ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ,୬।୧: ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ।

ଭାୟକମ୍ ୧୮ ଏବଂ ନେଟୱାର୍କ ୧୮ ର ଡିଷ୍ଟ୍ରିବ୍ୟୁସନ ବିଭାଗ ଏହାର ଚ୍ୟାନେଲଗୁଡିକର ଦରକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ କି ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ମୂଲ୍ୟ ୯ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛି। ସୋନି ଚ୍ୟାନେଲ ମୂଲ୍ୟକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି। ଯେତେବେଳେ କି ଡ଼ିଜିନି ଷ୍ଟାର ବୃଦ୍ଧି ବିଷୟରେ ସୂଚନା ଦେଇନାହିଁ।

ପ୍ରସାରଣକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ବର୍ଦ୍ଧିତ ହାର ଫେବୃଆରୀ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ, ପ୍ରସାରଣକାରୀମାନେ ଘୋଷଣା ହେବାର ୩୦ ଦିନ ପରେ ହିଁ ନୂତନ ହାର କାର୍ୟ୍ୟକାରୀ କରିପାରିବେ।

୨୦୨୪ ହେଉଛି ଏକ ନିର୍ବାଚନ ବର୍ଷ। ଏଭଳି ପରିସ୍ଥିତିରେ, ଟେଲିକମ ରେଗୁଲେଟରି ଅଥରିଟି ଇଣ୍ଡିଆ(TRAI) ଟିଭି ଚ୍ୟାନେଲର ମୂଲ୍ୟ ବଢ଼ାଇ ସାଧାରଣ ଲୋକଙ୍କୁ ରଗାଇବାକୁ କରିବାକୁ ଚାହୁଁନାହିଁ। ଭାୟାକମ୍ ୧୮ ଏହାର ଚ୍ୟାନେଲର ହାରକୁ ସର୍ବାଧିକ ବୃଦ୍ଧି କରିଛି କାରଣ ଚଳିତ ବର୍ଷ କମ୍ପାନୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଡିଜିଟାଲ୍ ଅଧିକାର, ବିସିସିଆଇ ମିଡିଆ ଅଧିକାର, କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମିଡିଆ ଅଧିକାର ଏବଂ ଅଲିମ୍ପିକ୍ସ ୨୦୨୪ ଭଳି ଅନେକ ପ୍ରମୁଖ କାର୍ଯ୍ୟକ୍ରମର ଅଧିକାର କ୍ରୟ କରିଛି। ଏଥିପାଇଁ କମ୍ପାନୀ ୩୪,୦୦୦ କୋଟି ଟଙ୍କା ବିନିଯୋଗ କରିଛି। ଚ୍ୟାନେଲଗୁଡିକର ହାର ବୃଦ୍ଧି କରି କମ୍ପାନୀ ଏହି ରାଶି କ୍ଷତିପୂରଣ ଭରିବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଡ଼ିଜିନି ଚଳିତ ବର୍ଷର ଆଇସିସିର ଅଧିକାର ହାସଲ କରିଛି। ଏଭଳି ପରିସ୍ଥିତିରେ କମ୍ପାନୀ ବର୍ଦ୍ଧିତ ହାର ମାଧ୍ୟମରେ ଏହାର ପରିମାଣ କ୍ଷତିପୂରଣ ଭରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର...

ଏଏପିକୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ...

ଏହି ଦିନ ନାମାଙ୍କନପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି: ବିଶେଷ ମୂହୁର୍ତ୍ତ ସହ ରହିଛି ଏଭଳି ସଂଯୋଗ !

ନୂଆଦିଲ୍ଲୀ,୩୦।୪: ଭାରତୀୟ ଜନତା ପାର୍ଟି(ଭାଜପା) ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ଣ୍ଣ ଶକ୍ତି ସହିତ ନାମାଙ୍କନ ଭରିିବେ। ଏକ ବିଶେଷ ସମୟରେ ଏହି ନାମାଙ୍କନ ପ୍ରକ୍ରିୟା...

ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ; ଆଡମିରାଲ ଦୀନେଶ ତ୍ରିପାଠୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୩୦।୪: ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର...

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ବେଙ୍ଗାଲୁରୁ,୩୦।୪: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା...

୩ କୋଟି ମହିଳାଙ୍କୁ କରିବି ଲକ୍ଷପତି ଦିଦି…୬୦ ବର୍ଷ ବନାମ ୧୦ ବର୍ଷ: କଂଗ୍ରେସ ଉପରେ ବର୍ଷିଲେ ମୋଦି

ମୁମ୍ବାଇ,୩୦।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri