Posted inଜାତୀୟ

ରକ୍‌ ଅଫ୍‌ ପିସ୍‌ ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୧।୧୧: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛିି। ନିକଟରେ, ଚାରି ସପ୍ତାହ ପୂର୍ବରୁ ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ରେ ଭାରତୀୟ ଏବଂ ଚୀନ ସାମରିକ ପାଟ୍ରୋଲିଂ ଘଣ୍ଟା ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ।

ସୂଚନାନୁସାରେ, ଏହି ବିବାଦର ମୁଖ୍ୟ କାରଣ ହେଉଛି ଚାଇନା ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ୍‌ ଉଚ୍ଚରେ ଥିବା ରକ୍‌ ଅଫ୍‌ ପିସ୍‌କୁ ନିଜ ଦଖଲକୁ ନେବାକୁ ଷଡ଼ଯନ୍ତ୍ର ରଚିଛି। ଉଚ୍ଚ ଶିଖରରେ ଅବସ୍ଥିତ ଏହି ପୋଷ୍ଟକୁ କାବୁ କରିବାକୁ ଉଦ୍ୟମ ଦ୍ୱାରା ସୀମାର ଉଭୟ ପାର୍ଶ୍ୱରେ ଉତ୍ତେଜନା ଦେଖାଦେଇଛି। ରଣନୈତିକ ଗୁରୁତ୍ୱ ଦୃଷ୍ଟିକୋଣରୁ, ଏହି ଶିଖରର ବିଶେଷ ଗୁରୁତ୍ୱ ରହିଛି କାରଣ ଏହି ଶିଖରରୁ ଶତ୍ରୁମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହଜ।

ସାମ୍ପ୍ରତିକ ଉତ୍ତେଜନା ସମୟରେ ଚାଇନାର ପିଏଲ୍‌ଏ ତାୱାଙ୍ଗର ୩୫ କିଲୋମିଟର ଉତ୍ତର-ପୂର୍ବରେ ୟାଙ୍ଗସେ ନାମକ ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପିଏଲ୍‌ଏ ପାଟ୍ରୋଲିଂ ପାଇଁ ଏହି ପାହାଡ଼ର ଶୀର୍ଷକୁ ଯାଇଥିବା ଭାରତୀୟ ସେନାର ଗୋଟିଏ ରୁଟର ନିକଟତର ହୋଇଥିଲା। କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହି ଉଦ୍ୟମକୁ ବାଧା ଦିଆଯାଇଥିଲା।

ବର୍ତ୍ତମାନ ଏହି ଅଞ୍ଚଳ ବରଫ ରେ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ ହୋଇଛି ଏବଂ ଏହା ସ୍ଥିତି ମାର୍ଚ୍ଚ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି । ଉଭୟ ଭାରତୀୟ ସେନା ଏବଂ ଚାଇନାର ପିଏଲ୍‌ଏର ସୈନିକ ୟାଙ୍ଗଜେ ଅଞ୍ଚଳର ଉଭୟ ପାର୍ଶ୍ୱରେ ପ୍ରାୟ ୩୦୦୦-୩,୫୦୦ ସୈନ୍ୟ ମୁତୟନ କରିଛନ୍ତି। ଏହା ସହିତ ମାନବ ବିହୀନ ବିମାନ ଏବଂ ଅନ୍ୟ ଯାନଗୁଡ଼ିକୁ ମଧ୍ୟ ମହଜୁଦ୍‌ ରଖିଛନ୍ତି।

ପାଟ୍ରୋଲିଂ ପାଇଁ ଉଭୟ ପାର୍ଶ୍ୱରେ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ରେଳ ଟ୍ରାକର ନେଟୱାର୍କ ରହିଛି। ୧୭ ହଜାର ଫୁଟରେ ଅବସ୍ଥିତ ଏହି ଶିଖରଟି ଏଲ୍‌ଏସିରେ ତିବ୍ଦତର ଏକ କମାଣ୍ଡିଂ ଦୃଶ୍ୟ ପ୍ରଦାନ କରିବାକୁ ସକ୍ଷମ। ଏହା ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୟାଙ୍ଗଜେ ଅଞ୍ଚଳ ଏକ ବ୍ୟାପକ ଅଞ୍ଚଳର ଅଂଶ। ଏହାକୁ ସୈନ୍ୟମାନେ ’ମାଗୋ-ଚୁନା’ କୁହନ୍ତି। ନୁରାନଙ୍ଗ ନଦୀ ଭାରତରେ ତିବ୍ଦତରୁ ପ୍ରବେଶ କରୁଥିବା ପର୍ବତ ନିକଟରେ ଏହି ଶିଖର ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri