Advertisement

ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…

ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଜାଣତରେ କରାଯାଇଥିବା ପଲିସି ରିସର୍ଚ୍ଚ ଗ୍ରୁପ୍‌ର ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ୟୁରୋପୀୟ ଦେଶ ଏବଂ ଆମେରିକାର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରି କରି ଏହାର ନକଲ ବ୍ୟବସ୍ଥା ପ୍ରସ୍ତୁତ କରୁଛି। ଚାଇନା ରୁଷିଆର ପ୍ରତିରକ୍ଷା ଜ୍ଞାନକୌଶଳର ଚୋରି ଅତି ଗୁପ୍ତଭାବେ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

ଚାଇନା ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ଭାବେ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରିବାର ଯୋଜନା କରୁଛି। ଋଣ ପୈଠ କରିବାକୁ ସକ୍ଷମ ନ ଥିବା ଦେଶରେ ଚାଇନା ନିବେଶ କରି ନିଜର ବେସ୍‌ ସେସବୁ ଦେଶରେ ନିର୍ମାଣ କରୁଛି। ସେହିପରି ପ୍ରତିରକ୍ଷା ଜ୍ଞାନକୌଶଳ ଚୋରି ପାଇଁ ଚାଇନା ସାଇବର କ୍ଷମତାର ଅପବ୍ୟବହାର କରୁଛି। ରିପୋର୍ଟ ପେଣ୍ଟାଗନ ପକ୍ଷରୁ ହୋଇଥିବା ଅଭିଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଚାଇନା ଆମେରିକାର ସୈନ୍ୟ କ୍ଷମତା ସମ୍ପର୍କିତ ଗୁପ୍ତ ତଥ୍ୟ ଚୋରି କରିଥିବା ପେଣ୍ଟାଗନ କହିଥିଲା। ଏନେଇ ଚାଇନା ଡାଇନାମିକ ଆକ୍ସେସ୍‌ ରାଣ୍ଡମ ମେମୋରୀ,ସବ ମେରାଇନ୍‌ ଏବଂ ଆଭିଏଶନ ଟେକ୍ନୋଲୋଜି ଜ୍ଞାନକୌଶଳର ଉପଯୋଗ କରୁଛି। ଏଥି ପାଇଁ ଚାଇନା ବିଭିନ୍ନ ଦେଶରେ ନାଗରିକଙ୍କୁ ନିଯୁକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ

କଲମ୍ବୋ,୨୧।୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ମହିନ୍ଦା ରାଜପାକ୍ସେ ଶପଥ ନେଇଛନ୍ତି। ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ...

ବ୍ରିଟେନ ରୟାଲ ସୋସାଇଟିର ସଦସ୍ୟ ହେଲେ ଦେବ ଆରିଷ୍ଟୋଟଲ

ଲଣ୍ଡନ,୨୪।୬: ପ୍ରସିଦ୍ଧ ବୈଜ୍ଞାନିକ ତଥା ଆଧୁନିକ ଆଇନଷ୍ଟାଇନ ଭାବେ ଜଣାଶୁଣା ଦେବ ଆରିଷ୍ଟୋଟଲ ପଞ୍ଚାରିଆଙ୍କୁ ବ୍ରିଟେନର ରୟାଲ ସୋସାଇଟି ଦ୍ୱାରା ମୁଖ୍ୟ ରାଜ ପରିଷଦର ସଦସ୍ୟ...

ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର...

ପ୍ରତି ୫ରେ ଜଣେ କର୍ମଚାରୀ ଉତ୍ପୀଡ଼ନର ଶିକାର

ଜେନେଭା,୭।୧୨: ବିଶ୍ୱରେ ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ କିମ୍ବା ହିଂସାର ଶିକାର ହେଉଛନ୍ତି। ଜାତିସଂଘ ଏବଂ...

ବୋଲସୋନାରଙ୍କୁ ଲୁଲାଙ୍କ ଟକ୍କର

ରିଓ ଡି ଜେନେରିଓ, ୩ା୧୦: ଚାରି ବର୍ଷ ଧରି କଠୋର ଦକ୍ଷିଣପନ୍ଥୀଙ୍କ ଶାସନରେ ଥିବା ବ୍ରାଜିଲରେ ରବିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଛି।...

ଇମ୍ରାନଙ୍କ ରାସ୍ତାରେ ଚାଲୁଛନ୍ତି ଶହବାଜ ସରକାର, ରୁଷିଆଠାରୁ ପାକିସ୍ତାନ କିଣିବ ଶସ୍ତା ତେଲ

ଇସଲାମାବାଦ,୬ ।୧୨: ପାକିସ୍ତାନର ଶହବାଜ ଶରିଫ ସରକାର ପେଟ୍ରୋଲ, ଡିଜେଲ ଏବଂ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣିବା ପାଇଁ ଚୁକ୍ତି କରି ସାରିଛି ।...

ଉତ୍ତର କୋରିଆକୁ ଆମେରିକା-ଜାପାନର ଭର୍ତ୍ସନା

ସିଓଲ,୮ା୬: କରୋନା ମହାମାରୀ ପରି ଖରାପ ସମୟରେ ଉତ୍ତର କୋରିଆ ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଚାଲିଛି। ଏନେଇ ଦକ୍ଷିଣ କୋରିଆ, ଆମେରିକା ସମେତ...

ବଙ୍କରକୁ ଫେରିଯାଅ

ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍‌ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ।...

Advertisement
Archives

Model This Week