Posted inଜାତୀୟ

ବିଷ ଓଗାଳିଲା ଚାଇନା

ନୂଆଦିଲ୍ଲୀ,୧୧ ।୧୦: ପୂର୍ବ ଲଦ୍ଦାଖ ସୀମା ଏଲ୍‌ଏସିରେ ଲାଗିରହିଥିବା ବିବାଦକୁ ନେଇ ରବିବାର ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଥିଲା ୧୩ତମ ବୈଠକ, ଯାହା ୮ ଘଣ୍ଟା ଧରି ଚାଲିଥିଲା । ବୈଠକର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସି ନ ଥିବା ବେଳେ ଚାଇନା କିନ୍ତୁ ବିଷ ଓଗାଳିଛି । ବୈଠକ ପରେ ପରେ ଚାଇନା କହିଛି ଭାରତ ଅନୁଚିତ ଦାବି ଉପସ୍ଥାପନ କରୁଛି । ଯାହା ଫଳରେ ଅସୁବିଧା ଉପୁଜୁଛି । ଏହି ବୈଠକ ସନ୍ଧ୍ୟା ୭ଟାରେ ଶେଷ ହୋଇଛି । ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଟୁଇଟ୍ କରି କହିଛି, ରବିବାର ଭାରତ-ଚାଇନା ମଧ୍ୟରେ ଆୟୋଜିତ ହୋଇଥିବା ୧୩ତମ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଅନୁଚିତ ଓ ଅବାସ୍ତବିକ ଦାବି କରିଛି । ଯାହା ଫଳରେ ବୈଠକରେ ସମସ୍ୟା ସୃଷ୍ଟି ହୋଇଛି । ଚାଇନାକୁ ଭରସା ଅଛି ଯେ ଭାରତ ଭୁଲ ଆକଳନ କରିବ ନାହିଁ । ସୀମାର କଠିନ ପରିସ୍ଥିକୁ ସମ୍ଭାଳିବ, ପ୍ରାରମ୍ଭିକ ସ୍ତରର କଥାକୁ ପାଳନ କରିବ, ଦୁଇ ଦେଶ ଓ ଦୁଇ ସେନା ବିଶ୍ୱାସର ସହ କାମ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

ନୂଆଦିଲ୍ଲୀ, ୨୨।୮: ନିଜର ବାସଭୂମି ଠିକଣା ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ପ୍ରସଙ୍ଗରେ ଡାହାଣପନ୍ଥୀ ମନ୍ତବ୍ୟକାରୀ ଅଭିଜିତ ଆୟର ମିତ୍ର ଏବଂ ଅନେକ…

ସ୍ବାସ୍ଥ୍ୟ ସମସ୍ୟା ଥିଲେ ଗର୍ଭପାତ ଆଶଙ୍କା ୨୦% ଅଧିକ

ନୂଆଦିଲ୍ଲୀ, ୨୨।୮: ଏକାଧିକ ଦୀର୍ଘକାଳୀନ ଶାରୀରିକ ବା ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଗର୍ଭଧାରଣ ଆରମ୍ଭ କରିବା ଦ୍ୱାରା ଗର୍ଭପାତ ହୋବର ଆଶଙ୍କା ୨୦ପ୍ରତିଶତ ଏବଂ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri