Posted inଜାତୀୟ

ଅରୁଣାଚଳକୁ ନେଇ ଚାଇନାର ଦାଦାଗିରି

ନୂଆଦିଲ୍ଲୀ, ୧୪ା୧୦: ବିସ୍ତାରବାଦୀ ଚିନ୍ତାଧାରା ରଖି ଦାଦାଗିରି ଦେଖାଇବାରେ ଲାଗିଛି ଚାଇନା। ଭାରତ ସୀମାରେ ବେଆଇନ ପ୍ରବେଶକୁ ନେଇ ଉଭୟ ଦେଶର ସୈନ୍ୟ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଲଦାଖ ସୀମାରେ ବିବାଦ ସମାଧାନ ପାଇଁ କମାଣ୍ଡସ୍ତରୀୟ ବୈଠକ ବସୁଛି। ହେଲେ ସ୍ଥିରତା ବଜାୟ ମନୋବୃତ୍ତି ଚାଇନାର ନ ଥିବାରୁ ଆଲୋଚନା ବିଫଳ ହେଉଛି। ଏ ସବୁ ଭିତରେ ଅରୁଣାଚଳ ପ୍ରଦେଶକୁ ନେଇ ବେଜିଂ ପୁଣି ବିବାଦ ଆରମ୍ଭ କରିଛି। ନିକଟରେ ଭାରତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବୁଧବାର ଚାଇନା ବିରୋଧ କରିଛି। ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚାଇନା ମାନ୍ୟତା ଦିଏ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜାନ କହିଛନ୍ତି। ଏହାର କଡ଼ା ଜବାବ ଦେଇଛି ଭାରତ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଏବଂ ଅବିଭାଜ୍ୟ ଅଙ୍ଗ। ଦେଶର ଅନ୍ୟ ଅଞ୍ଚଳକୁ ଗସ୍ତ କରିବା ପରି ଅରୁଣାଚଳକୁ ମଧ୍ୟ ନେତାମାନେ ଯାଉଛନ୍ତି। ଭାରତୀୟ ପ୍ରତିନିଧି ଭାରତର ଅଞ୍ଚଳକୁ ଯିବାକୁ ବିରୋଧ କରିବା ଅର୍ଥହୀନ। ବେଜିଂ ଏ ନେଇ କୌଣସି ଭୁଲଧାରଣା ନ ପାଳୁ ବୋଲି ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟ ଜବାବ ରଖିଛି।
୯ ତାରିଖରେ ଉପରାଷ୍ଟ୍ରପତି ନାଇଡୁ ଅରୁଣାଚଳ ପ୍ରଦେଶ ଗସ୍ତ କରି ରାଜ୍ୟ ବିଧାନସଭାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦଶନ୍ଧି ଧରି ଅବହେଳିତ ରହିଥିବା ଉତ୍ତର-ପୂର୍ବାଞ୍ଚଳରେ ବିକାଶର ଗତି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ। ନାଇଡୁଙ୍କ ଏହି ଗସ୍ତକୁ ଚାଇନା ବିରୋଧ କରିଛି। ସୀମା ସମସ୍ୟାକୁ ଜଟିଳ କଲାଭଳି କାମ ଭାରତ ବନ୍ଦ କରୁ ବୋଲି ଚାଇନା କହିଛି। ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଚାଇନାର ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଚାଇନା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରିବା ଯୋଗୁ ଭାରତ-ଚାଇନା ସୀମାର ପଶ୍ଚିମ ସେକ୍ଟରରେ ବିବାଦ ଉପୁଜୁଛି। ସେହିପରି ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ନେଇ ଚାଇନା ଏକପାଖିଆ ଭାବେ ନିଜ ହିସାବରେ ସ୍ଥିତି ବଦଳାଇବାକୁ ଉଦ୍ୟମ କରୁଛି। ତେଣୁ ପୂର୍ବ ଲଦାଖ ବିବାଦ ସମେତ ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ଏବଂ ଦ୍ୱିପାକ୍ଷିକ ଚୁକ୍ତି ଓ ପ୍ରୋଟୋକଲକୁ ସମ୍ମାନ ଜଣାଇ ଚାଇନା ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିବ ବୋଲି ଆଶା ରହିଥିବା ବାଗ୍‌ଚୀ କହିଛନ୍ତି।
ଭାରତ-ଚାଇନା ମଧ୍ୟରେ ୩,୪୮୮ କିଲୋମିଟରକୁ ନେଇ ସୀମା ବିବାଦ ଲାଗିରହିଛି। ଅରୁଣାଚଳ ପ୍ରଦେଶକୁ ଭାରତର ନୁହେଁ ବରଂ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରିଆସୁଛି। ଅକ୍ସାଇ ଚୀନରେ ଚାଇନା ବେଆଇନ ଭାବେ ୩୮ ହଜାର ବର୍ଗକିଲୋମିଟର ଜାଗା ମାଡ଼ି ବସିଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୯।୬: ସ୍ବିସ୍‌ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍‌ର ସେଣ୍ଟ୍ରାଲ୍‌ ବ୍ୟାଙ୍କ ପକ୍ଷରୁ...

ଲାଲୁଙ୍କୁ ମିଳିଲା ନାହିଁ ଜାମିନ

ରାଞ୍ଚି,୨୭ ।୧୧: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଛି । ଏହି ସମୟରେ ଲାଲୁଙ୍କ ଓକିଲ ସିବିଆଇର...

ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର

ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ...

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ।...

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି।...

ଚାଇନାକୁ ଆଇନା ଦେଖାଇଲେ ଦଲାଇ ଲାମା, ପଡୋଶୀଙ୍କୁ ଧ୍ୱଂସ କରିବାରେ ଲାଗିଛି ଚାଇନା…

ଗୁରୁଗ୍ରାମ,୨୧।୧୨ : ଭାରତ ସହ ଚାଇନା ସୀମା ବିବାଦ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହି ସମୟରେ, ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ବର୍ତ୍ତମାନ...

ଭିକ୍ଷାବୃତ୍ତିକୁ ନିଷିଦ୍ଧ ଘୋଷଣା କରିଥିବା ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୦।୦୨: ବିଭିନ୍ନ ରାଜ୍ୟରେ ଭିକ୍ଷାବୃତ୍ତିକୁ ବେଆଇନ କରାଯାଇଛି। ଏ ସମ୍ପର୍କରେ ଦାଖଲ କରାଯାଇଥିବା ଏକ ଯାଚିକାର ଶୁଣାଣି କରିବାକୁ ରାଜି ହୋଇଯାଇଛନ୍ତି ସୁପ୍ରିମକୋର୍ଟ। ଅଶୋକ ଭୂଷଣ...

ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ କିଣା ଯାଇଥିବା ୮୦ ଭେଣ୍ଟିଲେଟର ମଧ୍ୟରୁ ୭୧ ଅକାମି…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ପିଏମ୍‌ କେୟାର୍ସ ଫଣ୍ଡ୍‌ର କାର୍ଯ୍ୟକାରିତା ଉପରେ ବିରୋଧୀ...

Advertisement
Archives

Model This Week