ଚାଇନା ସମର୍ଥକ

ପ୍ରତିବର୍ଷ ମୌସୁମୀ ଫେରିଯିବା ପରେ ଶୀତ ପୂର୍ବରୁ ଦିଲ୍ଲୀରେ ନିର୍ମାଣ, ଶିଳ୍ପ ଓ ପରିବହନ ଜନିତ ବାୟୁ ପ୍ରଦୂଷଣ ସ୍ପଷ୍ଟ ହୋଇଥାଏ। ଏହାବାଦ୍‌ ଏହି ସମୟରେ ଉତ୍ତର ଭାରତରେ ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପୂର୍ବ ଉତ୍ତରପ୍ରଦେଶରେ ଶସ୍ୟଖୁଣ୍ଟା ପୋଡ଼ିକୁ ଦିଲ୍ଲୀ ବାୟୁ ପ୍ରଦୂଷଣର ଅନ୍ୟ ଏକ କାରଣ ଭାବେ ଦର୍ଶାଯାଏ। ଏପରିକି ଖୁଣ୍ଟାପୋଡ଼ିକୁ ରୋକିବା ଲାଗି ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେନ୍ଦ୍ର ସରକାର ମଧ୍ୟ ବିପୁଳ ବ୍ୟୟବରାଦ କରୁଛନ୍ତି। ତଥାପି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରୁନାହିଁ। ସୂଚନାଯୋଗ୍ୟ ଯେ, ଦିଲ୍ଲୀର ବାୟୁ ପ୍ରଦୂଷଣ କ୍ଷେତ୍ରରେ ଖୁବ୍‌ କମ୍‌ ଯୋଗଦାନ ଥିବା ଖୁଣ୍ଟା ପୋଡ଼ାକୁ ଏକ ପ୍ରମୁଖ କାରଣ ବୋଲି ସବୁବେଳେ ଦର୍ଶାଯାଉଛି। ହେଲେ ଶସ୍ୟ ଅମଳ ଋତୁରେ ଲକ୍‌ଡାଉନବେଳେ ଗାଡ଼ିମୋଟର ଓ କଳକାରଖାନ ବନ୍ଦ ହୋଇଥିବା ସମୟରେ ଦିଲ୍ଲୀ ବାୟୁମଣ୍ଡଳ ସମ୍ପୂର୍ଣ୍ଣ ପରିଷ୍କାର ରହିଥିଲା; ଯେଉଁଥିରୁ ଜଣାପଡ଼ିଥିଲା ଯେ ଖୁଣ୍ଟାପୋଡ଼ା ପ୍ରଦୂଷଣର ଏକମାତ୍ର ବୃହତ୍‌ କାରଣ ନୁହେଁ । ଏହାବାଦ୍‌ ତୃତୀୟରେ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସ୍ତର ବଢୁଛି ବୋଲି ଏହା ଉପରେ ସେଠାକାର ସରକାର କଟକଣା ଲଗାଇ ଆସୁଛନ୍ତି। ଦୀପାବଳିର ପରବର୍ତ୍ତୀ ସମୟରେ ବିବାହ ଓ ଏ ସମ୍ପର୍କିତ ସାମାଜିକ ଉତ୍ସବଗୁଡ଼ିକୁ ଲକ୍ଷ୍ୟ କରି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ବାଣ ଉତ୍ପାଦନ, ଗଚ୍ଛିତ, ବିକ୍ରି ଏବଂ ସବୁ ପ୍ରକାର ବାଣ ପୁଟାଇବା ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ଏହି କଟକଣାକୁ ନ ମାନି ଲୋକେ ଏଥର ଦୀପାବଳିରେ ବାଣ ଫୁଟାଇଛନ୍ତି। ବାଣ ଫୁଟାକୁ କେନ୍ଦ୍ରକରି ସେଠାରେ ଏକ ଭିନ୍ନ ସ୍ଥିତି ବି ଦେଖିବାକୁ ମିଳିଛି ।
ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତାଜିନ୍ଦର ପାଲ ସିଂ ବଗ୍ଗା ଦିଲ୍ଲୀ ସରକାରଙ୍କ କଟକଣାକୁ ଖାତିର ନ କରି ତାଙ୍କ ଘର ସମ୍ମୁଖରେ ବାଣ ଫୁଟାଇବା ସହ ବସ୍ତି ପିଲାମାନଙ୍କୁ ବାଣ ବାଣ୍ଟିଛନ୍ତି। ବଗ୍ଗା ନିଜ ପାରିବାପଣିଆ ଦେଖାଇବାକୁ ଯାଇ ବାଣ ଫୁଟାଇବା ଭିଡ଼ିଓ ଟୁଇଟ୍‌ କରିଛନ୍ତି। ଅନ୍ୟ ଏକ ଭିଡ଼ିଓରେ ପିଲାମାନଙ୍କୁ ସେ ବାଣ ବାଣ୍ଟୁଥିବା ମଧ୍ୟ ଦେଖାଯାଇଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସେ ବିବାଦରେ ଫସିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆରମ୍ଭରୁ ଦିଲ୍ଲୀରେ ବାଣ ଫୁଟା କଟକଣାକୁ ଭାଜପା ନେତାମାନେ ବିରୋଧ କରିଆସୁଛନ୍ତି। ବଗ୍ଗା ମଧ୍ୟ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ। କେବଳ ଏତିକି ନୁହେଁ ବାଣ ଫୁଟାଇବା ପରେ ତାଙ୍କ ବିରୋଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ଲାଗି ସେ ଆହ୍ବାନ ଦେଇଛନ୍ତି। ଏହାକୁ ଧର୍ମୀୟ କିମ୍ବା ରାଜନୈତିକ ଦୃଷ୍ଟକୋଣରୁ ବଗ୍ଗା କିମ୍ବା ଭାଜପା ନେତାମାନେ ବିଚାର କରିପାରନ୍ତି, କିନ୍ତୁ କ୍ଷତିଗ୍ରସ୍ତ ହେଉଛନ୍ତି ଦିଲ୍ଲୀର ବାସିନ୍ଦା, ବିଶେଷକରି ସାନ ପିଲାମାନେ, ଯାହାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଶ୍ୱାସଜନିତ ରୋଗ ବୃଦ୍ଧିପାଉଛି। ଚଳିତ ବର୍ଷ ଦୀପାବଳି ପରଦିନ ଅର୍ଥାତ୍‌ ମଙ୍ଗଳବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୩୨୩। ନୋଏଡାର ଏହା ଥିଲା ୩୪୨, ଯାହା କି ‘ଅତି ଖରାପ’ ସ୍ତର। ଏହି ଗମ୍ଭୀର ସ୍ତର ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିବା ସହ ଯେଉର୍ଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ଜଟିଳ ସମସ୍ୟା ମଧ୍ୟକୁ ଠେଲିଦେବ।
ବଗ୍ଗାଙ୍କ ଭଳି ଜଣେ ଭାଜପା ନେତା ଖୋଲାଖୋଲି ଭାବେ ସରକାରଙ୍କ କଟକଣା ଓ ଦିଲ୍ଲୀ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ନ ଦେଇ ବାଣ ଫୁଟାଇବା ସହ ଏହାକୁ ଉତ୍ସାହିତ କରିବା ନିଶ୍ଚିତ ଭାବେ ନିନ୍ଦନୀୟ। କାରଣ ସମସ୍ତେ ଜାଣନ୍ତି ଯେ, ବାଣ ଯେଉଁ ବାରୁଦରେ ତିଆରି ହୋଇଥାଏ ତାହା ପୂର୍ବରୁ ଭାରତବର୍ଷରେ ନ ଥିଲା। ଦେଖିବାକୁ ଗଲେ ବାରୁଦ ଭଳି ସାମଗ୍ରୀକୁ ପ୍ରଥମ ଥର ପାଇଁ ଭାରତ ଭୂମିରେ ମୋଗଲ ଆକ୍ରମଣକାରୀ ବାବର ଆଣିଥିଲେ। ଯେହେତୁ ଭାରତୀୟଙ୍କ ପାଖରେ ସେହି ରାସାୟନିକ ଦ୍ରବ୍ୟ ନ ଥିଲା, ସେଥିପାଇଁ ବାବର ଯୁଦ୍ଧରେ ଜିତିଥିଲେ। ଅନ୍ୟପଟେ ଏହା ପ୍ରମାଣ କରୁଛି ଯେ, ଭାରତବର୍ଷରେ ପୂର୍ବରୁ ଯେତେବେଳେ ଦୀପାବଳି ପାଳନ କରାଯାଉଥିଲା ସେତେବେଳେ ଦୀପ ଜଳାଇବା ସହିତ ପୂଜାପାଠ ହେଉଥିଲା, ଯାହା କି ସବୁ ଅଞ୍ଚଳ ପାଇଁ ଭିନ୍ନ ପ୍ରକାରର ଅର୍ଥ ରଖୁଥିଲା। କିନ୍ତୁ ବାଣ ଫୁଟାଇବାର ପ୍ରଥା କେବେହେଲେ ଆମ ସଂସ୍କୃତିରେ ନ ଥିଲା। ବହୁ ବର୍ଷ ପୂର୍ବେ ତାମିଲନାଡୁର ଶିବକାଶୀରୁ ବାଣ ଆସୁଥିଲା ବୋଲି ଜାଣୁଥିଲୁ। ଏବେ ତାହା ମଧ୍ୟ ନାହିଁ। ପ୍ରାୟ ଅଧିକାଂଶ ବାଣ ଚାଇନାରେ ନିର୍ମିତ ହେଉଥିତ୍ବା ଦେଖାଯାଉଛି। ସେଥିପାଇଁ ତାଜିନ୍ଦର ସିଂ ବଗ୍ଗାଙ୍କ ଭଳି ବ୍ୟକ୍ତି ବାରୁଦ ବ୍ୟବହାର କରି ବାବରଙ୍କୁ ମନେ ପକାଇ ଦେଇଥିବା ହେତୁ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କୁହାଯାଇପାରିବ। ତତ୍‌ସହିତ ଚାଇନାରୁ ଆସୁଥିବା ବାଣ ବ୍ୟବହାର କରୁଥିବା ଯୋଗୁ ବଗ୍ଗା ଜଣେ ଭାରତ ବିରୋଧୀ ନାଗରିକ ବୋଲି ମଧ୍ୟ ପ୍ରତିପାଦିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?