Advertisement

ଆମେରିକା ପରେ ୟୁକେ ମନ୍ତ୍ରୀଙ୍କ ତାଇଓ୍ବାନ ଗସ୍ତ: ଆପତ୍ତି ଉଠାଇଲା ଚାଇନା

ବେଜିଂ,୭।୧୧: ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ବ୍ରିଟେନ ୱାନ ଚାଇନା ନୀତିର ଉଲ୍ଲଂଘନ କରୁଛି ବୋଲି ଚାଇନା କହିଛି। ବ୍ରିଟେନ ୱାନ ଚାଇନା ନୀତି ଉପରେ ନିଜର ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଏଥିରୁ ପଛଘୁଞ୍ଚା ଦେଉଛି। ତାଇପେ ସହିତ ସରକାରୀ ସମ୍ପର୍କ ନ ରଖିବାକୁ ବେଜିଂର ଚେତାବନୀକୁ ବ୍ରିଟେନ ଅବହେଳା କରୁଛି ବୋଲି ଚାଇନା କହିଛି। ସୂଚନାଯୋଗ୍ୟ, ବ୍ରିଟେନ ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସ ଦୁଇ ଦିନିଆ ଗସ୍ତରେ ସୋମବାର ତାଇପେରେ ପହଞ୍ଚିଛନ୍ତି। ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ ସୋମବାର ବେଜିଂରେ କହିଛନ୍ତି, ବିଶ୍ୱରେ କେବଳ ଗୋଟିଏ ଚାଇନା ଅଛି ଏବଂ ତାଇୱାନ ଚାଇନା ଅଞ୍ଚଳର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ କୌଣସି ଦେଶ ସହିତ ତାଇୱାନର କୂଟନୈତିକ ସମ୍ପର୍କ କିମ୍ବା ସରକାରୀ ଆଲୋଚନାକୁ ଚାଇନା ପ୍ରତ୍ୟାଖ୍ୟାନ କରେ। ଚାଇନାର ସିଦ୍ଧାନ୍ତ ଅନୁଯାୟୀ ବ୍ରିଟେନ ଓ ଚାଇନାର ସମ୍ପର୍କ ରାଜନୈତିକ ଆଧାର ରହିଛି। ଏତଦ୍‌ ବ୍ୟତୀତ ଝାଅ କହିଛନ୍ତି, ବ୍ରିଟେନ ଚାଇନାର ଆଭିମୁଖ୍ୟକୁ ସମ୍ମାନ ଦେବା ସହ ତାଇୱାନ ସହ ସରକାରୀ ଆଲୋଚନା ବନ୍ଦ କରିଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ

ଇସଲାମାବାଦ,୨୯।୧୦: ୨୦୧୯ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ। ସଂସଦରେ ଏକଥା ଖୁଲାସା କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ...

ପାକିସ୍ତାନର ନୂଆ ନାଟକ: ବନ୍ଦ କଲା ଟେଲିଭିଜନର ବିଶେଷ କାର୍ଯ୍ୟକ୍ରମ

ଇସଲାମାବାଦ,୧୧।୮: ଗୋଟିଏ ପରେ ଗୋଟିଏ ନୂଆ ନାଟକ କରି ଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି।...

ଏଲିଅନ ମଣିଷଙ୍କ ସାଙ୍ଗରେ ରହି ପୃଥିବୀ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଆମେରିକା ବୈଜ୍ଞାନିକଙ୍କ ଦାବି…

ଓ୍ବାଶିଂଟନ, ୬।୪ : ଆମେରିକୀୟ ପ୍ରଫେସର ଡ. ଡେଭିଡ ଜ୍ୟାକବ ପୃଥିବୀରେ ଏଲିଏନଙ୍କ ଉପସ୍ଥିତି ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଆମେରିକୀୟ ପ୍ରଫେସର କହିଛନ୍ତି...

ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ...

୩୧ ବର୍ଷରେ ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ

ଓ୍ବାଶିଂଟନ,୧୨।୩: ବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌)କୁ ଗୁରୁବାର ୩୧ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏଭଳି ଓ୍ବେବସାଇଟ୍‌ ସହିତ ସର୍ଚ୍ଚ...

ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା...

ଗ୍ଲାସଗୋରେ ମୋଦି

ଏଡିନବର୍ଗ,୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସ୍କଟଲ୍ୟାଣ୍ଡର ସହର ଗ୍ଲାସଗୋରେ ପହଞ୍ଚିଛନ୍ତି । ରବିବାର ସେଠାରେ ଆରମ୍ଭ ହୋଇଥିବା ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ...

କରୋନା ଯୋଗୁ ଭାଙ୍ଗିଯିବ ବିଶ୍ୱର ଆର୍ଥିକ ମେରୁଦଣ୍ଡ: ଜାତିସଂଘ

ଓ୍ବାଶିଂଟନ,୩୧।୩: କରୋନା ସଂକ୍ରମଣ ଏବେ ସାରା ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସାରା ବିଶ୍ୱ କରୋନାକୁ ନେଇ ଏକ ପ୍ରକାର ଠପ୍‌ ହୋଇ...

Advertisement
Archives

Model This Week