Posted inଜାତୀୟ

ଚାଇନା ସେନାଙ୍କୁ ଫେରାଇ ଦେଲା ଭାରତ

ନୂଆଦିଲ୍ଲୀ,୧୧ ।୧: ଭାରତୀୟ ସେନା ପୂର୍ବ ଲଦ୍ଦାଖରେ ଶୁକ୍ରବାର ଧରାପଡିଥିବା ‘ପିପଲ୍ସ ଲିବରେଶନ ଆର୍ମି’(ପିଏଲ୍‌ଏ) ସେନାଙ୍କୁ ସୋମବାର ଚାଇନାକୁ ଫେରାଇ ଦେଇଛି । ସେନା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚାଇନା ସେନା ୮ ଜାନୁୟାରୀରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ପାର କରି ଭାରତ ସୀମାକୁ ପ୍ରବେଶ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସେନା ପୂର୍ବ ଲଦ୍ଦାଖରେ ଚୁଲୁଶ-ମାଲଡୋ ସୀମାରେ ପିଏଲ୍‌ଏ ସେନାଙ୍କୁ ସୋମବାର ସକାଳ ପ୍ରାୟ ୧୦ଟାରେ ଚାଇନାକୁ ଫେରାଇ ଦେଇଥିଲେ । ଦୀର୍ଘ ଆଠମାସ ହେବ ଲଦ୍ଦାଖ ସୀମାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ତୁତୁମେମେ ଚାଲିଥିଲେ ବି ଭାରତୀୟ ସେନା ଏହି ସମୟରେ ଚାଇନା ସେନାଙ୍କୁ ଫେରାଇ ଦେଇଥିବା ଆଲୋଚନା ହୋଇଛି । ସୂଚନାଯୋଗ୍ୟ, ଚାଇନା ସେନା ଭାରତୀୟ ସୀମାରେ ପ୍ରବେଶ କରିବା ବେଳେ ଧରାପଡିବାରୁ କହିଥିଲେ କି ସେ ବାଟ ଭୁଲି ଚାଲି ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା କରିବାକୁ ପଡ଼ୁଛି ଅପେକ୍ଷା

ଲକ୍ଷ୍ନୌ, ୮।୪: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲା ଚିନ୍ତାର କାରଣ ପାଲଟିଛି। ସଂକ୍ରମଣର ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଯେଉଁ ଜିଲା...

ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍‌ କ୍ୟୁରୀ ନିଯୁକ୍ତ…

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ...

କରୋନା ଭାଇରସ: ବନ୍ଦ ହେଲା କୁତବ ମିନାର, ଲାଲକିଲ୍ଲା

ନୂଆଦିଲ୍ଲୀ,୧୭।୩: ଚାଇନା ପରେ ଏବେ ଠିକଣା ବଦଳାଇବା ମୁଡରେ ରହିଛି କରୋନା ଭଇରସ। ଏବେ ଏହାର ଠିକଣା ଇଟାଲି କୁହାଯାଉଥିବା ବେଳେ ବିଶ୍ୱର ପ୍ରାୟ ୧୪୫...

ବିଳମ୍ବ ହେଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ...

ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬...

ମୋବାଇଲ ଭ୍ୟାନରେ ପିଆଜ ଯୋଗାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୯: ଦେଶର ଅଧିକାଂଶ ସ୍ଥାନରେ ଏବେ ପିଆଜ କିଲୋ ପିଛା ଦାମ୍‌ ୫୦ ଟଙ୍କା ଛୁଇଁଥିବା ବେଳେ ସାଧାରଣ ଖାଉଟି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।...

ଆଣ୍ଟିଲିୟା ବାହାରେ ଥିବା ବିସ୍ଫୋରକ ଭର୍ତ୍ତି କାର ମାଲିକଙ୍କ ମୃତଦେହ ଉଦ୍ଧାର!

ମୁମ୍ବାଇ,୫ ।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବହୁତଳ ପ୍ରାସାଦ ଆଣ୍ଟିଲିୟା ବାହାରେ ନିକଟରେ ଏକ ବିସ୍ଫୋରକ ଭତ୍ତି ସ୍କାର୍ପିଓକୁ ସନ୍ଦିଗ୍ଧ ଅବସ୍ଥାରେ ଜବତ କରାଯାଇଥିଲା ।...

ବାରଣ ସତ୍ୱେ ବି ଫୁଟିଲା ବାଣ, ବଢିଲା ପରିବେଶ ପ୍ରଦୂଷଣ

ନୂଆଦିଲ୍ଲୀ,୫ ।୧୧: ଦୀପାବଳିରେ ବାଣ ଫୁଟିବ ନାହିଁ । ଯଦି ଫୁଟିବ ତେବେ ତାହା ସବୁଜ ବାଣ ହୋଇଥିବା ଦରକାର । ଏଭଳି ନିୟମ ଲାଗୁ...

Advertisement
Archives

Model This Week