Posted inଜାତୀୟ

ପିଓକେରେ ଚାଇନା ପ୍ରଯୁକ୍ତି, ପାକିସ୍ତାନୀ ଟାଓ୍ବାର

ନୂଆଦିଲ୍ଲୀ,୧୯ା୨(ପି.ଟି.):ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ କଶ୍ମୀର ଭିତରକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖାରେ ପାକିସ୍ତାନ ଲଗାତର ଭାବେ ଟେଲିକମ୍‌ ଟାଓ୍ବାର ବଢ଼ାଇଚାଲିଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଚାଇନା ଦ୍ୱାରା ବିକଶିତ ଓ୍ବାଇଏସ୍‌ଏମ୍‌ଏସ୍‌ ସେବା ବ୍ୟବହାର କରିଆସୁଛନ୍ତି। ଏହି ଟେକ୍ନୋଲୋଜି ସ୍ମାର୍ଟଫୋନ୍‌ ଓ ରେଡିଓ ସେଟ୍‌ଗୁଡ଼ିକୁ ଯୋଗାଯୋଗ ଉଦ୍ଦେଶ୍ୟରେ ମର୍ଜ କରାଇଥାଏ। ନିକଟରେ ହୋଇଥିତ୍ବା କେତେକ ଅନୁପ୍ରବେଶ ଉଦ୍ୟମ ଏବଂ ଜମ୍ମୁର ପୀର ପଞ୍ଜାଲ ରେଞ୍ଜ ଆତଙ୍କବାଦୀ ଆକ୍ରମଣ ଉପରେ ଅନୁଧ୍ୟାନ ପରେ ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଓ୍ବାଇଏସ୍‌ଏମ୍‌ଏସ୍‌ର ଫୁଲ୍‌ ଫର୍ମ ହେଉଛି ୟେଓୟୁ ଷ୍ଟକ୍‌ ମାର୍କେଟ ସିଷ୍ଟମ୍‌। ଏହି ଟେକ୍ନୋଲୋଜି ଜରିଆରେ ଅନୁପ୍ରବେଶକାରୀ ଆତଙ୍କବାଦୀ ଓ ଜମ୍ମୁ କ୍ଷେତ୍ରରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ସହଯୋଗୀଙ୍କ ମଧ୍ୟରେ ଜଣେ ହ୍ୟାଣ୍ଡଲର୍‌ ଯୋଗାଯୋଗ କରାଇଥାନ୍ତି। ନିୟନ୍ତ୍ରଣରେଖା ଅଞ୍ଚଳରେ ଏହି କାରିଗରିର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ଧରିବା ଭାରତୀୟ ସେନା କିମ୍ବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରେ ଏକପ୍ରକାର ଅସମ୍ଭବ। ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଟେଲିକମ୍‌ ସିଗ୍‌ନାଲକୁ ମଜଭୁତ କରିବା ଦାୟିତ୍ୱ ସ୍ପେଶାଲ କମ୍ୟୁନିକେଶନ୍‌ ଅର୍ଗାନାଇଜେଶନ୍‌ (ଏସ୍‌ସିଓ) ନେଇଛି। ପୂର୍ବରୁ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରିଥିବା ସେନାର ମେଜର ଜେନେରାଲ ଉମର ଅହମଦ୍‌ ଶାହ ଏହାର ନେତୃତ୍ୱ ନେଉଛନ୍ତି। ନୂଆ ଟାଓ୍ବାରଗୁଡ଼ିକ କୋଡ୍‌ ଡିଭିଜନ୍‌ ମଲ୍ଟିପଲ ଆସେସ୍‌ (ସିଡିଏମ୍‌ଏ) ଟେକ୍ନୋଲୋଜି ଦ୍ୱାରା ପରିଚାଳିତ। ଓ୍ବାଇଏସ୍‌ଏମ୍‌ଏସ୍‌ ଅପରେଶନ୍‌ ଅଧୀନରେ ଏହାକୁ ପ୍ରଭାବଶାଳୀ କରିବା ପାଇଁ ଚାଇନାର ଏକ ସଂସ୍ଥା କାର୍ଯ୍ୟ କରୁଛି। ପିଓକେରୁ ଏହି ଟେଲିକମ୍‌ ସିଗ୍‌ନାଲ ଜରିଆରେ ଭାରତୀୟ ଭୂଖଣ୍ଡକୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହଜ କରିବା ଉଦ୍ଦେଶ୍ୟରେ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଟେଲିକମ୍‌ ଟାଓ୍ବାରଗୁଡ଼ିକୁ ରଣନୈତିକ ଦୃଷ୍ଟିରୁ ସ୍ଥାପନ କରାଯିବା ଜାତିସଂଘ ଅଧୀନ ଇଣ୍ଟରନ୍ୟାଶନାଲ ଟେଲିକମ୍ୟୁନିକେଶନ୍‌ ୟୁନିୟନ୍‌ (ଆଇଟିୟୁ) ସମ୍ବିଧାନର ଅନୁଚ୍ଛେଦ ୪୫ର ଉଲ୍ଲଂଘନ। ଆଇଟିୟୁ ସମ୍ବିଧାନର ଅନୁଚ୍ଛେଦ ୪୫ ଅନୁସାରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଏଭଳି ସିଗ୍‌ନାଲ ବିସ୍ତାର ରୋକିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଆତଙ୍କବାଦୀ କାର୍ଯ୍ୟରେ ଏହାର ବ୍ୟବହାର ରୋକିବା ଉପରେ ଆଇଟିୟୁ ଅଧୀନସ୍ଥ ରେଡିଓକମ୍ୟୁନିକେଶନ୍‌ ବ୍ୟୁରୋ ପୁଣି ଗୁରୁତ୍ୱାରୋପ କରିଛି। କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀରତା ସହ ନେଇଛନ୍ତି। ପୂର୍ବରୁ ମଧ୍ୟ ୧୯୯୯ ଓ ୨୦୨୦ରେ ପାକିସ୍ତାନୀ ଏଜେଣ୍ଟମାନେ ଏଭଳି କାର୍ଯ୍ୟ ପାଇଁ ଉଦ୍ୟମ ଚଳାଇଥିଲେ, ଯାହାକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲା। ବର୍ତ୍ତମାନ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ପିଓକେ ଆତଙ୍କବାଦୀଙ୍କ ଉଦ୍ୟମ ମଧ୍ୟ ଅନୁରୂପ ଭାବେ ପଣ୍ଡ ହେବ ବୋଲି ସେନା ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri