୯୩% ସମ୍ପତ୍ତି ହରାଇଛନ୍ତି ଚାଇନା ବିଲିୟନେୟାର ହୁଇ କା ୟାନ୍‌

ବେଜିଂ, ୨୩।୧: ଚାଇନା ଏଭରଗ୍ରାଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ହୁଇ କା ୟାନ୍‌ଙ୍କୁ ନିଜ ସମ୍ପତ୍ତିର ୯୩% ହରାଇବାକୁ ପଡ଼ିଛି। ହୁଇଙ୍କ ସମ୍ପତ୍ତି ୪୨ ବିଲିୟନ୍‌ ଡଲାରରୁ ବର୍ତ୍ତମାନ ୩ ବିଲିୟନ୍‌ ଡଲାରରେ ଯାଇ ପହଞ୍ଚିଛି। ପୂର୍ବରୁ ଏସିଆର ସବୁଠୁ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ ହୁଇ।

୨୦୨୧ରୁ ଚାଇନାର ବୃହତ୍‌ ରିୟଲଇଷ୍ଟେଟ୍‌ କମ୍ପାନୀ ଏଭରଗ୍ରାଣ୍ଡ ଗ୍ରୁପ୍‌ କ୍ଷତିରେ ଚାଲିଆସୁଥିବା କୁହାଯାଉଛି। ତେବେ ନିଜ କମ୍ପାନୀକୁ ବଞ୍ଚାଇବା ଉଦ୍ଦେଶ୍ୟରେ ହୁଇ ତାଙ୍କ ଘରଠାରୁ ଆରମ୍ଭ କରି ପ୍ରାଇଭେଟ୍‌ ଜେଟ୍‌ ପର୍ଯ୍ୟନ୍ତ ସବୁ ବିକ୍ରି କରିଦେଇଛନ୍ତି। ତେବେ ସମ୍ପତ୍ତି କମିବା ଯୋଗୁ ଖାଲି ବ୍ୟବସାୟ ନୁହେଁ, ହୁଇଙ୍କ ରାଜନୈତିକ କ୍ୟାରିୟର୍‌ ମଧ୍ୟ ସଙ୍କଟରେ ପଡ଼ିଯାଇଛି।

ଚାଇନିଜ୍‌ ପିପୁଲ୍ସ ପଲିଟିକାଲ୍‌ କନ୍‌ସଲଟେଟିଭ୍‌ କନ୍‌ଫରେନ୍ସ (ସିପିପିସିସି)ରୁ ହୁଇ ବାଦ୍‌ ପଡ଼ିଛନ୍ତି। କେତେଜଣ ରାଜନେତା ଏବଂ ଧନୀ ବ୍ୟବସାୟୀଙ୍କୁ ନେଇ ସିପିପିସିସି ରାଜନୈତିକ ଦଳ ଗଠନ କରାଯାଇଛି। ଗତବର୍ଷ ଦଳର ବାର୍ଷିକ ସମ୍ମିଳନୀରେ ହୁଇଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାବେଳେ ଚଳିତବର୍ଷ ଦଳର ସଦସ୍ୟଙ୍କ ତାଲିକାରୁ ତାଙ୍କ ନାଁ ସାମିଲ କରାଯାଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

କାହିଁକି ଭାଜପା ଛାଡିଲେ ଆନ୍ନାମଲାଇ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ କେ. ଆନ୍ନାମଲାଇ ଏବଂ ଭାଜପା ଅଲଗା ହୋଇଯାଇଛନ୍ତି; ଭାଜପା ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛି। ଭାଜପାରୁ ଅଲଗା ହେବା ପରେ ତୁରନ୍ତ ଆନ୍ନାମଲାଇ ଘୋଷଣା…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ଆନ୍ନାମଲାଇ ଦଳ ଛାଡିବା ପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା, କହିଲା ସେ ଦଳ ଛାଡିଲେ କିଛି…

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ଅନ୍ୟତମ ପ୍ରମୁଖ ନେତା କେ. ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦିନକର କଳ୍ପନାଜଳ୍ପନା ପରେ, ଭାଜପା ଶୁକ୍ରବାର ତାଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri