ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛି: ଜୟଶଙ୍କର

ବ୍ରାସିଲିଆ,୨୧।୮: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ରବିବାର ବ୍ରାଜିଲରେ ଚାଇନାକୁ ନେଇ ଏକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ-ଚାଇନା ମଧ୍ୟରେ ଅଶାନ୍ତ ସମ୍ପର୍କ ଏକ ଲୁକ୍କାୟିତ ଜିନିଷ ନୁହେଁ। ଆମେ ବହୁତ କଠିନ ପର୍ଯ୍ୟାୟ ଦେଇ ଗତି କରୁଛୁ। ୯୦ ଦଶକରେ ଚାଇନା ସହିତ ଆମର ଚୁକ୍ତିନାମା ହୋଇଥିଲା। ଚୁକ୍ତି ଅନୁଯାୟୀ, ଆମ ମଧ୍ୟରୁ କେହି ମଧ୍ୟ ପ୍ରତିବନ୍ଧକ ଅଞ୍ଚଳରେ ସୈନ୍ୟ ନିୟୋଜିତ କରିବେ ନାହିଁ। ଚାଇନା ଏହାକୁ ଅଣଦେଖା କରିଛି। ଏହି କାରଣରୁ ଆମର ସମ୍ପର୍କ ଅଶାନ୍ତ ହୋଇପଡିଛି। ସମ୍ପର୍କ ଦ୍ୱିପାକ୍ଷିକ ଅଟେ। କୌଣସି ସ୍ଥାୟୀ ସମ୍ପର୍କ ଏକପାଖିଆ ହୋଇପାରିବ ନାହିଁ। ଏହାକୁ ବଜାୟ ରଖିବା ପାଇଁ ପାରସ୍ପରିକ ସମ୍ମାନ ରହିବା ଆବଶ୍ୟକ। ସେମାନେ ଆମର ପଡ଼ୋଶୀ। ସମସ୍ତେ ନିଜ ପଡ଼ୋଶୀ ସହିତ ସୁସମ୍ପର୍କରେ ରହିବାକୁ ଚାହାଁନ୍ତି। କିନ୍ତୁ ସମସ୍ତେ ନ୍ୟାୟପୂର୍ଣ୍ଣ ଭାବରେ ଏକତ୍ର ଆଗକୁ ବଢିପାରିବେ।
ସାଓ ପାଉଲୋରେ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ଏବଂ ଦେଶରେ ମନୋବଳ ଅତ୍ୟନ୍ତ ଆଶାବାଦୀ। ୟୁକ୍ରେନ-ରୁଷିଆ ବିବାଦ ସମୟରେ ଆମେ ଏକ ସଂଗଠିତ ପ୍ରୟାସ ମାଧ୍ୟମରେ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ।
ଜୟଶଙ୍କର ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ଚରଣରେ ବ୍ରାଜିଲର ସାଓ ପାଉଲୋରେ ଭାରତୀୟ ସମୁଦାୟଙ୍କୁ ଭେଟିଥିଲେ। ଏଠାରୁ ସେ ପାରାଗୁଏ ଏବଂ ଆର୍ଜେଣ୍ଟିନା ମଧ୍ୟ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri