ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛି: ଜୟଶଙ୍କର

ବ୍ରାସିଲିଆ,୨୧।୮: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ରବିବାର ବ୍ରାଜିଲରେ ଚାଇନାକୁ ନେଇ ଏକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ-ଚାଇନା ମଧ୍ୟରେ ଅଶାନ୍ତ ସମ୍ପର୍କ ଏକ ଲୁକ୍କାୟିତ ଜିନିଷ ନୁହେଁ। ଆମେ ବହୁତ କଠିନ ପର୍ଯ୍ୟାୟ ଦେଇ ଗତି କରୁଛୁ। ୯୦ ଦଶକରେ ଚାଇନା ସହିତ ଆମର ଚୁକ୍ତିନାମା ହୋଇଥିଲା। ଚୁକ୍ତି ଅନୁଯାୟୀ, ଆମ ମଧ୍ୟରୁ କେହି ମଧ୍ୟ ପ୍ରତିବନ୍ଧକ ଅଞ୍ଚଳରେ ସୈନ୍ୟ ନିୟୋଜିତ କରିବେ ନାହିଁ। ଚାଇନା ଏହାକୁ ଅଣଦେଖା କରିଛି। ଏହି କାରଣରୁ ଆମର ସମ୍ପର୍କ ଅଶାନ୍ତ ହୋଇପଡିଛି। ସମ୍ପର୍କ ଦ୍ୱିପାକ୍ଷିକ ଅଟେ। କୌଣସି ସ୍ଥାୟୀ ସମ୍ପର୍କ ଏକପାଖିଆ ହୋଇପାରିବ ନାହିଁ। ଏହାକୁ ବଜାୟ ରଖିବା ପାଇଁ ପାରସ୍ପରିକ ସମ୍ମାନ ରହିବା ଆବଶ୍ୟକ। ସେମାନେ ଆମର ପଡ଼ୋଶୀ। ସମସ୍ତେ ନିଜ ପଡ଼ୋଶୀ ସହିତ ସୁସମ୍ପର୍କରେ ରହିବାକୁ ଚାହାଁନ୍ତି। କିନ୍ତୁ ସମସ୍ତେ ନ୍ୟାୟପୂର୍ଣ୍ଣ ଭାବରେ ଏକତ୍ର ଆଗକୁ ବଢିପାରିବେ।
ସାଓ ପାଉଲୋରେ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ଏବଂ ଦେଶରେ ମନୋବଳ ଅତ୍ୟନ୍ତ ଆଶାବାଦୀ। ୟୁକ୍ରେନ-ରୁଷିଆ ବିବାଦ ସମୟରେ ଆମେ ଏକ ସଂଗଠିତ ପ୍ରୟାସ ମାଧ୍ୟମରେ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ।
ଜୟଶଙ୍କର ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ଚରଣରେ ବ୍ରାଜିଲର ସାଓ ପାଉଲୋରେ ଭାରତୀୟ ସମୁଦାୟଙ୍କୁ ଭେଟିଥିଲେ। ଏଠାରୁ ସେ ପାରାଗୁଏ ଏବଂ ଆର୍ଜେଣ୍ଟିନା ମଧ୍ୟ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri