Odisha Elections 2024

ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ…

ଗାଜା,୬।୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସୈନ୍ୟବାହିନୀ ଗାଜା ଷ୍ଟ୍ରିପକୁ କାବୁ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହି ସମୟରେ, ହମାସ ପାଖରେ ଥିବା ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ଇସ୍ରାଏଲ ସେନା ଏକ ବଡ଼ ପର୍ଦ୍ଦାଫାଶ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ସେମାନେ ଗାଜାର ହମାସ ଘାଟିରୁ ବିପୁଳ ମରିମାଣର ଚାଇନାର ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏଥିରେ କ୍ୟୁବିଜେଡ ଆଟାକ ରାଇଫଲ , ଗ୍ରେନେଡ ଏବଂ କ୍ୟୁଏଲଜେଡ ୮୭ ସ୍ବୟଂଚାଳିତ ଗ୍ରେନେଡ ଅନ୍ତର୍ଭୁକ୍ତ। ଏହା ସହିତ ହମାସ ଚାଇନାରୁ ଏମ-୧୬ ରାଇଫଲ ବୁଲେଟ ମଧ୍ୟ ପାଇଛି। ହମାସ ଚାଇନାରୁ ଅନେକ ଉଚ୍ଚ-ବୈଷୟିକ ଗୁପ୍ତଚର ଉପକରଣ ମଧ୍ୟ ପାଇଛି।

ଇସ୍ରାଏଲର ଅନୁସନ୍ଧାନକାରୀମାନେ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛନ୍ତି ଏହି ଉପକରଣଗୁଡ଼ିକ କିପରି ହମାସ ପାଖରେ ପହଞ୍ଚିଛି। ଚାଇନା ସିଧାସଳଖ ହମାସକୁ ଅସ୍ତ୍ର ଯୋଗାଉଛି କି ନାହିଁ ତାହା ଚିନ୍ତା କରାଯାଉଛି। ଇସ୍ରାଏଲର ଗୁପ୍ତଚର ଅଧିକାରୀ କହିଛନ୍ତି ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ କାରଣ ଗାଜା ଯୁଦ୍ଧ ପୂର୍ବରୁ ଚାଇନା ସହ ଆମର ସମ୍ପର୍କ ବହୁତ ଭଲ ଥିଲା। କିନ୍ତୁ ବର୍ତ୍ତମାନ ଆମକୁ ହମାସ ପାଖରୁ ଚାଇନାର ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ପ୍ରଶ୍ନ ହେଉଛି ହମାସ ଏହି ଅସ୍ତ୍ରଗୁଡ଼ିକୁ ସିଧାସଳଖ ଚାଇନାରୁ ଗ୍ରହଣ କରିଛି କି ନାହିଁ।

ଇସ୍ରାଏଲ ଅଧିକାରୀ କହିଛନ୍ତି, ହମାସ ପାଖରୋ ପୂର୍ବରୁ ଏହି ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ଉପକରଣ ନ ଥିଲା। ହମାସ ପାଖରେ ମଧ୍ୟ ସାଂଘାତିକ ବିସ୍ଫୋରକ ସାମଗ୍ରୀ ଥିବା ଦେଖିବାକୁ ମିଳିଛି ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ତାହା ମଧ୍ୟ ବିପୁଳ ପରିମାଣରେ ରହିଛି ।

ହମାସ ଆକ୍ରମଣ ପରେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ମଧ୍ୟ ଚାଇନାର ରାଷ୍ଟ୍ରପତି ଶି ଜନପିଙ୍ଗଙ୍କ ସରକାର ସମର୍ଥନ କରିନାହାନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ଗାଜାରେ ଇସ୍ରାଏଲର କାର୍ଯ୍ୟ ଆତ୍ମରକ୍ଷା ସୀମା ବାହାରେ। ବାସ୍ତବରେ ଚାଇନା ସମଗ୍ର ପଶ୍ଚିମ ଏସିଆରେ ଏହାର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛି ଯାହା ଦ୍ୱ ାରା ଆମେରିକା ପଛରେ ରହିଯିବ। ବିଶେଷଜ୍ଞମାନେ କହିଛନ୍ତି ଏତେ ପରିମାଣରେ ଚାଇନା ଅସ୍ତ୍ରଶସ୍ତ୍ର ଜବତ ହେବା ବେଜିଂର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ମଧ୍ୟ ଆଶଙ୍କା କରାଯାଉଛି ଚାଇନା ଏହି ଅସ୍ତ୍ରଶସ୍ତ୍ରକୁ ଇରାନ ମାଧ୍ୟମରେ ହମାସକୁ ବିକ୍ରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri