ତାଇଓ୍ବାନକୁ ଚାଇନାର ଚେତାବନୀ…

ବେଜିଂ,୧୯।୮ : ଚାଇନା ବାୟୁସେନା ଏବଂ ନୌସେନା ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ତାଇୱାନର ସୀମା ନିକଟରେ ଚାଇନାର ଏଭଳି କାର୍ଯ୍ୟକୁ ଏକ ବିପଦ ଭାବରେ ବିବେଚନା କରାଯାଉଛି। ଚାଇନାର ଏହି ପ୍ରତିକ୍ରିୟା ଏପରି ଏକ ସମୟରେ ଆସିଛି ଯେତେବେଳେ ତାଇୱାନର ଉପରାଷ୍ଟ୍ରପତି ୱିଲିୟମ ଲାଇ ପାରାଗୁଏ ଯିବାବେଳେ କିଛି ସମୟ ଆମେରିକାରେ ଗସ୍ତରେ ଆସିଥିଲେ। ଚାଇନା ଏଥିରେ କ୍ରୋଧିତ ହୋଇଥିବା ବୋଲି କୁହାଯାଉଛି।

ଚାଇନା ଖବର କାଗଜ ଏଜେନ୍ସି ଶିହ୍ନୁଆ କହିଛି ଚାଇନା ସୈନ୍ୟବାହିନୀର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ରଙ୍କ ଅନୁସାରେ ନୌ ସେନା ଏବଂ ବାୟୁସେନା ମଧ୍ୟରେ ସମନ୍ବୟ ରକ୍ଷା କରିବା ଉଦ୍ଦେଶ୍ୟରେ ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂସମରାଭ୍ୟାସ କରାଯାଉଛି। ଚାଇନା ସୈନ୍ୟ କହିଛନ୍ତି ସମରାଭ୍ୟାସ ସମୟରେ ସେନାର ଦକ୍ଷତା ପ୍ରକୃତ ଯୁଦ୍ଧ ପରିସ୍ଥିତିରେ ପରୀକ୍ଷା କରାଯିବ। ଚାଇନା ସୈନ୍ୟ ଏହା ମଧ୍ୟ କହିଛନ୍ତି ତାଇୱାନର ସ୍ବାଧୀନତା ପାଇଁ ବିଦେଶୀ ମିଳନ ଏବଂ ଉତ୍ତେଜନାମୂଳକ କାର୍ଯ୍ୟ ବିରୁଦ୍ଧରେ ଏହି ସମରାଭ୍ୟାସ ଏକ କଡ଼ା ଚେତାବନୀ ।

ଏଥି ସହିତ ତାଇୱାନ ସରକାର ସୀମା ନିକଟରେ ଚାଇନା ସାମରିକ ଅଭ୍ୟାସକୁ ନେଇ ଆପତ୍ତି ଜଣାଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ସମରାଭ୍ୟାସକୁ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛି। ତାଇୱାନ କହିଛି ଏହାର ଜବାବରେ ଏହାର ସୈନ୍ୟ ମଧ୍ୟ ନିୟୋଜିତ କରିବ। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ନିକଟ ଅତୀତରେ ତାଇୱାନକୁ କ୍ରମାଗତ ଭାବରେ ହଇରାଣ କରିବା ପାଇଁ ଚାଇନା କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଯୁଦ୍ଧ ବିମାନ ଏବଂ ଜାହାଜ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?