ବେଜିଂ, ୨୩।୧: ଚାଇନା ଏଭରଗ୍ରାଣ୍ଡ ଗ୍ରୁପ୍ର ଚେୟାରମ୍ୟାନ୍ ହୁଇ କା ୟାନ୍ଙ୍କୁ ନିଜ ସମ୍ପତ୍ତିର ୯୩% ହରାଇବାକୁ ପଡ଼ିଛି। ହୁଇଙ୍କ ସମ୍ପତ୍ତି ୪୨ ବିଲିୟନ୍ ଡଲାରରୁ ବର୍ତ୍ତମାନ ୩ ବିଲିୟନ୍ ଡଲାରରେ ଯାଇ ପହଞ୍ଚିଛି। ପୂର୍ବରୁ ଏସିଆର ସବୁଠୁ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ ହୁଇ।
୨୦୨୧ରୁ ଚାଇନାର ବୃହତ୍ ରିୟଲଇଷ୍ଟେଟ୍ କମ୍ପାନୀ ଏଭରଗ୍ରାଣ୍ଡ ଗ୍ରୁପ୍ କ୍ଷତିରେ ଚାଲିଆସୁଥିବା କୁହାଯାଉଛି। ତେବେ ନିଜ କମ୍ପାନୀକୁ ବଞ୍ଚାଇବା ଉଦ୍ଦେଶ୍ୟରେ ହୁଇ ତାଙ୍କ ଘରଠାରୁ ଆରମ୍ଭ କରି ପ୍ରାଇଭେଟ୍ ଜେଟ୍ ପର୍ଯ୍ୟନ୍ତ ସବୁ ବିକ୍ରି କରିଦେଇଛନ୍ତି। ତେବେ ସମ୍ପତ୍ତି କମିବା ଯୋଗୁ ଖାଲି ବ୍ୟବସାୟ ନୁହେଁ, ହୁଇଙ୍କ ରାଜନୈତିକ କ୍ୟାରିୟର୍ ମଧ୍ୟ ସଙ୍କଟରେ ପଡ଼ିଯାଇଛି।
ଚାଇନିଜ୍ ପିପୁଲ୍ସ ପଲିଟିକାଲ୍ କନ୍ସଲଟେଟିଭ୍ କନ୍ଫରେନ୍ସ (ସିପିପିସିସି)ରୁ ହୁଇ ବାଦ୍ ପଡ଼ିଛନ୍ତି। କେତେଜଣ ରାଜନେତା ଏବଂ ଧନୀ ବ୍ୟବସାୟୀଙ୍କୁ ନେଇ ସିପିପିସିସି ରାଜନୈତିକ ଦଳ ଗଠନ କରାଯାଇଛି। ଗତବର୍ଷ ଦଳର ବାର୍ଷିକ ସମ୍ମିଳନୀରେ ହୁଇଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାବେଳେ ଚଳିତବର୍ଷ ଦଳର ସଦସ୍ୟଙ୍କ ତାଲିକାରୁ ତାଙ୍କ ନାଁ ସାମିଲ କରାଯାଇ ନ ଥିବା କୁହାଯାଉଛି।