିତରକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖାରେ ପାକିସ୍ତାନ ଲଗାତର ଭାବେ ଟେଲିକମ୍‌ ଟାଓ୍ବାର ବଢ଼ାଇଚାଲିଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଚାଇନା ଦ୍ୱାରା ବିକଶିତ ଓ୍ବାଇଏସ୍‌ଏମ୍‌ଏସ୍‌ ସେବା ବ୍ୟବହାର କରିଆସୁଛନ୍ତି। ଏହି ଟେକ୍ନୋଲୋଜି ସ୍ମାର୍ଟଫୋନ୍‌ ଓ ରେଡିଓ ସେଟ୍‌ଗୁଡ଼ିକୁ ଯୋଗାଯୋଗ ଉଦ୍ଦେଶ୍ୟରେ ମର୍ଜ କରାଇଥାଏ। ନିକଟରେ ହୋଇଥିତ୍ବା କେତେକ ଅନୁପ୍ରବେଶ ଉଦ୍ୟମ ଏବଂ ଜମ୍ମୁର ପୀର ପଞ୍ଜାଲ ରେଞ୍ଜ ଆତଙ୍କବାଦୀ ଆକ୍ରମଣ ଉପରେ ଅନୁଧ୍ୟାନ ପରେ ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଓ୍ବାଇଏସ୍‌ଏମ୍‌ଏସ୍‌ର ଫୁଲ୍‌ ଫର୍ମ ହେଉଛି ୟେଓୟୁ ଷ୍ଟକ୍‌ ମାର୍କେଟ ସିଷ୍ଟମ୍‌। ଏହି ଟେକ୍ନୋଲୋଜି ଜରିଆରେ ଅନୁପ୍ରବେଶକାରୀ ଆତଙ୍କବାଦୀ ଓ ଜମ୍ମୁ କ୍ଷେତ୍ରରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ସହଯୋଗୀଙ୍କ ମଧ୍ୟରେ ଜଣେ ହ୍ୟାଣ୍ଡଲର୍‌ ଯୋଗାଯୋଗ କରାଇଥାନ୍ତି। ନିୟନ୍ତ୍ରଣରେଖା ଅଞ୍ଚଳରେ ଏହି କାରିଗରିର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ଧରିବା ଭାରତୀୟ ସେନା କିମ୍ବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରେ ଏକପ୍ରକାର ଅସମ୍ଭବ। ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଟେଲିକମ୍‌ ସିଗ୍‌ନାଲକୁ ମଜଭୁତ କରିବା ଦାୟିତ୍ୱ ସ୍ପେଶାଲ କମ୍ୟୁନିକେଶନ୍‌ ଅର୍ଗାନାଇଜେଶନ୍‌ (ଏସ୍‌ସିଓ) ନେଇଛି। ପୂର୍ବରୁ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରିଥିବା ସେନାର ମେଜର ଜେନେରାଲ ଉମର ଅହମଦ୍‌ ଶାହ ଏହାର ନେତୃତ୍ୱ ନେଉଛନ୍ତି। ନୂଆ ଟାଓ୍ବାରଗୁଡ଼ିକ କୋଡ୍‌ ଡିଭିଜନ୍‌ ମଲ୍ଟିପଲ ଆସେସ୍‌ (ସିଡିଏମ୍‌ଏ) ଟେକ୍ନୋଲୋଜି ଦ୍ୱାରା ପରିଚାଳିତ। ଓ୍ବାଇଏସ୍‌ଏମ୍‌ଏସ୍‌ ଅପରେଶନ୍‌ ଅଧୀନରେ ଏହାକୁ ପ୍ରଭାବଶାଳୀ କରିବା ପାଇଁ ଚାଇନାର ଏକ ସଂସ୍ଥା କାର୍ଯ୍ୟ କରୁଛି। ପିଓକେରୁ ଏହି ଟେଲିକମ୍‌ ସିଗ୍‌ନାଲ ଜରିଆରେ ଭାରତୀୟ ଭୂଖଣ୍ଡକୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହଜ କରିବା ଉଦ୍ଦେଶ୍ୟରେ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଟେଲିକମ୍‌ ଟାଓ୍ବାରଗୁଡ଼ିକୁ ରଣନୈତିକ ଦୃଷ୍ଟିରୁ ସ୍ଥାପନ କରାଯିବା ଜାତିସଂଘ ଅଧୀନ ଇଣ୍ଟରନ୍ୟାଶନାଲ ଟେଲିକମ୍ୟୁନିକେଶନ୍‌ ୟୁନିୟନ୍‌ (ଆଇଟିୟୁ) ସମ୍ବିଧାନର ଅନୁଚ୍ଛେଦ ୪୫ର ଉଲ୍ଲଂଘନ। ଆଇଟିୟୁ ସମ୍ବିଧାନର ଅନୁଚ୍ଛେଦ ୪୫ ଅନୁସାରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଏଭଳି ସିଗ୍‌ନାଲ ବିସ୍ତାର ରୋକିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଆତଙ୍କବାଦୀ କାର୍ଯ୍ୟରେ ଏହାର ବ୍ୟବହାର ରୋକିବା ଉପରେ ଆଇଟିୟୁ ଅଧୀନସ୍ଥ ରେଡିଓକମ୍ୟୁନିକେଶନ୍‌ ବ୍ୟୁରୋ ପୁଣି ଗୁରୁତ୍ୱାରୋପ କରିଛି। କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀରତା ସହ ନେଇଛନ୍ତି। ପୂର୍ବରୁ ମଧ୍ୟ ୧୯୯୯ ଓ ୨୦୨୦ରେ ପାକିସ୍ତାନୀ ଏଜେଣ୍ଟମାନେ ଏଭଳି କାର୍ଯ୍ୟ ପାଇଁ ଉଦ୍ୟମ ଚଳାଇଥିଲେ, ଯାହାକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲା। ବର୍ତ୍ତମାନ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ପିଓକେ ଆତଙ୍କବାଦୀଙ୍କ ଉଦ୍ୟମ ମଧ୍ୟ ଅନୁରୂପ ଭାବେ ପଣ୍ଡ ହେବ ବୋଲି ସେନା ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି,…

ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri