Posted inଜାତୀୟ

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩ କୋଟି ୩୬ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏଭଳିସ୍ଥଳେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)ର ବୈଜ୍ଞାନିକମାନେ ଚାଇନାରେ ରୋଗ ସୃଷ୍ଟି କରିଥିବା ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି, ଯାହାଦ୍ୱାରା ଭାରତରେ ରୋଗ ବ୍ୟାପିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି। ଉକ୍ତ ଭାଇରସ୍‌ ନାମ ହେଲା ‘କ୍ୟାଟ୍‌ କ୍ୟୁ ଭାଇରସ୍‌(ସିକ୍ୟୁଭି)’। ଏହାଦ୍ୱାରା ଲୋକେ ଜ୍ୱର ସଂକ୍ରାନ୍ତ ଅସୁସ୍ଥତା ଏବଂ ମସ୍ତିଷ୍କ ପ୍ରଦାହରେ ପୀଡ଼ିତ ହୋଇଥାନ୍ତି। ଶିଶୁମାନେ ମଧ୍ୟ ମସ୍ତିଷ୍କ ପ୍ରଦାହରେ ଆକ୍ରାନ୍ତ ହୋଇଥାନ୍ତି। କରୋନା ସମୟରେ ଯଦି ସିକ୍ୟୁଭି ଜନିତ ରୋଗ ବ୍ୟାପିଯାଏ ତା’ହେଲେ ସ୍ଥିତି ଅଧିକ ସଙ୍ଗିନ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପୁଣେସ୍ଥିତ ଆଇସିଏମ୍‌ଆର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)ର ୭ ଜଣ ଗବେଷକଙ୍କ ଅନୁଯାୟୀ, ଏହି ଭୂତାଣୁ ଚାଇନା ଓ ଭିଏତନାମର କ୍ୟୁଲେକ୍ସ ମଶା ଏବଂ ଘୁଷୁରି ଦେହରେ ଚିହ୍ନଟ କରାଯାଇଛି। ଭାରତରେ ସମାନ ପ୍ରକାରର କ୍ୟୁଲେକ୍ସ ମିଶା ରହିଥିବାରୁ କ୍ୟାଟ୍‌ କ୍ୟୁ ଭାଇରସ୍‌ ଜନିତ ରୋଗ ବ୍ୟାପିପାରେ ବୋଲି ସେମାନେ କହିଛନ୍ତି।
ଏନ୍‌ଆଇଭିର ଗବେଷକମାନେ ବିଭିନ୍ନ ଭାରତୀୟ ରାଜ୍ୟରୁ ନିଆଯାଇଥିବା ୮୮୩ ମାନବ ସେରମ୍‌ ନମୁନା ମଧ୍ୟରୁ ଦୁଇଟିରେ ଏହି ଭୂତାଣୁଙ୍କ ପାଇଁ ଆଣ୍ଟିବଡି ପାଇଥିଲେ। ଏହା ସୂଚାଇ ଦିଏ ଯେ, ଲୋକମାନେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିଲେ। କିନ୍ତୁ ଅନୁସନ୍ଧାନ ସମୟରେ ମାନବ କିମ୍ବା ପ୍ରାଣୀ ନମୁନାରେ ଏହି ଭୂତାଣୁ ମିଳି ନ ଥିଲା। ଆଇସିଏମ୍‌ଆର୍‌ର ଡାକ୍ତରୀ ପତ୍ରିକା ଆଇଜେଏମ୍‌ଆର ଅନୁଯାୟୀ, ଏହି ଦୁଇଟି ନମୁନା ୨୦୧୪ ଏବଂ ୨୦୧୭ରେ କର୍ନାଟକରୁ ନିଆଯାଇଥିଲା। ଆଇସିଏମଆର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ଭୂତାଣୁ ବିସ୍ତାର ହୁଏ ତେବେ ଜନସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇପାରେ।
ଆଇସିଏମ୍‌ଆର୍‌ କହିଛି ଯେ, ମାନବ ସେରମ୍‌ ନମୁନାରେ ଆଣ୍ଟି-ସିଭିସି ମିଳିବା ପରେ ଭାରତୀୟ ମଶାରେ ଏହାର ଆଚରଣ ବୁଝିବା ପାଇଁ ତିନୋଟି ଭିନ୍ନ ପ୍ରଜାତିର ସ୍କ୍ରିନିଂ କରାଯାଇଥିଲା। ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରେ ମିଳୁଥିବା ମଶାମାନେ ଏହି ଭୂତାଣୁ ପ୍ରତି ସମ୍ବେଦନଶୀଳ ଏବଂ ସହଜରେ ସଂକ୍ରମିତ ହୋଇପାରନ୍ତି। ଏହି ମଶାମାନେ ଘୁଷୁରି ଏବଂ ମଣିଷକୁ ମଧ୍ୟ ସଂକ୍ରମଣ ବିସ୍ତାର କରିପାରନ୍ତି।
ସିକ୍ୟୁଭିର ପ୍ରାକୃତିକ ଧାରକ ହେଉଛି ଏକ ମଶା। ସେହିପରି ଗୃହପାଳିତ ଘୁଷୁରି ହେଉଛି ଏହି ଭୂତାଣୁର ପ୍ରାଥମିକ ସ୍ତନ୍ୟପାୟୀ ଧାରକ। ଆଣ୍ଟି-ସିକ୍ୟୁଭି ଆଇଜିଏମ୍‌ ଏବଂ ଆଇଜିଜି ଆଣ୍ଟିବଡି ଚାଇନାର ଗୃହପାଳିତ ଘୁଷୁରିରେ ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ, ସିକ୍ୟୁଭି ପାଇଁ ମଲିକୁଲାର ଏବଂ ସେରୋଲୋଜିକାଲ ଅନୁସନ୍ଧାନର ବିକାଶ କରିବା ଆବଶ୍ୟକ। ଲୋକଙ୍କ ବ୍ୟତୀତ ଘୁଷୁରିର ସ୍କ୍ରିନିଂ ଆବଶ୍ୟକତା ରହିଛି। ଏହାଦ୍ୱାରା ସଙ୍କଟ ଭୟଙ୍କର ହେବା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri