ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ। ଭଗବାନଙ୍କ ପରି ହେବାକୁ ବିଶ୍ୱାସ କରୁଥିଲେ। ଏହାର ମୁଖ୍ୟ କାରଣ ଥିଲା ଡ. ଦ୍ୱାରିକାନାଥ କୋଟନିସ୍‌। ଯାହାଙ୍କ ଚିକିତ୍ସା ହେତୁ ହଜାର ହଜାର ଚାଇନା ସୈନିକ ଏବଂ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ହୋଇଥିଲା।

ଚାଇନାରେ ଯୁଦ୍ଧ ସମୟରେ ସୈନିକ ଏବଂ ଆହତ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ଅଭାବ ଦେଖାଦେଇଥିଲା। ତା’ପରେ ଭାରତର ପାଞ୍ଚଜଣିଆ ଡାକ୍ତର ଟିମ୍‌ ଚାଇନାକୁ ପଠାଯାଇଥିଲା। ଯାହାଫଳରେ ରୋଗୀମାନେ ଚିକିତ୍ସିତ ହୋଇଥିଲେ। ସେଠାରେ ଡକ୍ଟର ଦ୍ୱାରିକାନାଥ ୨୦୦୦ରୁ ଅଧିକ ଲୋକଙ୍କ ସର୍ଜରୀ କରାଇଥିଲେ। ଏହା ପରେ ଚାଇନାରେ ଡକ୍ଟର କୋଟନିସ ଏବଂ ଭାରତୀୟମାନଙ୍କ ପାଇଁ ଏକ ଭଲ ଭାବନା ସୃଷ୍ଟି ହୋଇଥିଲା।

ମହାରାଷ୍ଟ୍ରର ସୋଲାପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଡା. ଦ୍ୱାରିକାନାଥ କୋଟନିସ୍‌ ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ କୋଟନିସ ବମ୍ବେ ବିଶ୍ୱବିଦ୍ୟାଳୟର ଜିଏସ୍‌ ମେଡିକାଲ କଲେଜରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରିଥିଲେ। ଯେତେବେଳେ ସେ ତାଙ୍କର ଡକ୍ଟରେଟ ଡିଗ୍ରୀ କରୁଥିଲେ, ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା, ଯାହା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା।

୧୯୩୮ ମସିହାରେ ଚାଇନା ଏବଂ ଜାପାନ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଜାପାନୀ ସୈନିକମାନେ ଚାଇନାରେ ଅନୁପ୍ରବେଶ କରିଥିଲେ। ସେତେବେଳେ ଚାଇନାରେ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ଅଭାବ ଦେଖାଦେଇଥିଲା। ଚାଇନାରେ ଏପରି କେହି ନ ଥିଲେ ଯିଏ ଲୋକଙ୍କୁ ଭଲ କରିପାରିବ। ଏହା ପରେ ଚାଇନା ନେତା ଜୁ ଦେ ଭାରତୀୟ ଜାତୀୟ କଂଗ୍ରେସର ସାହାଯ୍ୟ ଲୋଡ଼ିଥିଲେ। ସେତେବେଳେ ଜବାହରଲାଲ୍‌ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷ ୫ ଡାକ୍ତରଙ୍କ ଏକ ଦଳ ଚାଇନା ପଠାଇଥିଲେ। ଏଥିରେ କୋଟନିସ୍‌ ମଧ୍ୟ ଥିଲେ।

କୋଟନିସ୍‌ ସେତେବେଳେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଚାଇନାବାସୀ ତାଙ୍କୁ ଭଗବାନ ପରି ମାନୁଥିଲେ। ଏପରିକି ଉତ୍ତର ଚାଇନାର ଏକ ମେଡିକାଲ କଲେଜ ବାହାରେ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥର୍‌ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ

ଜୟପୁର, ୨୨।୧୦: ରାଜସ୍ଥାନ ଥର୍‌ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍‌ ନିକଟରେ ଷ୍ଟୋନ୍‌ ଏଜ୍‌ ସମୟରେ ନଦୀ ପ୍ରବାହିତ ହେଉଥିଲା।...

ଭାଜପାକୁ ଟାର୍ଗେଟ କଲା ଶିବସେନା: ଚିରାଗଙ୍କୁ ଆଣି ନୀତିଶଙ୍କୁ ହରାଇବା ହିଁ ମୁଖ୍ୟ ରାଜନୀତି !

ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ...

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ...

୨ ଖବରଦାତାଙ୍କୁ ମିଳିଲା ଜାମିନ

ଅଗରତାଲା, ୧୫।୧୧: ତ୍ରିପୁରା ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଉତ୍ତେଜନା ସୃଷ୍ଟିକାରୀ ଖବର ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ୨ ମହିଳା ଖବରଦାତାଙ୍କୁ ସୋମବାର ତ୍ରିପୁରାର...

ଜଣେ ମହିଳାଙ୍କୁ ୪ଥର ବିବାହ, ୩ ଥର ଛାଡପତ୍ର ଦେଲେଣି ଏହି ବ୍ୟକ୍ତି: କାରଣ ଜାଣିଲେ…

ପ୍ରାୟତଃ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହକୁ ନେଇ ତାଇପେଇରୁ ଏକ ଭିନ୍ନ ମାମଲା...

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।...

ରାଜସ୍ଥାନରୁ ପ୍ରଥମ ଡେଲ୍ଟା ପ୍ଲସ୍‌ ଭାରାଆଣ୍ଟ ରୋଗୀ ଚିହ୍ନଟ

ଜୟପୁର,୨୬।୬: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଦେଶର ଅନେକ ରାଜ୍ୟରେ ଏବେ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ମାମଲା ସାମ୍ନାକୁ ଆସୁଛି।...

Advertisement
Archives

Model This Week