ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି ସ୍ଥିର କରିଥାଏ। କମ୍ପାନୀ ଅନୁଯାୟୀ ଇଣ୍ଟର୍ନଶିପରେ ମାସେ କି ଦୁଇ ମାସ ବିନା ଦରମାରେ କାମ କରାଯାଇଥାଏ। ଆଉ ଯଦି ସେହି ଭିତରେ କାମ ନ ଭଲ ଲାଗିଲା ସେହି ବ୍ୟକ୍ତିଙ୍କୁ ବାହାର କରି ଦିଆଯାଏ।

ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଇଣ୍ଟର୍ନଶିପରେ ଅଧିକ କାମ କରିବା ଯୋଗୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଚାଇନାର ହେନାନ ପ୍ରଦେଶରେ ଏପରି ଘଟଣା ଦେଖିବାକୁ ମିଳିଛି। ଯୁବକଙ୍କର ନାମ ଲି ହାଓ। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଲି ‘ପିଙ୍ଗ ଡିଙ୍ଗ ଶାନ ଭୋକେସନାଲ ଏବଂ ଟେକ୍ନିକାଲ କଲେଜ’ରେ ପଢୁଥିଲେ। ପରେ ସେ ଜେଙ୍ଗଜୋ ନାମକ ଏକ ଗେମିଂ କମ୍ପାନୀରେ ଇଣ୍ଟର୍ନଶିପ ଆରମ୍ଭ କରିଥିଲେ।
ଲି ଏହି କମ୍ପାନୀରେ ଲାଇଭ ଷ୍ଟ୍ରିମର ଭାବରେ ଇଣ୍ଟର୍ନଶିପ କରୁଥିଲେ, ଯେଉଁଠାରେ ତାଙ୍କୁ ପ୍ରତି ମାସରେ ୨୪୦ ଘଣ୍ଟା ଲାଇଭ ଷ୍ଟ୍ରିମିଂ କରିବାର ଦାୟିତ୍ୱ ଦିଆଯାଇଥିଲା। ମାସକ ପରେ ତାଙ୍କୁ ୪୨୦ ଡଲାର ଅର୍ଥାତ ପ୍ରାୟ ୩୫ ହଜାର ଟଙ୍କା ଦରମା ରୂପେ ଦେବାର ଚୁକ୍ତି କରାଯାଇଥିଲା। କିନ୍ତୁ ମାସେ ପୂରଣ ହେବା ପୂର୍ବରୁ, ନଭେମ୍ବର ୧୦ରେ ଲି’ଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାରୁ ଲି ବହୁତ ଚାପରେ ଥିଲେ। ଯାହାଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଲି’ଙ୍କ ମୃତ୍ୟୁ ପରେ କମ୍ପାନୀ ୭୦୦ ଡଲାର ଅର୍ଥାତ ୫୮ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି। କମ୍ପାନୀ କହିଛ, ଲି ଆନୁଷ୍ଠାନିକ ଭାବରେ କମ୍ପାନୀର କର୍ମଚାରୀ ନୁହଁନ୍ତି ଏବଂ ବିଳମ୍ବିତ ରାତିରେ କାମ କରୁଥିବା ନେଇ କମ୍ପାନୀ ପାଖରେ କୌଣସି ସୂଚନା ନାହିଁ। ସମବେଦନା ଜଣାଇବା ସହ କ୍ଷତିପୂରଣ ଘୋଷଣା କରି କମପାନୀ ନିଜ ଦୋଷ ଛିଣ୍ଡେଇ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରେମ ବିବାହର ଭୟଙ୍କର ଅନ୍ତ! ପତ୍ନୀଙ୍କୁ କାର୍‌ରେ ବସାଇ କେନାଲକୁ ଗାଡ଼ି ଖସାଇଦେଲେ…

ଚଣ୍ଡିଗଡ଼,୨୫ା୬: ପଞ୍ଜାବର ପଟିଆଲାରୁ ଏକ ଗଭୀର ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପ୍ରେମ ବିବାହ ମୃତ୍ୟୁରେ ପରିଣତ ହୋଇଛି। ଭାରତୀୟ ସେନାର…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଏଲନ ମସ୍କଙ୍କୁ ଶକ୍ତ ଝଟକା: ହାତରୁ ଗଲା…

ନ୍ୟୁୟର୍କ,୨୫।୬: ଦୁନିଆର ପ୍ରଥମ ଟ୍ରିଲିୟନେୟାର (Trillionaire) ଭାବେ ଏଲନ ମସ୍କଙ୍କ ସଂକ୍ଷିପ୍ତ ସମୟ ଶେଷ ହୋଇଯାଇଛି। ସ୍ପେସଏକ୍ସ (SpaceX – SPCX) ଏବଂ ଟେସଲା (Tesla –…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନବୀନଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ସୁଜାତା

ଭୁବନେଶ୍ବର,୨୫ା୬: ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri