Posted inଜାତୀୟ

ରକ୍‌ ଅଫ୍‌ ପିସ୍‌ ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୧।୧୧: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛିି। ନିକଟରେ, ଚାରି ସପ୍ତାହ ପୂର୍ବରୁ ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ରେ ଭାରତୀୟ ଏବଂ ଚୀନ ସାମରିକ ପାଟ୍ରୋଲିଂ ଘଣ୍ଟା ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ।

ସୂଚନାନୁସାରେ, ଏହି ବିବାଦର ମୁଖ୍ୟ କାରଣ ହେଉଛି ଚାଇନା ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ୍‌ ଉଚ୍ଚରେ ଥିବା ରକ୍‌ ଅଫ୍‌ ପିସ୍‌କୁ ନିଜ ଦଖଲକୁ ନେବାକୁ ଷଡ଼ଯନ୍ତ୍ର ରଚିଛି। ଉଚ୍ଚ ଶିଖରରେ ଅବସ୍ଥିତ ଏହି ପୋଷ୍ଟକୁ କାବୁ କରିବାକୁ ଉଦ୍ୟମ ଦ୍ୱାରା ସୀମାର ଉଭୟ ପାର୍ଶ୍ୱରେ ଉତ୍ତେଜନା ଦେଖାଦେଇଛି। ରଣନୈତିକ ଗୁରୁତ୍ୱ ଦୃଷ୍ଟିକୋଣରୁ, ଏହି ଶିଖରର ବିଶେଷ ଗୁରୁତ୍ୱ ରହିଛି କାରଣ ଏହି ଶିଖରରୁ ଶତ୍ରୁମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହଜ।

ସାମ୍ପ୍ରତିକ ଉତ୍ତେଜନା ସମୟରେ ଚାଇନାର ପିଏଲ୍‌ଏ ତାୱାଙ୍ଗର ୩୫ କିଲୋମିଟର ଉତ୍ତର-ପୂର୍ବରେ ୟାଙ୍ଗସେ ନାମକ ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପିଏଲ୍‌ଏ ପାଟ୍ରୋଲିଂ ପାଇଁ ଏହି ପାହାଡ଼ର ଶୀର୍ଷକୁ ଯାଇଥିବା ଭାରତୀୟ ସେନାର ଗୋଟିଏ ରୁଟର ନିକଟତର ହୋଇଥିଲା। କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହି ଉଦ୍ୟମକୁ ବାଧା ଦିଆଯାଇଥିଲା।

ବର୍ତ୍ତମାନ ଏହି ଅଞ୍ଚଳ ବରଫ ରେ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ ହୋଇଛି ଏବଂ ଏହା ସ୍ଥିତି ମାର୍ଚ୍ଚ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି । ଉଭୟ ଭାରତୀୟ ସେନା ଏବଂ ଚାଇନାର ପିଏଲ୍‌ଏର ସୈନିକ ୟାଙ୍ଗଜେ ଅଞ୍ଚଳର ଉଭୟ ପାର୍ଶ୍ୱରେ ପ୍ରାୟ ୩୦୦୦-୩,୫୦୦ ସୈନ୍ୟ ମୁତୟନ କରିଛନ୍ତି। ଏହା ସହିତ ମାନବ ବିହୀନ ବିମାନ ଏବଂ ଅନ୍ୟ ଯାନଗୁଡ଼ିକୁ ମଧ୍ୟ ମହଜୁଦ୍‌ ରଖିଛନ୍ତି।

ପାଟ୍ରୋଲିଂ ପାଇଁ ଉଭୟ ପାର୍ଶ୍ୱରେ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ରେଳ ଟ୍ରାକର ନେଟୱାର୍କ ରହିଛି। ୧୭ ହଜାର ଫୁଟରେ ଅବସ୍ଥିତ ଏହି ଶିଖରଟି ଏଲ୍‌ଏସିରେ ତିବ୍ଦତର ଏକ କମାଣ୍ଡିଂ ଦୃଶ୍ୟ ପ୍ରଦାନ କରିବାକୁ ସକ୍ଷମ। ଏହା ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୟାଙ୍ଗଜେ ଅଞ୍ଚଳ ଏକ ବ୍ୟାପକ ଅଞ୍ଚଳର ଅଂଶ। ଏହାକୁ ସୈନ୍ୟମାନେ ’ମାଗୋ-ଚୁନା’ କୁହନ୍ତି। ନୁରାନଙ୍ଗ ନଦୀ ଭାରତରେ ତିବ୍ଦତରୁ ପ୍ରବେଶ କରୁଥିବା ପର୍ବତ ନିକଟରେ ଏହି ଶିଖର ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଲାଗି ଏନ୍‌ସିଇଆର୍‌ଟିର ପ୍ରସ୍ତାବ

ନୂଆଦିଲ୍ଲୀ, ୯।୪: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଲାଗି...

ଆତଙ୍କବାଦୀ ଶିବିରକୁ ସେନାର ଟାର୍ଗେଟ

ନୂଆଦିଲ୍ଲୀ,୧୧ା୪: ଘାତକ ମହାମାରୀ କରୋନା ବିରୋଧରେ ଦେଶବାସୀ ଲଢ଼େଇ କରୁଥିବାବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମ ମହଙ୍ଗା ପଡ଼ିଛି। ଭାରତୀୟ ସେନା ଶୁକ୍ରବାର ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା...

ଆସାମରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ଥିବାବେଳେ ମୋଦି ଟୁଇଟ୍‌ କରିଛନ୍ତି କାହା ପାଇଁ: କଂଗ୍ରେସ

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ...

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ: ୪ ମୃତ ୬୪ରୁ ଅଧିକ ଆହତ

ଭଦୋହି,୩ ।୧୦: ଉତ୍ତର ପ୍ରଦେଶ ଭଦୋହିର ଓରାଇ କୋତୱାଲିଠାରୁ କିଛି ଦୂରରେ ଥିବା ଏକତା ଦୁର୍ଗା ପୂଜା ପେଣ୍ଡାଲରେ ରବିବାର ରାତି ପ୍ରାୟ ୮ଟାରେ ଆରତି...

ଶ୍ରୀଲଙ୍କା ସଙ୍କଟ: କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୮ା୭: ଶ୍ରୀଲଙ୍କାରେ ଉପୁଜିଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ସଂସଦୀୟ...

ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି

ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ...

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌...

କୋଭିଡ କାଳରେ ଧନୀ ମାଲାମାଲ୍‌

ନୂଆଦିଲ୍ଲୀ,୨୦।୯: କୋଭିଡ-୧୯ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଯାଇଛି। ଏପଟେ ସଙ୍କଟ ସମୟରେ ମଧ୍ୟ ଅତିଧନୀଙ୍କ ସମ୍ପତ୍ତି ଲଗାତର ବଢ଼ିଚାଲିଛି। ଲୋକମାନେ...

Advertisement
Archives

Model This Week